କୋରୋନା ସଂକ୍ରମିତଙ୍କ ମାମଲାରେ ଚୀନକୁ ପଛରେ ପକାଇଲା ଭାରତ
Advertisement
Article Detail0/zeeodisha/odisha681986

କୋରୋନା ସଂକ୍ରମିତଙ୍କ ମାମଲାରେ ଚୀନକୁ ପଛରେ ପକାଇଲା ଭାରତ

ବିଶ୍ୱବ୍ୟାପୀ ୪୪ ଲକ୍ଷରୁ ଅଧିକ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଲୋକ କେବଳ ଆମେରିକାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ କୋରୋନା ଆକ୍ରାନ୍ତଙ୍କ ସମୁଦାୟ ସଂଖ୍ୟା ପ୍ରାୟ ୮୫ ହଜାର ପାଖାପାଖି ପହଞ୍ଚିଛି । ଏହିପରି ସଂକ୍ରମିତଙ୍କ ମାମଲାରେ ଭାରତ ଚୀନକୁ ପଛରେ ପକାଇ ଦେଇଛି । କରୋନାଭାଇରସ୍ ସଂକ୍ରମଣ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱରେ ଏକାଦଶ ସ୍ଥାନରେ ରହିଛି । ତେବେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ହେଉଥିବା ମୃତ୍ୟୁ ହାର ଚୀନ ତୁଳନାରେ ଭାରତରେ ବହୁତ କମ୍ ରହିଛି । ଚାଇନାରେ ଏହା ୫.୫ ପ୍ରତିଶତ ଥିବାବେଳେ ଏହା ଭାରତରେ ୩.୨ ପ୍ରତିଶତ ରହିଛି । ଭାରତରେ୨୭,୯୨୦ ରୋଗୀ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ଏଥି ସହିତ ସୁସ୍ଥ ହାର କ୍ରମାଗତ ଭାବରେ ସୁଧାର ହୋଇ ୩୪.୦୬ ପ୍ରତିଶତକୁ ପହଞ୍ଚିଛି ।

ବିଶ୍ୱବ୍ୟାପୀ ୪୪ ଲକ୍ଷରୁ ଅଧିକ ଲୋକ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ଲୋକ କେବଳ ଆମେରିକାରେ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କୋରୋନା ସଂକ୍ରମିତଙ୍କ ମାମଲା ଦୃଷ୍ଟିରୁ ଋଷ, ବ୍ରିଟେନ ଏବଂ ସ୍ପେନ୍ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଛି ।  ଏହି ୩ଟି ଦେଶରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । 

ଚାଇନାର ୱୁହାନ ସହରରେ କରୋନାର କିଛି ନୂତନ ମାମଲା ପୁଣି ସାମ୍ନାକୁ ଆସିଛି । ତଥାପି ଏହି ସଂଖ୍ୟା ୧୦୦ରୁ କମ୍ ରହଛି । ସେମାନଙ୍କ ଚିକିତ୍ସିତ ଜାରି ରହିଛି । ୱୁହାନ୍ ହେଉଛି ସେହି ସହର ଯେଉଁଠାରୁ କୋରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଛି । ଚାଇନାରେ ଏହି ଭୂତାଣୁ ଯୋଗୁଁ ୪ ହଜାର ୬୩୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭୮,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି । ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ସେମାନଙ୍କର ଅର୍ଥ ବ୍ୟବସ୍ଥାକୁ ଖୋଲିବା ଆରମ୍ଭ କରିଛନ୍ତି । କିନ୍ତୁ ଚିନ୍ତାର ବିଷୟ ହେଉଛି ଏହି ଭୂତାଣୁ ଯୋଗୁଁ ପୁନର୍ବାର ସଂକ୍ରମିତ ବ୍ୟାପିବାର ସମ୍ଭାବନା ରହିଛି ।

;