• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଅଚାନକ ପାହାଡ଼ରୁ ମାଡି଼ ଆସିଲା ବିପଦ; ୯ ମୃତ

ଟେମ୍ପୋ ଟ୍ରାଭେଲର ଗାଡି ନଂ ଏଚଆର-୫୫-ଏସି-୯୦୦୩ (HR-55-AC-9003) ଗାଡି ଯୋଗେ ୧୧ ଜଣ ଲୋକ ଯାତ୍ରା କରୁଥିଲେ। ହେଲେ ଭୂସ୍ଖଳନ ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି। 

ଅଚାନକ ପାହାଡ଼ରୁ ମାଡି଼ ଆସିଲା ବିପଦ; ୯ ମୃତ

ସିମଲା: ଚାହୁଁ ଚାହୁଁ ଆଖି ସାମ୍ନାରେ ଅଚାନକ ମାଡି଼ ଆସିଲା ବିପଦ। କେହି କିଛି ବୁଝିବା ପୂର୍ବରୁ ଆଖି ପିଛୁଳାକେ ଚାଲିଗଲା ୯ ଜୀବନ। ଦେଖୁ ଦେଖୁ ଏ ଘଟଣାରେ ୩ ଜଣଲୋକ ଗମ୍ଭୀର ରୂପେ ଆହତ ହୋଇଥିବାର ଖବର ମିଳିଛି।  ରବିବାର ସନ୍ଧ୍ୟାରେ ପାହାଡି ରାଜ୍ୟ ହିମାଚଳ ପ୍ରଦେଶରେ କିନୌର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା।  

ରବିବାର ସନ୍ଧ୍ୟାରେ ହିମାଚଳ ପ୍ରଦେଶସ୍ଥିତ କିନୌର ଜିଲ୍ଲାର (Kinnaur District) ବଟସେରୀ ନିକଟସ୍ଥ ଗୁଂସା ଅଞ୍ଚଳରେ ଘଟିଯାଇଛି ଭୂସ୍ଖଳନ (Himachal Pradesh Landslide)। ଏ ଘଟଣାରେ ୯ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୂସ୍ଖଳନରେ ପ୍ରାଣ ହରାଇଥିବା ମୃତକ ଛିତକୁଲ ଠାରୁ ସାଙ୍ଗଲା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଘଟିଥିଲା ଏହି ଘଟଣା। ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଟେମ୍ପୋ ଟ୍ରାଭେଲର (Tempo Traveler) ଗାଡି଼ ଯୋଗେ ଏଠାକାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନ କରିବାକୁ ଆସିଥିଲେ।   

Also Read: ଭାରୀ ବର୍ଷା ତାଣ୍ଡବରେ ଥରହର Uttarkhand; ଭଙ୍ଗାପୋଲରେ ନଦୀ ପାର ହେଲେ ଲୋକେ

ଭୂ୍ସ୍ଖଳନ ଫଳରେ ବଟସେରୀ ନିକଟରେ ରହିଥିବା ଏକ ପୋଲ ମଧ୍ୟ ଭାଙ୍ଗିଯାଇଛି। ଏହା ସହିତ ଘଟଣାସ୍ଥଳରେ ଥିବା ଅନେକ ଘର ସହ ସେଉ ବଗିବା (Kinnaur Apple Orchard) କ୍ଷତିଗ୍ରସ୍ତ ହୋଇଛି।    

ଏହି ଘଟଣା ବାବଦରେ ଖବର ପାଇବା ପରେ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲା ରାଜ୍ୟ ପୋଲିସ ବାହିନୀ। ଏନେଇ ପ୍ରତିକ୍ରିୟା ରଖି କିନୌର ପୋଲିସ ଅଧିକାରୀ କହିଛନ୍ତି ଟେମ୍ପୋ ଟ୍ରାଭେଲର ଗାଡି ନଂ ଏଚଆର-୫୫-ଏସି-୯୦୦୩ (HR-55-AC-9003) ଗାଡି ଯୋଗେ ୧୧ ଜଣ ଲୋକ ଯାତ୍ରା କରୁଥିଲେ। ହେଲେ ଭୂସ୍ଖଳନ ହେବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ସେହିପରି ରାସ୍ତାରେ ଯାଉଥିବା ଅନ୍ୟ ଜଣେ ଲୋକ ଆହତ ହୋଇଥିବାର ଖବର ମିଳିଛି। 

Also Read: ବାଦଲ ଫଟା ବର୍ଷାରେ ଧ୍ୱସ୍ତବିଧ୍ୱସ୍ତ Himachal Pradesh; ରାସ୍ତାରେ ଭାସିଗଲା ଗାଡି

ରାଜ୍ୟ ପୋଲିସ ବାହିନୀ ସହ ଆଇଟିପି ଯବାନଙ୍କୁ ଉଦ୍ଧାର ଅଭିଯାନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ସାଙ୍ଗଲା ପୋଲିସ କୁଇକ୍ ରିଆକସନ୍ ଟିମ୍ (Sangla Police Quick Reaction Team) ପକ୍ଷରୁ ଶବ ଉଦ୍ଧାର କାର୍ଯ୍ୟକୁ ଜାରି ରଖାଯାଇଛି।