ତୁଟୁଛି ଭରଷା; ମତ ସାବ୍ୟସ୍ତ କଲେ ମାତ୍ର ୯ ଭୋଟର
Advertisement

ତୁଟୁଛି ଭରଷା; ମତ ସାବ୍ୟସ୍ତ କଲେ ମାତ୍ର ୯ ଭୋଟର

ରାଜ୍ୟର ବୁରହାନପୁର ଜିଲ୍ଲାର ନେପାନଗର ବିଧାନସଭା ଆସନରେ ଭୋଟ ବର୍ଜନ କରିଛନ୍ତି ସେଠାକାର ବାସିନ୍ଦା। ଖବର ସ୍ଥାନୀୟ ପ୍ରଶାସନ ମତଦାତଙ୍କ ସହ ଆଲୋଚନା କରିବା ଲାଗି ସେଠାରେ ପହଞ୍ଚିଛନ୍ତି। 

ତୁଟୁଛି ଭରଷା; ମତ ସାବ୍ୟସ୍ତ କଲେ ମାତ୍ର ୯ ଭୋଟର

ଭୋପାଳ: ମଧ୍ୟ ପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ (MP ByPoll 2020) ଲାଗି ୨୮ଟି ଆସନରେ ଜାରି ରହିଛି ମତଦାନ (Voting)। କେତେକ ଆସନରେ ଭୋଟଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ତାଲିଥିବା ବେଳେ ଅନ୍ୟ କେତେକ ସ୍ଥାନର ଗଣ୍ଡଗୋଳ ସୃଷ୍ଟି ହୋଇଛି। ଏପରିକି କେତେକ ସ୍ଥାନରେ ମତଦାନକୁ ବହିଷ୍କାର କରିଛନ୍ତି ମତଦାତା।

ରାଜ୍ୟର ବୁରହାନପୁର ଜିଲ୍ଲାର ନେପାନଗର ବିଧାନସଭା ଆସନରେ ଭୋଟ ବର୍ଜନ କରିଛନ୍ତି ସେଠାକାର ବାସିନ୍ଦା। ଖବର ସ୍ଥାନୀୟ ପ୍ରଶାସନ ମତଦାତଙ୍କ ସହ ଆଲୋଚନା କରିବା ଲାଗି ସେଠାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଆବାସରେ ଜମି ପଟ୍ଟା ନମିଳିବାକୁ ନେଇ ଭୋଟଦାନରୁ ବିରତ ରହିଛନ୍ତି ସେଠାକାର ଭୋଟର।

 

ଭିଣ୍ଡ ଜିଲ୍ଲାର ମେହଗାଓଁ ବିଧାନସଭା ଆସନରେ ଭଙ୍ଗାରୁଜ୍ଜା ସହ ଇଭିଏମ ମେସିନ ଭଙ୍ଗାଯାଇଥିବାର ଖବର ଆସିଛି। ଅନ୍ୟପଟେ ଲୋଲୋଇ ଗ୍ରାମରେ ମତଦାନ ବନ୍ଦ ରହିଛି। ନିର୍ବାଚନ ବେଳେ ଗଣ୍ଡଗୋଳ କରିବା ଅଭିଯୋଗରେ ସ୍ଥାନୀୟ ଗୋରମୀ ସର୍କିଲା ଥାନାରେ ନଦରବନ୍ଦୀ ଥିବା ରିଙ୍କୁ ଭଦୋରିଆ  ନାମକ ବ୍ୟକ୍ତି ଗାଏବ ହୋଇଯାଇଛି। ଏହି ଥାନା ଅଧିକାରୀ ତାକୁ ପଳାୟନ କରିବାରେ ସହଯୋଗ କରିଥିବାର ଅଭିଯୋଗ ହୋଇଛି। 

ଅନ୍ୟପଟେ ଅଶୋକ ନଗର ଆସନର ଏକ ପୋଲିଂ ବୁଥରେ କଂଗ୍ରେସ ପ୍ରାର୍ଥୀ ଆଶା ଦୋହରେ ପହଞ୍ଚି ହଙ୍ଗାମା କରିଥିବାର ଅଭିଯୋଗ ହୋଇଛି। ଏହି ବିଧାନସଭା ଅଧିନସ୍ଥ ଭାଦୋନ ଗ୍ରାମର ପୋଲିଂ ଷ୍ଟେସନ (Polling Station) ଠାରେ ପହଞ୍ଚି ସେଠାରେ ନିର୍ବାଚନ ଦାୟିତ୍ୱରେ ଥିବା ପୋଲିସକର୍ମୀଙ୍କୁ ଗାଳିଗୁଳଜ କରିଥିବାର ଅଭିଯୋଗ ହୋଇଛି।  

ମତଦାନ ସମୟରେ ମଧ୍ୟ ପ୍ରଦେଶର ମୁରୈନା (Morena) ଜିଲ୍ଲାର ସୁମାବଲୀସ୍ଥିତ ହାଁସଇ ରୋଡ ଠାରେ ଗୁଳିମାଡ ସହ ୨ଟି ବାଇକକୁ ପୋଡି ଦିଆଯାଇଥିବାର ଖବର ଆସିଛି। ଏଠାରେ ତାଣ୍ଡବ ସୃଷ୍ଟି କରିଥିବା ଉପଦ୍ରବୀ  ଭୋଟଦାନରୁ ଦୂରେଇ ରହିବା ଲାଗି ଲୋକଙ୍କୁ ରୋକିବାକୁ ପ୍ରୟାସ କରିଛନ୍ତି। ବାଇକରେ ଆସି ଗୁଳିମାଡ କରିଥିବା ଯୁବକଙ୍କ ପକ୍ଷରୁ ହୋଇଥିବା ଫାୟାରିଂ ଭିଡିଓ ଫୁଟେଜ ସିସିଟିଭିରେ ରେକର୍ଡ ହୋଇଛି।     

ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ (Ex CM Kamalnath) ମଙ୍ଗଳବାର ସକାଳେ ମନ୍ଦିର ଯାଇ ଭଗବାନଙ୍କ ଦର୍ଶନ କରିଛନ୍ତି। ଗ୍ୱାଲିୟର ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂହ ତୋମାର ହନୁମାନ ମନ୍ଦିର ଯାଇ ଦଣ୍ଡବତ ପ୍ରଣାମ କରିଛନ୍ତି।       

fallback  

ମଧ୍ୟ ପ୍ରଦେଶର ମାନ୍ଧାତା ଅଞ୍ଚଳର ସିନ୍ଧଖେଡା ଗ୍ରାମର ଲୋକ ଭୋଟଦାନକୁ ବର୍ଜନ କରିଛନ୍ତି। ଏହି ଗାଁର କେବଳ ୯ ଜଣ ଲୋକ ମତଦାନ କରିଛନ୍ତି। ଯାହା ମଧ୍ୟରେ ୫ ସରକାରୀ ଓ ୪ ପୋଲିଂ ଏଜେଣ୍ଟ ରହିଥିବା କୁହାଯାଇଛି। ଯେପର୍ଯ୍ୟନ୍ତ ଗାଁରେ ମୌଳିକ ସୁବିଧା ଉପଲବ୍ଧ ନକରାଯାଇଛି ସେ ପର୍ଯ୍ୟନ୍ତ  କୌଣସି ନିର୍ବାଚନରେ ମତଦାନ କରିବେ ନାହିଁ ବୋଲି କହିଛନ୍ତି ଏଠାକାର ଗ୍ରାମବାସୀ। ସେମାନଙ୍କ ମନାଇବାକୁ ଲାଗି ପଡିଛନ୍ତି ରାଜନେତା। 

ଖଣ୍ଡୱା ସାଂସଦ ନନ୍ଦକୁମାର ସିଂହ ଚୌହ୍ୱାନଙ୍କ ସହ କଥାବାର୍ତ୍ତା କରିବା ବେଳେ ତାଙ୍କୁ ମହିଳାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଏନେଇ ସେମାନଙ୍କ ପକ୍ଷରୁ କୁହାଯାଇଛି ପ୍ରତ୍ୟେକ ଥର ନେତା ଏପରି ପ୍ରତିଜ୍ଞା କରନ୍ତି ଏବଂ ଭୋଟ୍ ଦେବା ପରେ ତୁମେ ସବୁକିଛି ଭୁଲିଯାନ୍ତି। 

fallback

ଗ୍ୱାଲିୟର ପୂର୍ବ ଆସନରୁ ବିଜେପି ପ୍ରାର୍ଥୀ ମୁନ୍ନାଲାଲ୍ ଗୋଏଲ ମୁରାର ବାରାଦରୀସ୍ଥିତ ମତଦାନ କେନ୍ଦ୍ରରେ ମତଦାନ କରିଛନ୍ତି। ଅନ୍ୟପଟେ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ସତୀଶ ସିକବୱାର ଏବଂ ବିଏସପି ପ୍ରାର୍ଥୀ ମହେଶ ଅଗ୍ରୱାଲ ନିର୍ବାଚନ ଲଢୁଛନ୍ତି। ମତଦାନ ପୂର୍ବରୁ ଏଠାରେ ବିଜେପି କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।   

କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ତାଙ୍କ ପରିବାର ସହ ଭୋଟ୍ ଦେଇଛନ୍ତି। ଶିବପୁରୀର କରିରା ଆସନରେ କଂଗ୍ରେସ ଏଜେଣ୍ଟ ଏବଂ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏନେଇ କଂଗ୍ରେସ ପକ୍ଷରୁ ହୋଇଥିବା ଅଭିଯୋଗରେ କୁହାଯାଇଛି ବିଜେପି ନକଲି ଲୋକଙ୍କୁ ବ୍ୟବହାର କରି ମତଦାନ କରୁଛି।

ମତଦାନ ବେଳେ ମୁରୈନା ଜିଲ୍ଲାରେ ହୋଇଥିବା ଗୁଳି ବିନିମୟ ଘଟଣା ପରେ ତତକ୍ଷଣାତ ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବା ପରେ ଭୋଟ୍ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଏସପି ଅନୁରାଗ ସୁଜାନିଆ। ଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜଣାଇଛନ୍ତି ସେ।

ଗ୍ୱାଲିଅର୍ ପୂର୍ବ ବିଧାନସଭା ଆସନରେ ବିଜେପି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଛି। ଏହି ଆସନରୁ ଲଢୁଥିବା କଂଗ୍ରେସ-ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ମତଦାନ କରିଥିବା ଟ୍ୱିଟ କରି ଜଣାଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।

fallback

ସୋସିଆଲ ମିଡିଆରେ ମତଦାନର ଗୋପନୀୟତା ଭଙ୍ଗ କରିବା ଅଭିଯୋଗରେ ସୁଭାଷ ମିଶ୍ର ଏବଂ ରାହୁଲ ଦୁବେଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ମତଦାନ କେନ୍ଦ୍ର ଭିତରେ ମୋବାଇଲ୍ ଫୋନ୍ ନେଇଥିବାରୁ ଉଭୟଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହାଟପିଲିଆର କଂଗ୍ରେସ ପ୍ରାର୍ଥୀ ରାଜବୀର ସିଂ ବାଗେଲ ଭୋଟ୍ ଦେବା ପରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଦେଖାଯାଉଥିଲେ। ସେ ଏହି ଆସନ ଜିତିବାର ସମସ୍ତ ଆଶା ରଖିଥିବା ଗଣମାଧ୍ୟମକୁ କହିଛନ୍ତି।