ରାଜଧାନୀରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୬ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

ରାଜଧାନୀରେ ୪ ହଜାର ଟପିଲା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶ ସମତେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର କୋରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି । ଦିଲ୍ଲୀର ସ୍ଥିତିରେ ଉନ୍ନତି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଆଜି(ରବିବାର) ସୁଦ୍ଧା  ୯୬୧ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏହି କାରଣରୁ ଜାତୀୟ ରାଜଧାନୀରେ ସମୁଦାୟ ସଂକ୍ରମଣ ମାମଲା ୧,୩୭,୬୭୭କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦିଲ୍ଲୀରେ  ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ପାର କରିଛି । ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ଅତି କମରେ ୧୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୃତ୍ୟୁ ସଂଖ୍ୟା ୪,୦୦୪ରେ ପହଞ୍ଚିଛି ।

ତେବେ ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୬ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏହା ସହିତ ରାଜଧାନୀରେ କୋରୋନାରୁ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ୧,୨୩,୩୧୭କୁ ବୃଦ୍ଧି ପାଇଛି । ସମ୍ପ୍ରତି ଦିଲ୍ଲୀରେ ୧୦,୩୫୬ ସକ୍ରିୟ କୋରୋନା ମାମଲା ରହିଛି ।

ଗତ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀରେ କୋରୋନା ଭୂତାଣୁ ମାମଲାରେ ହ୍ରାସ ଘଟିଛି । ଏହି ସପ୍ତାହ ଆରମ୍ଭରେ ଜାତୀୟ ରାଜଧାନୀରେ ସୋମବାର ୬୧୩ ନୂଆ କୋରୋନୋ ସଂକ୍ରମିତ ମାମଲା ସାମ୍ନାକୁ ଆସିଥିଲା । ଯାହା ଗତ ଦୁଇ ମାସ ମଧ୍ୟରେ ସର୍ବନିମ୍ନ ଥିଲା । ଦିଲ୍ଲୀରେ ସୁସ୍ଥ ହାର ମଧ୍ୟ ୮୮ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦେଇଛନ୍ତି । ଏହାସହ ସମସ୍ତ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ।