ସଲଦାନ୍ହା କର୍ଣ୍ଣାଟକରେ କୋଭିଡ-19କୁ ମାତ୍ ଦେବାରେ ସବୁଠାରୁ ବୃଦ୍ଧା ମହିଳା ହୋଇପାରିଛନ୍ତି । ମହିଳାଙ୍କ ପୁଅ ଭିନ୍ସେଣ୍ଟ କହିଛନ୍ତି ଯେ, କାଶ, ଥଣ୍ଡା ଏବଂ ଜ୍ୱର ଭଳି ଆମର ୩ ଜଣଙ୍କର ଲକ୍ଷଣ ଥିଲା । କିନ୍ତୁ ମୋ ମା'ଙ୍କ ଠାରେ ଏପରି ଲକ୍ଷଣ ଦେଖାଯାଇ ନଥିଲା ।
Trending Photos
)
ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ୯୯ ବର୍ଷୀୟ ବୃଦ୍ଧା ମହିଳା କୋରୋନା ଭାଇରସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଯାହା ପରିବାର ଓ ଚିକିତ୍ସକଙ୍କୁ ଉତ୍ସାହିତ କରିଛି । ବୃଦ୍ଧା ମହିଳାଙ୍କ ସୁସ୍ଥ ହେବା ସହିତ ଏହି ମାରାତ୍ମକ ରୋଗରେ ପୀଡିତ ଥିବା ସମସ୍ତ ଲୋକଙ୍କ ପାଇଁ ଆଶାର କିରଣ ସୃଷ୍ଟି ହୋଇଛି । ମାର୍ସେଲିନ୍ ସାଲଦାନ୍ହା ତାଙ୍କ ନାତିଙ୍କ ସଂସ୍ପର୍ଶରେ ଆସିବା ପରେ କୋରୋନା ଭାଇରସ ସଂକ୍ରମିତ ହୋଇଯାଇଥିଲେ । ଜୁନ୍ ୧୮ରେ ତାଙ୍କ ୯୯ ତମ ଜନ୍ମଦିନରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କୁ ତାଙ୍କ ୭୦ ବର୍ଷର ପୁଅ ଭିନ୍ସେଣ୍ଟ, ବୋହୂ ରୀତା ଏବଂ ନାତି ବିଜୟଙ୍କ ସହ ଭିକ୍ଟୋରିଆ ହସ୍ପିଟାଲକୁ ନିଆଯାଇଥିଲା । ୯ ଦିନ ପରେ ଶୁକ୍ରବାର ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା । ସେ ତାଙ୍କ ନାତିଙ୍କ ସହ ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସାରିଛନ୍ତି ।
ସଲଦାନ୍ହା କର୍ଣ୍ଣାଟକରେ କୋଭିଡ-19କୁ ମାତ୍ ଦେବାରେ ସବୁଠାରୁ ବୃଦ୍ଧା ମହିଳା ହୋଇପାରିଛନ୍ତି । ମହିଳାଙ୍କ ପୁଅ ଭିନ୍ସେଣ୍ଟ କହିଛନ୍ତି ଯେ, କାଶ, ଥଣ୍ଡା ଏବଂ ଜ୍ୱର ଭଳି ଆମର ୩ ଜଣଙ୍କର ଲକ୍ଷଣ ଥିଲା । କିନ୍ତୁ ମୋ ମା'ଙ୍କ ଠାରେ ଏପରି ଲକ୍ଷଣ ଦେଖାଯାଇ ନଥିଲା ।
ଭିକ୍ଟୋରିଆ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରର ନୋଡାଲ ଅଧିକାରୀ ଡକ୍ତର ଅସୀମା ବାନୋ କହିଛନ୍ତି ଯେ, ମହିଳା ଜଣକ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଆଗ୍ରହୀ ନଥିଲେ । ସେ କହିଛନ୍ତି, ଟ୍ରମା କେୟାର ସେଣ୍ଟରର ଡାକ୍ତର ଓ ନର୍ସମାନଙ୍କ ନୈତିକ ସହଯୋଗରେ ସେ ଖୁବ ଶୀଘ୍ର ସୁସ୍ଥ ହୋଇଯାଇଥିଲେ । ସେ ଜୀବନରେ ସର୍ବଦା ସକରାତ୍ମକ ରହନ୍ତି ।