କ୍ଲିନିକାଲ ଟ୍ରାଏଲର ନେତୃତ୍ୱ ନେଉଥିବା ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ମାର୍ଟିନ ଲ୍ୟାଣ୍ଡ୍ରେ କହିଛନ୍ତି ଯେ, "ଏହା ହେଉଛି ଏକ ପରିଣାମ ଯାହା ଦର୍ଶାଏ ଯେ ଭେଣ୍ଟିଲେଟର କିମ୍ବା ଅମ୍ଳଜାନରେ ଥିବା କୋରୋନା ରୋଗୀଙ୍କୁ ଯଦି ଡେକ୍ସାମେଥାସୋନ ଦିଆଯାଏ । ତେବେ ଏହା ରୋଗୀର ଜୀବନ ରକ୍ଷା କରିଥାଏ । କେବଳ ଏତିକି ନୁହେଁ, ଏସବୁ ଅପେକ୍ଷାକୃତ କମ୍ ମୂଲ୍ୟରେ ହୋଇପାରିବ ।"
Trending Photos
)
ଲଣ୍ଡନ: କୋରୋନା ଭୂତାଣୁ ମହାମାରୀର ଚିକିତ୍ସା କ୍ଷେତ୍ରରେ ଏକ ଖୁସି ଖବର ଆସିଛି । ପରୀକ୍ଷା ଦ୍ୱାରା ଜଣାପଡିଛି ଯେ କୋଭିଡ-19 ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନେ ଜେନେରିକ୍ ଷ୍ଟେରଏଡ୍ ଡେକ୍ସାମେଥାସୋନ(Dexamethasone) ଗ୍ରହଣ କରିଥିଲେ । ସଂକ୍ରମଣର ଅତି ଭୟଙ୍କର କ୍ଷେତ୍ରରେ ମଧ୍ୟ ମୃତ୍ୟୁ ହାର ଏକ ତୃତୀୟାଂଶ ପର୍ଯ୍ୟନ୍ତ ହ୍ରାସ ପାଇଛି । ଫଳାଫଳ କୋରୋନା ଭୂତାଣୁ ବିରୁଦ୍ଧରେ ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି । ଏହି କ୍ଲିନିକାଲ୍ ପରୀକ୍ଷା ବ୍ରିଟେନର ନେତୃତ୍ୱାଧୀନ ବୈଜ୍ଞାନିକମାନେ କରିଥିଲେ । ଯାହାକୁ RECOVERY ନାଁ ଦିଆଯାଇଛି । ଅନୁସନ୍ଧାନକାରୀଙ୍କ ଅନୁଯାୟୀ, କୋରୋନା ଭୂତାଣୁ ମହାମାରୀ ସଂକ୍ରମିତଙ୍କ ପାଇଁ ଏହି ଔଷଧକୁ ଡାକ୍ତରଖାନାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ ।
କ୍ଲିନିକାଲ ଟ୍ରାଏଲର ନେତୃତ୍ୱ ନେଉଥିବା ଅକ୍ସଫୋର୍ଡ ୟୁନିଭର୍ସିଟିର ପ୍ରଫେସର ମାର୍ଟିନ ଲ୍ୟାଣ୍ଡ୍ରେ କହିଛନ୍ତି ଯେ, "ଏହା ହେଉଛି ଏକ ପରିଣାମ ଯାହା ଦର୍ଶାଏ ଯେ ଭେଣ୍ଟିଲେଟର କିମ୍ବା ଅମ୍ଳଜାନରେ ଥିବା କୋରୋନା ରୋଗୀଙ୍କୁ ଯଦି ଡେକ୍ସାମେଥାସୋନ ଦିଆଯାଏ । ତେବେ ଏହା ରୋଗୀର ଜୀବନ ରକ୍ଷା କରିଥାଏ । କେବଳ ଏତିକି ନୁହେଁ, ଏସବୁ ଅପେକ୍ଷାକୃତ କମ୍ ମୂଲ୍ୟରେ ହୋଇପାରିବ ।"
ତାଙ୍କ ସହକର୍ମୀ ପିଟର ହୋର୍ବିଙ୍କ ଅନୁଯାୟୀ, ଡେକ୍ସାମେଥାସୋନ ଏକ ସାଧାରଣ ଷ୍ଟେରଏଡ ଯାହା ଅନ୍ୟ ରୋଗରେ ପ୍ରଦାହକୁ ହ୍ରାସ କରିଥାଏ । ଏହା ହେଉଛି ଏକମାତ୍ର ଔଷଧ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁହାର ହ୍ରାସ କରିଛି । ହୋର୍ବି ଏହାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମ୍ୟାଟ ହ୍ୟାନକୋକ୍ ମଙ୍ଗଳବାର କହିଛନ୍ତି ଯେ, ବ୍ରିଟେନ ତୁରନ୍ତ କୋରୋନା ଭୂତାଣୁ ରୋଗୀଙ୍କୁ ଡେକ୍ସାମେଥାସୋନ ଦେବା ଆରମ୍ଭ କରିଛି ।
ସେ କହିଛନ୍ତି ଯେ, ତିନି ମାସ ପୂର୍ବେ ଔଷଧର କ୍ଷମତାକୁ ଅନୁଧ୍ୟାନ କରିବା ପରେ ବ୍ରିଟେନ ଏହି ଔଷଧର ବ୍ୟାପକ ଭାବେ ଷ୍ଟକ୍ କରିବା ଆରମ୍ଭ କରିଦେଇଛି । ମାର୍ଚ୍ଚ ଠାରୁ ଏହାକୁ ଷ୍ଟକ୍ କରିବା ଆରମ୍ଭ କରାଯାଇଛି । ଉଲ୍ଲେଖନୀୟ କଥା ହେଉଛି, ଏହି ସମୟରେ କୋଭିଡ-19 ପାଇଁ କୌଣସି ଅନୁମୋଦିତ ଚିକିତ୍ସା କିମ୍ବା ଟୀକା ଚିକିତ୍ସା ନାହିଁ । ସମଗ୍ର ବିଶ୍ୱ ବର୍ତ୍ତମାନ କୋରୋନା ମହାମାରୀର ସମ୍ମୁଖୀନ ହେଉଛି । ଏହି କାରଣରୁ ସାରା ବିଶ୍ୱରେ ଚାରି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।