• ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମହୁତି ଉଦ୍ୟମ
  • ଦେହରେ କିରାସିନି ଢାଳି ନିଆଁ ଲଗାଇ ମାଆ, ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ଦଶମ ଅଫଲାଇନ ପରୀକ୍ଷା ଫର୍ମପୂରଣରୁ ବାଦ ପଡ଼ିବାରୁ ପଦକ୍ଷେପ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ଆଜି ବିଶ୍ୱ ପ୍ରାକୃତିକ ସଂରକ୍ଷଣ ଦିବସ
  • ଆଜିଠୁ ଅଗଷ୍ଟ ୩ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ
  • ଦେଶରେ ଦିନକରେ ୪୩ ହଜାର ୬୭୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୬୪୦ ଜଣଙ୍କ ଜୀବନ
  • ଉତ୍ତର-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଘନୀଭୂତ
  • ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗରେ ଗତି କରିବ

ଟିକିରୀ ସୀମାରେ ପେଟ୍ରୋଲ ଢାଳି ଜଣେ ବ୍ୟକ୍ତିଙ୍କୁ ଜାଳି ଦେଲେ ପ୍ରଦର୍ଶନକାରୀ!

ମୃତକଙ୍କ ପରିଚୟ କାସର ଗାଁର ବାସିନ୍ଦା ମୁକେଶ ବୋଲି ଜଣାପଡିଛି । ସେ ଜଣେ ବସ୍ ଡ୍ରାଇଭର ଥିଲେ । ମୁକେଶଙ୍କ ଭାଇ ମଦନ ଲାଲ ଏନେଇ ଏକ ଏଫଆଇଆର ଦାଖଲ କରିଛନ୍ତି । ଯାହା ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି ।

ଟିକିରୀ ସୀମାରେ ପେଟ୍ରୋଲ ଢାଳି ଜଣେ ବ୍ୟକ୍ତିଙ୍କୁ ଜାଳି ଦେଲେ ପ୍ରଦର୍ଶନକାରୀ!

ଦିଲ୍ଲୀ: ତିନି କୃଷି ଆଇନ (Farm Laws) କୁ ବିରୋଧ କରି ଦୀର୍ଘ ଦିନ ଧରି କୃଷକମାନେ (Farmers) ଦିଲ୍ଲୀ ସୀମାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । କୃଷକମାନଙ୍କର ଧାରଣା ସ୍ଥଳ ଟିକରୀ ବର୍ଡର (Tikri Border)  ରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ହରିୟାଣା (Haryana) ର ଝଜ୍ଜରର ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କ ବୁଧବାର ରାତିରେ ମୃତ୍ୟୁ ଘଟିଛି । ଅତ୍ୟଧିକ ଜଳିଯିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଏହି ମାମଲାରେ ମୃତକଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ଏହି ଆନ୍ଦୋଳନ ସହ ଜଡିତ ୪ ଜଣ ବ୍ୟକ୍ତି ତାଙ୍କୁ ପୋଡି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ବେଲ ବଗିଚା ନାଁରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି

ମୃତକଙ୍କ ପରିଚୟ କାସର ଗାଁର ବାସିନ୍ଦା ମୁକେଶ ବୋଲି ଜଣାପଡିଛି । ସେ ଜଣେ ବସ୍ ଡ୍ରାଇଭର ଥିଲେ । ମୁକେଶଙ୍କ ଭାଇ ମଦନ ଲାଲ ଏନେଇ ଏକ ଏଫଆଇଆର ଦାଖଲ କରିଛନ୍ତି । ଯାହା ପରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି ।

ଦୈନିକ ଜାଗରଣରେ ପ୍ରକାଶିତ ଖବର ଅନୁଯାୟୀ, ରୁଜୁ ହୋଇଥିବା ଏଫଆଇଆରରେରେ କୁହାଯାଇଛି ଯେ ମୋ ଭାଇ ମୁକେଶ ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଘରୁ ବୁଲିବା ପାଇଁ ବାହାରକୁ ଯାଇଥିଲେ, ପରେ ସେ  କୃଷକ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚିଥିଲେ । ମୁଁ ଫୋନରୁ ଜାଣିବାକୁ ପାଇଥିଲି ଯେ ମୋର ଭାଇ ଉପରେ ଆନ୍ଦୋଳନକାରୀମାନେ ହତ୍ୟା କରିବା ଉଦ୍ଦେଶ୍ୟରେ ତେଲ ଛିଞ୍ଚି ନିଆଁ ଲଗାଇଦେଇଛି ।

ମୁଁ ତୁରନ୍ତ ମୋ ଗାଁର ପୂର୍ବତନ ସରପଞ୍ଚ ଟନିଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲି, ମୋ ଭାଇ ମୁକେଶ ଗୁରୁତର ଭାବରେ ଜଳି ଯାଇଥିଲେ । ଆମେ ସଙ୍ଗେ ସଙ୍ଗେ ତାଙ୍କୁ ସିଭିଲ୍ ହସ୍ପିଟାଲକୁ ଆଣିଥିଲୁ । ଏଠାରେ ଚିକିତ୍ସା ସମୟରେ ମୁକେଶ କହିଥିଲେ ଯେ ଏହି ଆନ୍ଦୋଳନରେ ଜଣେ ବ୍ୟକ୍ତି ଯାହାର ନାମ କୃଷ୍ଣ ଏବଂ ଧଳା ପୋଷାକ ପିନ୍ଧିଥିଲେ, ସେ ପ୍ରଥମେ ତାଙ୍କୁ ମଦ ପିଆଇଥିଲେ ଓ ପରେ ତାଙ୍କୁ ନିଆଁ ଲଗାଇ ଦେଇଥିଲେ । ଏହା ଦ୍ୱାରା ସେ ଅତ୍ୟାଧିକ ଜଳି ଯାଇଥିଲେ ।

ଅଧିକ ପଢ଼ନ୍ତୁ:-ଲଗାତର ଚତୁର୍ଥ ଦିନ ୭୦ ହଜାରରୁ କମ୍ କୋରୋନା ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ଇଣ୍ଡିଆନ୍ ଏକ୍ସପ୍ରେସ୍ ଖବର ଅନୁଯାୟୀ, ସେକ୍ଟର-୬ର ଷ୍ଟେସନ ହାଉସ୍ ଅଫିସର (SHO), ଇନ୍ସପେକ୍ଟର ଜୟ ଭଗବାନ୍ କହିଛନ୍ତି ଯେ, "ଆମେ ଜଣେ ଅଭିଯୁକ୍ତ କୃଷ୍ଣଙ୍କୁ ଗିରଫ କରିଛୁ, ଯିଏ ଜିନ୍ଦ ନିବାସୀ ଏବଂ ତାଙ୍କ ନାମ ଏଫଆଇଆରରେ ଉଲ୍ଲେଖ କରାଯାଇଥିଲା । ଟିକରୀ ସୀମାରେ ସେ କୃଷକଙ୍କ ଆନ୍ଦୋଳନରେ ଭାଗ ନେଉଥିଲେ । ସେ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ବୁଧବାର ସନ୍ଧ୍ୟାରେ ପୀଡ଼ିତ ଓ ଅଭିଯୁକ୍ତମାନେ ଏକାଠି ମଦ ପିଉଥିଲେ । ତା’ପରେ ସେମାନଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡ଼ା ହୋଇଯାଇଥିଲା । ମାରପିଟ ସମୟରେ ଅଭିଯୁକ୍ତ ପୀଡିତଙ୍କୁ ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି ।"

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ସେପଟେ ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏହି ଘଟଣାରେ କୃଷକ ପ୍ରଦର୍ଶନକାରୀଙ୍କ ହାତ ନାହିଁ ବୋଲି କହିଛି ଏବଂ ହରିୟାଣା ସରକାରଙ୍କ ପାଖରେ ନିରପେକ୍ଷ ତଦନ୍ତ ଦାବି କରିଛି । ମୋର୍ଚ୍ଚା କହିଛନ୍ତି ଯେ, ମୁକେଶଙ୍କ ମୃତ୍ୟୁ ପଛରେ ପାରିବାରିକ କଳହ ହେଉଛି ମୁଖ୍ୟ କାରଣ । ସଂଯୁକ୍ତ କିସାନ୍ ମୋର୍ଚ୍ଚା କହିଛନ୍ତି ଯେ, ପରିବାର ପକ୍ଷରୁ ଲଗାଯାଇଥିବା ଅଭିଯୋଗର ଉଦ୍ଦେଶ୍ୟ ହେଉଛି କୃଷକଙ୍କ ଆନ୍ଦୋଳନକୁ ବଦନାମ କରିବାର ପ୍ରୟାସ । ଗୁରୁବାର ବିଳମ୍ବିତ ରାତିରେ SKM ନେତାମାନେ ଭିଡିଓ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ଉକ୍ତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଦେଖାଯାଇଥିଲା ଏବଂ ବ୍ୟକ୍ତିଗତ କାରଣରୁ ସେ ନିଜ ଦେହରେ ନିଆଁ ଲଗାଇ ନେଇଥଲା ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ଏହି ଲାଭ

ବାହାଦୂରଗଡ ଡିଏସପି ପୱନ କୁମାର କହିଛନ୍ତି ଯେ, ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ ୪ ଜଣ ତାଙ୍କ ଉପରେ ପେଟ୍ରୋଲ କିମ୍ବା ଡିଜେଲ ଛିଞ୍ଚି ନିଆଁ ଲଗାଇ ଦେଇଛନ୍ତି । ଏଫଆଇଆରେ ଜଣେ ଅଭିଯୁକ୍ତଙ୍କ ନାମ ରହିଛି, ଅନ୍ୟ ଜଣକୁ ଚିହ୍ନଟ କରାଯାଇଛି, ଅନ୍ୟ ଦୁଇଜଣ ଅଜ୍ଞାତ ଅଟନ୍ତି । ମଦନ ଲାଲ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ମୁକେଶ ପ୍ରାୟ ସନ୍ଧ୍ୟା ୫ଟା ବୁଲିବାକୁ ଯାଇ ଧାରଣା ସ୍ଥଳରେ ପହଞ୍ଚିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ମୁଁ ଜାଣିବାକୁ ପାଇଛି ଯେ ପ୍ରଦର୍ଶନକାରୀନେ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଛନ୍ତି ।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ହରିୟାଣା ସିଏମ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ, "ବର୍ତ୍ତମାନ ଏହି ଆନ୍ଦୋଳନ ଅନୈତିକ ହୋଇପଡିଛି । ଯଦି କୃଷକ ଆନ୍ଦୋଳନ ଶାନ୍ତି ସହିତ ଜାରି ରହେ ତେବେ ଆମର କୌଣସି ଆପତ୍ତି ନାହିଁ, କିନ୍ତୁ ଏଥିରେ ଘଟିଥିବା ହିଂସା ତଥା ଅନୈତିକ କାର୍ଯ୍ୟକଳାପ ଏହା ଏକ ଚିନ୍ତାର ବିଷୟ । ଏହି ଧାରଣା ସ୍ଥଳ ମହିଳାଙ୍କ ସହ ଅସଦାଚରଣ କରିବାର ଆଡ୍ଡା ପାଲଟିଛି ।"