ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରଫେସର, ବୁଦ୍ଧିଜୀବୀ, ଗବେଷକ ଛାତ୍ରଛାତ୍ରୀ ଓ ସାମ୍ବାଦିକମାନଙ୍କ ସହ ଆଲୋଚନା ସହ ବିଭିନ୍ନ ପଥ ଚିହ୍ନଟ କରାଯାଇଛି । ପ୍ରସ୍ତାବିତ କେତେ ତଥ୍ୟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ UGC NET ରେ ଏହି ବିଷୟକୁ କିପରି ଅନୁଷ୍ଠାନକ ଭାବରେ ଡାଇସପୋରାକୁ ନିଯୁକ୍ତି କରାଯାଇପାରିବ ସେ ବିଷୟରେ ବିଶ୍ୱବିଦ୍ୟାଳୟ ଭିସି ରାମ ଶଙ୍କର ଦୁବେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ସଙ୍ଗୀତ କୁମାର ରାଗି, ଆଇଆଇଟି ମାଡ୍ରାସ ପ୍ରଫେସର ଜ୍ଯୋତିମୟୀ ତ୍ରିପାଠୀ, ଡା.ବାଲାଜୀ ସତପଥୀ ନିଜର ବକ୍ତବ୍ୟ ରଖିଥିଲେ ।
Trending Photos
)
ନୂଆଦିଲ୍ଲୀ: ଡାଇସପୋରା ଅଧ୍ୟୟନକୁ ନେଇ ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨ ଦିନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୨୦୨୧ ନୂତନ ଶିକ୍ଷା ନୀତି ପରିପ୍ରେକ୍ଷୀରେ ଦେଶର ବିଶ୍ୱବିଦ୍ୟାଳୟ ଗୁଡିକରେ ଅଧ୍ୟୟନ ହୋଉଥିବା ଶାସ୍ତ୍ରଗୁଡ଼ିକ ମଧ୍ୟରେ ଡାଇସପୋରା ବିଷୟରେ ଦେଶରେ କିପରି ଛାତ୍ରଛାତ୍ରୀ ଅଧ୍ୟୟନ କରିପାରିବେ ସେନେଇ ବିଭାଗ ମୁଖ୍ୟ ପ୍ରଫେସର ଅତନୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁସନ୍ଧାନ ପାଇଁ ଦୁଇ ଦିନିଆ କର୍ମଶାଳା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଜୁରାଟ ଠାରେ ଆୟୋଜନ କରାଯାଇଥିଲା । ଏହି ୨ ଦିନ କର୍ମଶାଳାରେ ବହୁ ବିଷୟ ଉପରେ ବିଚାରବିମର୍ଶ ହୋଇଥିଲା ।
ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଆସନ୍ତା ବର୍ଷ ଠାରୁ ବଦଳିଯିବ ଏହି ନିୟମ
ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଆସିଥିବା ପ୍ରଫେସର, ବୁଦ୍ଧିଜୀବୀ, ଗବେଷକ ଛାତ୍ରଛାତ୍ରୀ ଓ ସାମ୍ବାଦିକମାନଙ୍କ ସହ ଆଲୋଚନା ସହ ବିଭିନ୍ନ ପଥ ଚିହ୍ନଟ କରାଯାଇଛି । ପ୍ରସ୍ତାବିତ କେତେ ତଥ୍ୟ ମଧ୍ୟରୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବ୍ୟବସ୍ଥାରେ UGC NET ରେ ଏହି ବିଷୟକୁ କିପରି ଅନୁଷ୍ଠାନକ ଭାବରେ ଡାଇସପୋରାକୁ ନିଯୁକ୍ତି କରାଯାଇପାରିବ ସେ ବିଷୟରେ ବିଶ୍ୱବିଦ୍ୟାଳୟ ଭିସି ରାମ ଶଙ୍କର ଦୁବେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ସଙ୍ଗୀତ କୁମାର ରାଗି, ଆଇଆଇଟି ମାଡ୍ରାସ ପ୍ରଫେସର ଜ୍ଯୋତିମୟୀ ତ୍ରିପାଠୀ, ଡା.ବାଲାଜୀ ସତପଥୀ ନିଜର ବକ୍ତବ୍ୟ ରଖିଥିଲେ । ଏବଂ ଆଗାମୀ ଦିନରେ ଏହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଉତ୍ତମ ଶିକ୍ଷା ବ୍ୟବସ୍ଥା ହୋଇପାରିବି ବୋଲି ବିଭାଗ ପ୍ରଫେସର ଶିବଶଙ୍କର ମହାନ୍ତି କହିଥିଲେ ।