ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ
Advertisement

ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ । 

ଯଦି ଆପଣଙ୍କ ମୋବାଇଲ୍ ନମ୍ବର ଆଧାରରେ ହୋଇନାହିଁ ଲିଙ୍କ୍, ତେବେ ଅଟକି ଯିବ ଏସବୁ କାମ

ନୂଆଦିଲ୍ଲୀ: ଆଜିକାଲି ପରିଚୟ ପତ୍ର ଓ ଆବାସିକ ପ୍ରମାଣ ଭାବରେ ଆଧାର (Aadhaar) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କର ଆଧାର କାର୍ଡ ସବୁବେଳେ ଅପଡେଟ୍ ରହିବା ଜରୁରୀ । ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆପଣଙ୍କର ମୋବାଇଲ୍ ନମ୍ବର (Mobile Number) କୁ ଆଧାରରେ ଲିଙ୍କ୍ କରିବା । ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆଧାର କାର୍ଡ (Aadhaar Card) ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ୍ କରିନାହାଁନ୍ତି, ତେବେ ଆପଣ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଏହି ଜରୁରୀ କାମ କରିପାରିବେ ନାହିଁ

ଆଧାରରେ ଯଦି ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର ନାହିଁ, ତେବେ ଆପଣ ଆଧାର ନମ୍ବର ଯାଞ୍ଚ କରିବାରେ ସମର୍ଥ ହେବେ ନାହିଁ । ଏହା ବ୍ୟତୀତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ମଧ୍ୟ ଭେରିଫାଇ୍ ହୋଇପାରିବେ ନାହିଁ । ଆଧାରର ସଂସ୍ଥା UIDAI ମଧ୍ୟ ଲୋକଙ୍କୁ ଭର୍ଚୁଆଲ୍ ଆଇଡି ଜେନେରେଟ୍ କରିବାକୁ ସୁବିଧା ଦେଇଛି । ଯଦି ଆପଣଙ୍କର ମୋବାଇଲ୍ ନମ୍ବର ପଞ୍ଜିକୃତ ହୋଇନାହିଁ, ତେବେ ଆପଣ ମଧ୍ୟ ଏହି ସୁବିଧାର ଲାଭ ଉଠାଇବାକୁ ସମର୍ଥ ହେବେ ନାହିଁ । ଆହୁରି ମଧ୍ୟ ଆଧାର ପେପରଲେସ୍ ଅଫଲାଇନ୍ ଇ- KYC ମଧ୍ୟ ସମ୍ଭବ ହୋଇପାରିବ ନାହିଁ । ଏହା ବ୍ୟତୀତ ଆପଣ ଆପଣଙ୍କ ବାୟୋମେଟ୍ରିକ୍ ଲକ୍ କିମ୍ବା ଅନଲକ୍ କରିପାରିବେ ନାହିଁ ।

ଏହିପରି କରାନ୍ତୁ ମୋବାଇଲ୍ ନମ୍ବର ପଞ୍ଜିକୃତ

ଷ୍ଟେପ୍ ୧: ଆଧାର ଏନରୋଲମେଣ୍ଟ କିମ୍ବା ଅପଡେଟ କେନ୍ଦ୍ରକୁ ଯାଆନ୍ତୁ ।

ଷ୍ଚେପ୍ ୨ : ଆଧାର ସଂଶୋଧନ ଫର୍ମ ପୁରଣ କରନ୍ତୁ ।

ଷ୍ଟେପ୍ ୩: ଆପଣଙ୍କ ବର୍ତ୍ତମାନର ମୋବାଇଲ ନମ୍ୱର ପୂରଣ କରନ୍ତୁ, ଯାହାକୁ ଆଧାରରେ ଅପଡେଟ୍ କରାଯିବ ।

ଷ୍ଟେପ୍ ୪: ଫର୍ମ ଜମା କରନ୍ତୁ ଏବଂ ପ୍ରମାଣ ପାଇଁ ଆପଣଙ୍କର ବାୟୋମେଟ୍ରିକ୍ସ ଦିଅନ୍ତୁ ।

ଷ୍ଟେପ୍ ୫: ଆଧାର କର୍ମଚାରୀ ଆପଣଙ୍କୁ ଏହା ଉପରେ ଏକ ସ୍ୱୀକୃତି ସ୍ଲିପ୍ ଦେବେ ।

ଷ୍ଟେପ୍ ୬: ସ୍ଲିପରେ ଅପଡେଟ୍ ଅନୁରୋଧ ନମ୍ବର (URN) ରହିଥାଏ ।

ଷ୍ଟେପ୍ ୭: ଆଧାର ଅପଡେଟ୍ ସ୍ଥିତିକୁ ଟ୍ରାକ୍ କରିବାକୁ URN ର ବ୍ୟବହାର କରାଯାଇପାରିବ ।

ଅଧିକ ପଢ଼ନ୍ତୁ:-ନାଭିରେ ତେଲ ଲଗାଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଲାଭ, ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଲାଭଦାୟକ

ଅଧିକ ପଢ଼ନ୍ତୁ:-ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଅଧିକ ପଢ଼ନ୍ତୁ:-ମମତା ବିଧାୟକ ହେବା ମାତ୍ରେ ରାଜ୍ୟପାଳ ଧନଖର ନେଲେ ଏହି ବଡ଼ ପଦକ୍ଷେପ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା