PAN card ଥିଲେ ଶୀଘ୍ର କରନ୍ତୁ ଏହି କାମ, ନହେଲେ ଗଣିବାକୁ ପଡିବ ମୋଟା ଅଙ୍କ
Advertisement

PAN card ଥିଲେ ଶୀଘ୍ର କରନ୍ତୁ ଏହି କାମ, ନହେଲେ ଗଣିବାକୁ ପଡିବ ମୋଟା ଅଙ୍କ

ଯଦି ଆପଣ ସମୟସୀମା ପୂର୍ବରୁ ଆପଣଙ୍କର PAN କୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କର PAN କାର୍ଡ ନିଷ୍କ୍ରିୟ ମଧ୍ୟ ହୋଇପାରିବ। ଏହା ବ୍ୟତୀତ ପାନକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ୧୦୦୦୦ ଟଙ୍କା ଦେବାକୁ ପଡିବ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାନ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ପାନ୍ କାର୍ଡ ଧାରକମାନଙ୍କୁ ସେମାନଙ୍କର ପର୍ମାନେଣ୍ଟ ଆକାଉଣ୍ଟ୍ ନମ୍ବର (PAN) କୁ ଆଧାର କାର୍ଡ ସହିତ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲିଙ୍କ୍ କରିବାକୁ ପରାମର୍ଶ ଦିଆଯାଇଛି। ଯଦି ଆପଣ ଏହି ସମୟସୀମା ପୂର୍ବରୁ ଆପଣଙ୍କର PAN କୁ ଆଧାର ସହିତ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କର PAN କାର୍ଡ ନିଷ୍କ୍ରିୟ ମଧ୍ୟ ହୋଇପାରିବ। ଏହା ବ୍ୟତୀତ ପାନକୁ ଆଧାର ସହିତ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ୧୦୦୦୦ ଟଙ୍କା ଦେବାକୁ ପଡିବ।

ପାନ୍ କାର୍ଡ ଓ ଆଧାର ଲିଙ୍କ ନ ହେଲେ ଅନେକ ସମସ୍ୟା ହେବ। ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍ ମାର୍କେଟରେ ବିନିଯୋଗ, ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଇତ୍ୟାଦିରେ କଷ୍ଟକର ହେଇଯିବ। ଯଦି ସେହି ବ୍ୟକ୍ତି ପୁଣି ଥରେ ପାନ୍ କାର୍ଡ ତିଆରି କରନ୍ତି ତେବେ ତାଙ୍କୁ ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ଏନ୍ ଅନୁଯାୟୀ, ମୂଲ୍ୟାଙ୍କନ ଅଧିକାରୀ ନିର୍ଦ୍ଦେଶରେ ଏହିପରି ବ୍ୟକ୍ତିଙ୍କ ଉପରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିପାରେ।

ଅନଲାଇନରେ ଆଧାର-ପାନ ଲିଙ୍କ୍

  • ସର୍ବପ୍ରଥମେ ଇନକମ ଟ୍ୟାକ୍ସ ୱେବସାଇଟକୁ ଯାଆନ୍ତୁ।
  • ଆଧାର କାର୍ଡରେ ଦିଆଯାଇଥିବା ନାମ, ପାନ୍ ନମ୍ବର ଏବଂ ଆଧାର ନମ୍ବର ଏଣ୍ଟ୍ରୀ କରନ୍ତୁ।
  • ଆଧାର କାର୍ଡରେ ଯଦି ଜନ୍ମ ବର୍ଷ ଦିଆଯାଏ ତେବେ ଟିକ୍ କରନ୍ତୁ।
  • ଏବେ କ୍ୟାପଚା କୋଡ୍ ଏଣ୍ଚ୍ରୀ କରନ୍ତୁ।
  • ବର୍ତ୍ତମାନ ଲିଙ୍କ୍ ଆଧାର ବଟନ୍ ଉପରେ କ୍ଲିକ୍ କରନ୍ତୁ।
  • ଏବେ ଆପଣଙ୍କର ପାନ୍-ଆଧାର ସହିତ ଲିଙ୍କ୍ ହେଇଯିବ।

Also Read: SBI ଓ PNB ର ଗ୍ରାହକଙ୍କ ପାଇଁ ବଡ଼ ଖବର! ବ୍ୟାଙ୍କ କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କର ବ୍ୟାଙ୍କ.

SMS ମାଧ୍ୟମରେ ଲିଙ୍କ୍ କରିପାରିବେ

  • ପ୍ରଥମେ ଫୋନରେ UIDPAN ଟାଇପ୍ କରିବାକୁ ପଡିବ।
  • ଏହା ପରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏଣ୍ଟ୍ରୀ କରନ୍ତୁ।
  • ତା’ପରେ ୧୦ ଅଙ୍କ ବିଶିଷ୍ଟ PAN ନମ୍ବର ଦିଅନ୍ତୁ।
  • ବର୍ତ୍ତମାନ ସେହି ଟେକ୍ଟକୁ 567678 କିମ୍ବା 56161ରେ ପଠାନ୍ତୁ।

ନିଷ୍କ୍ରିୟ ପ୍ୟାନକୁ କିପରି ସକ୍ରିୟ କରିବେ

ନିଷ୍କ୍ରିୟ ପ୍ୟାନ କାର୍ଡ ସକ୍ରିୟ ହୋଇପାରିବ। ଏଥିପାଇଁ ଆପଣଙ୍କୁ ଏକ SMS ପଠାଇବାକୁ ପଡିବ। ପଞ୍ଜୀକୃତ ମୋବାଇଲର ମେସେଜ୍ ବକ୍ସକୁ ଯାଇ ୧୦ ଅଙ୍କ ବିଶିଷ୍ଟ PAN ନମ୍ବର  ପରେ ସ୍ପେସ ଦେଇ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଲେଖନ୍ତୁ। ତାପରେ ଏହାକୁ  567678 କିମ୍ବା 56161କୁ SMS କରନ୍ତୁ।