LIC ର ଏହି ଯୋଜନାରେ ପ୍ରିମିୟମ ନ ଦେଇ ପାଆନ୍ତୁ ୭୫୦୦୦ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ
Advertisement

LIC ର ଏହି ଯୋଜନାରେ ପ୍ରିମିୟମ ନ ଦେଇ ପାଆନ୍ତୁ ୭୫୦୦୦ ଟଙ୍କା, ଫଟାଫଟ୍ କରନ୍ତୁ ଆବେଦନ

ଆମ୍ ଆଦମୀ ବିମା ଯୋଜନା: ଏହି ଯୋଜନା ହେଉଛି ଏକ ସାମାଜିକ ସୁରକ୍ଷା ଯୋଜନା ଯାହା ମୁଖ୍ୟତଃ ଗ୍ରାମୀଣ ଭୂମିହୀନ ପରିବାର ପାଇଁ । ଏହି ଯୋଜନା ସେହି ପରିବାରମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ ଯେଉଁ ପରିବାରର ମୁରବି ଅକାଳରେ ମରିଯାଆନ୍ତି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: Aam Aadmi Bima Yojana: ଗ୍ରାମୀଣ ଭୂମିହୀନ ପରିବାର ପାଇଁ ସରକାର ଲଗାତାର ଅନେକ ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ଏଲଆଇସି (LIC) ଦ୍ୱାରା ପରିଚାଳିତ ଆମ୍ ଆଦମୀ ବିମା ଯୋଜନା ଆରମ୍ଭ କରିଛନ୍ତି । ଏହା ଏକ ସାମାଜିକ ସୁରକ୍ଷା ଯୋଜନା ଯାହା ଗ୍ରାମୀଣ ଭୂମିହୀନ ପରିବାରର ସାହାଯ୍ୟ ପାଇଁ ଉଦ୍ଦିଷ୍ଟ । ଯଦି ଏକ ଗ୍ରାମୀଣ ଭୂମିହୀନ ପରିବାରର ମୁରବି ଅକାଳରେ ମରିଯାଆନ୍ତି ଓ ପରିବାର ବହୁତ ଅସୁବିଧାରେ ପଡ଼ନ୍ତି, ତେବେ ଏହି ଯୋଜନା ଅଧୀନରେ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯାଇ ଥାଏ । ଜାଣନ୍ତୁ ଏହି ଯୋଜନା ବିଷୟରେ....

କିଏ ପାଇପାରିବେ ଏହି ଯୋଜନାର ଲାଭ?
ଏହି ଯୋଜନାର ଲାଭ ଉଠାଇବାକୁ, ଆବେଦନକାରୀଙ୍କ ବୟସ ୧୮ରୁ ୫୯ ବର୍ଷ ମଧ୍ୟରେ ହେବା ଉଚିତ୍ । ଏହା ବ୍ୟତୀତ କେବଳ ପରିବାରର ମୁଖ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ କିମ୍ବା ବିପିଏଲ ପରିବାରର ରୋଜଗାର କରୁଥିବା ସଦସ୍ୟ ଏହି ଯୋଜନା ନେଇପାରିବେ । ଅର୍ଥାତ ସେହି ଜଣେ ସଦସ୍ୟ ରହିବା ଆବଶ୍ୟକ ଯାହାର ରୋଜଗାର ପରିବାରର ଖର୍ଚ୍ଚ ବହନ କରେ ।

​ଏହା ବି ପଢ଼ନ୍ତୁ: ରାଜ କୁନ୍ଦ୍ରା ଜେଲରୁ ଫେରିବା ମାତ୍ରେ ବଦଳିଲା ଶିଳ୍ପାଙ୍କ ମନ, ନେଲେ ଏହି ବଡ ନିଷ୍ପତ୍ତି...  

ଜାଣନ୍ତୁ ଏହି ଯୋଜନାର ଲାଭ
ଏହି ଯୋଜନା ଅଧୀନରେ ହିତାଧିକାରୀ ଏକାସାଙ୍ଗରେ ୫ ଟି ସୁବିଧା ପାଆନ୍ତି ।
୧. ଯଦି ପ୍ରାକୃତିକ କାରଣରୁ ଆବେଦନକାରୀ ମରିଯାଏ, ତେବେ ଏହି ଯୋଜନା ଅଧୀନରେ ତାଙ୍କ ପରିବାରକୁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ ।
୨. ଯଦି ଯୋଜନା ନେଉଥିବା ବ୍ୟକ୍ତି ଦୁର୍ଘଟଣା ଯୋଗୁଁ ମରିଯାଏ, ତେବେ ତାଙ୍କ ନାମିନୀଙ୍କୁ ୭୫,୦୦୦ ଟଙ୍କା ପ୍ରଦାନ କରାଯାଇଥାଏ ।
୩. ଯଦି ପରିବାରର ମୁଖ୍ୟ ଏକ ଦୁର୍ଘଟଣାରେ ଶାରୀରିକ ଭାବେ ଅକ୍ଷମ ହୁଅନ୍ତି, ତେବେ ତାଙ୍କୁ ୭୫,୦୦୦ ଟଙ୍କା ଦିଆଯିବ ।
୪. ଯଦି ଏହି ଯୋଜନା ଗ୍ରହଣ କରୁଥିବା ବ୍ୟକ୍ତି ମାନସିକ ସ୍ତରରେ ଭିନ୍ନକ୍ଷମ ହୁଅନ୍ତି, ତେବେ ତାଙ୍କୁ ୩୭,୫୦୦ ଟଙ୍କା ଦିଆଯିବ ।
୫. ପଞ୍ଚମ ଲାଭ ଅନୁଯାୟୀ, ଯଦି ଯୋଜନା ଗ୍ରହଣକାରୀ ମରି ଯାଆନ୍ତି, ତେବେ ପରିବାରର ଦୁଇ ପିଲାଙ୍କୁ ୯ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତିମାସରେ ୧୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ: ସର୍ବସାଧାରଣରେ ଲୋକଙ୍କୁ ଫାଶୀ ଦେଉଛି ତାଲିବାନ, ଦେଖନ୍ତୁ ଭାଇରଲ ଭିଡ଼ିଓ

ଦେବାକୁ ପଡେନାହିଁ କୌଣସି ପ୍ରିମିୟମ
ଏହି ଯୋଜନାର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ପ୍ରିମିୟମ ବାର୍ଷିକ ୨୦୦ ଟଙ୍କା । ଏଥିରେ ୫୦ ପ୍ରତିଶତ କେନ୍ଦ୍ର ସରକାର ଓ ବାକି ୫୦ ପ୍ରତିଶତ ରାଜ୍ୟ ସରକାର ବହନ କରିଥାନ୍ତି । ମୋଟ ଉପରେ, ବ୍ୟକ୍ତି ମାଗଣାରେ ଏହି ଯୋଜନାର ଲାଭ ପାଇଥାଏ ।

ଏଗୁଡ଼ିକ ହେଉଛି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ 
ଏହି ଯୋଜନାର ଲାଭ ଉଠାଇବାକୁ, ଆପଣଙ୍କୁ ୫ ଟି ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ପଡିବ । ରେସନ କାର୍ଡ, ଜନ୍ମ ପ୍ରମାଣପତ୍ର, ସ୍କୁଲ ସାର୍ଟିଫିକେଟ୍, ଭୋଟର ପରିଚୟ ପତ୍ର ଓ ଆଧାର କାର୍ଡ ଦାଖଲ କରି ଆପଣ ଏହି ଯୋଜନା ଆରମ୍ଭ କରିପାରିବେ ।

ଅଧିକ ପଢ଼ନ୍ତୁ: କୃଷକଙ୍କୁ ୨୦୦୦ ପରିବର୍ତ୍ତେ ମିଳିବ ୪୦୦୦ ଟଙ୍କା! ତୁରନ୍ତ ଦାଖଲ କରନ୍ତୁ ଏହି ଡକ୍ୟୁମେଣ୍ଟ୍

ଏହିପରି କରିପାରିବେ କ୍ଲେମ
କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ, କ୍ଲେମ ଅର୍ଥ NEFT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଥାଏ । ଯଦି NEFT ର ସୁବିଧା ସେଠାରେ ନାହିଁ, ତେବେ କୌଣସି ଅଧିକାରୀଙ୍କ ଅନୁମୋଦନ ପରେ, କ୍ଲେମ ପରିମାଣ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଏ । ଏଠାରେ ହିତାଧିକାରୀ ନିଜେ ଏହି ଯୋଜନା ଗ୍ରହଣ କରୁଥିବା ବ୍ୟକ୍ତି ହୋଇପାରନ୍ତି ଯେତେବେଳେ ସେ ଦୁର୍ଘଟଣା ସମୟରେ ଆର୍ଥିକ ସହାୟତା ପାଆନ୍ତି । ଏଥି ସହିତ, ଯଦି ଏହି ଯୋଜନା କରିଥିବା ବ୍ୟକ୍ତି ମରିଯାଆନ୍ତି, ତେବେ LIC ରୁ ତାଙ୍କ ନାମାଙ୍କିତ ଆକାଉଣ୍ଟକୁ ଟଙ୍କା ପଠାଯାଏ ।

ସରକାରଙ୍କ ଏହି ଚମତ୍କାର ଯୋଜନା ଅନୁଯାୟୀ, ଅକ୍ଷମତା ହେଲେ ବୀମାଭୁକ୍ତ ବ୍ୟକ୍ତି ନିଜେ କ୍ଲେମ କରିପାରିବେ । ଏଥିପାଇଁ ତାଙ୍କୁ କ୍ଲେମ ଫର୍ମ ସହିତ ସମସ୍ତ ଆବଶ୍ୟକୀୟ ଦଲିଲ ଦାଖଲ କରିବାକୁ ପଡିବ । ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମ୍ ଆଦମୀ ବିମା ଯୋଜନା ଅନ୍ତର୍ଗତ ବୀମାଭୁକ୍ତ ପିଲାମାନଙ୍କୁ LIC ମଧ୍ୟ ଛାତ୍ରବୃତ୍ତି ପ୍ରଦାନ କରିଥାଏ । ଛାତ୍ରବୃତ୍ତି ପରିମାଣ ମାସକୁ ୧୦୦ ଟଙ୍କା । ଏହି ଛାତ୍ରବୃତ୍ତି ୬ ମାସର ବ୍ୟବଧାନରେ ଦିଆଯାଏ ।