)
ମେଡ୍ରିଡ/ରୋମ: ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହୋଇଚାଲିଛି । କ୍ରମଗାତ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ବିଶ୍ୱରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦,୦୦,୦୦୦ ପାଖାପାଖି ପହଞ୍ଚିଛି ଯାଇଛି । ଏହି ପରିସ୍ଥିତିରେ ବିଶ୍ୱ ଆଗରେ ଏକ ବଡ଼ ସଙ୍କଟ ଦେଖା ଦେଇଛି । କୋରୋନା ଯୋଗୁଁ ୟୁରୋପ ମହାଦେଶର ଦେଶଗୁଡ଼ିକ ଅଧିକ ପ୍ରଭାବତି ହୋଇଛନ୍ତି । ବର୍ତ୍ତମାନ ଯାଏ ସ୍ପେନରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦,୦୦୦ରୁ ଉର୍ଦ୍ଧ୍ୱ ପହଞ୍ଚିଛି । ଇଟାଲୀ ପରେ ସ୍ପେନରେ କୋରୋନା ଅଧିକ ବିପର୍ଯ୍ୟୟ ଆଣିଛି ।
ଅନ୍ୟପକ୍ଷେ ଇଟାଲୀରେ ବର୍ତ୍ତମାନ ଯାଏ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩,୧୫୫ ପହଞ୍ଚିଛି । ଏହାସହ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ସରକାର ତରଫରୁ ଏହି ସୂଚନା ଜାରି କରାଯାଇଛି । ଇଟାଲୀ ପରେ ସ୍ପେନରେ ଏହି ମହାମାରୀ ଯୋଗୁଁ ସର୍ବାଧିକ ମୃତ୍ୟୁ ଘଟିଛି । ସ୍ପେନରେ ବର୍ତ୍ତମାନ ସୁଦ୍ଧା କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦,୨୩୮ ପହଞ୍ଚିଛି । ଏଠାରେ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଛି । ପ୍ରତିଦିନ ୮.୦ ପ୍ରତିଶତ ହାରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା କିନ୍ତୁ ମଙ୍ଗଳବାର ଏହି ସଂଖ୍ୟା ବୃଦ୍ଧି ପାଇଁ ୧୧ ପ୍ରତିଶତ ହୋଇଯାଇଛି ।
ସ୍ପେନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଏହି ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ଦେଶରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟାରେ କମି ଆସିଛି । ଗୋଟିଏ ସପ୍ତାହ ପୂର୍ବରୁ ୨୭ ପ୍ରତିଶତରୁ ଖସି ଆସି ଏହା ବୁଧବାର ୧୦.୫ ପ୍ରତିଶତ ହୋଇଯାଇଛି । ଦେଶର ମାଡ୍ରିଡରେ ସର୍ବାଧିକ କୋରୋନା ପ୍ରଭାବିତ କ୍ଷେତ୍ର । ଏଠାରେ ବର୍ତ୍ତମାନ ସୁଦ୍ଧା ୩,୮୬୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।