Advertisement
Article Detail0/zeeodisha/odisha691139
Zee OdishaOdisha National-Internationalଦିଲ୍ଲୀରେ ୨୫ ହଜାର ଟପିଲା କୋରୋନା ସଂକ୍ରମିତ ମାମଲା

ଦିଲ୍ଲୀରେ ୨୫ ହଜାର ଟପିଲା କୋରୋନା ସଂକ୍ରମିତ ମାମଲା

ପ୍ରକାଶ ଥାଉକି, ମେ ୩ରୁ ଜୁନ୍ ୧ ପର୍ଯ୍ୟନ୍ତ ୨୨ ପୁରୁଣା ମୃତ୍ୟୁର ବିଳମ୍ବ ରିପୋର୍ଟ ମଧ୍ୟ ଏହି ତଥ୍ୟରେ ଯୋଡା ଯାଇଛି । ଯେଉଁଥିପାଇଁ ସମୁଦାୟ ମୃତ୍ୟୁ ସଂଖ୍ୟା ୬୦୬ରୁ ବୃଦ୍ଧି ପାଇଁ ୬୫୦କୁ ପହଞ୍ଚିଛି ।

ଦିଲ୍ଲୀରେ ୨୫ ହଜାର ଟପିଲା କୋରୋନା ସଂକ୍ରମିତ ମାମଲା

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ କାୟା ବିସ୍ତାର କରି ଚାଲିଛି । ଭାରତରେ ୨ ଲକ୍ଷ ୧୬ ହଜାରରୁ ଅଧିକ କୋରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୬ ହଜାରରୁ ଅଧିକ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂଖ୍ୟା ୨୫ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୩୫୯ଟି ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ସହ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୨୨ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜଧାନୀ ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ୨୫,୦୦୪ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୬ କୋରୋନା ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏଥିସହିତ ଦିଲ୍ଲୀରେ ବର୍ତ୍ତମାନ ଯାଏ ୯,୮୯୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଯାଇଛନ୍ତି । 

ପ୍ରକାଶ ଥାଉକି, ମେ ୩ରୁ ଜୁନ୍ ୧ ପର୍ଯ୍ୟନ୍ତ ୨୨ ପୁରୁଣା ମୃତ୍ୟୁର ବିଳମ୍ବ ରିପୋର୍ଟ ମଧ୍ୟ ଏହି ତଥ୍ୟରେ ଯୋଡା ଯାଇଛି । ଯେଉଁଥିପାଇଁ ସମୁଦାୟ ମୃତ୍ୟୁ ସଂଖ୍ୟା ୬୦୬ରୁ ବୃଦ୍ଧି ପାଇଁ ୬୫୦କୁ ପହଞ୍ଚିଛି । ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୪,୪୫୬କୁ ବୃଦ୍ଧି ପାଇଛି । ଏଠାରେ ସୁସ୍ଥ ହେବା ହାର ୩୯.୫୮ ପ୍ରତିଶତ ରହିଛି । ଏହାସହ ମୃତ୍ୟୁ ହାର ୨.୫୯ ପ୍ରତିଶତ ରହିଛି ।

Add Zee News as a Preferred Source
About the Author