Advertisement
Article Detail0/zeeodisha/odisha699019
Zee OdishaOdisha National-Internationalଦେଶରେ ୪ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଦେଶରେ ୪ ଲକ୍ଷ ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ୧୪,୫୦୦ରୁ ଅଧିକ ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସମୁଦାୟ କୋରୋନା ସଂକ୍ରମିତ ସଂଖ୍ୟା ୩.୯୫ ଲକ୍ଷ ଅତିକ୍ରମ କରିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ କୋରୋନା ଭାଇରସ ସଂକ୍ରମଣ ମାମଲା କମ୍ ହେବାର ନାଁ ନେଉନାହିଁ । ଶନିବାର ଦେଶରେ କୋରୋନା ସଂକ୍ରମିତ ମାମଲା ୪ ଲକ୍ଷ  ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୦୦୦ରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ୪,୦୦,୪୧୨କୁ ବୃଦ୍ଧି ପାଇଛି । ଏଥି ସହିତ ଦେଶରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ୧୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । କୋରୋନା ସଂକ୍ରମଣ କ୍ଷେତ୍ରରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । କେବଳ ଆମେରିକା, ବ୍ରାଜିଲ ଏବଂ ଋଷ ପଛରେ ରହିଛି ।

ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ୧୪,୫୦୦ରୁ ଅଧିକ ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ପରେ ଦେଶରେ ସମୁଦାୟ କୋରୋନା ସଂକ୍ରମିତ ସଂଖ୍ୟା ୩.୯୫ ଲକ୍ଷ ଅତିକ୍ରମ କରିଛି । ଏହି ଭୂତାଣୁ ଯୋଗୁଁ ଏପର୍ଯ୍ୟନ୍ତ ୧୨,୯୪୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୪,୫୧୬ ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଏହାସହ ଗତ ୨୪ ଘଣ୍ଟାରେ ୩୭୫ ଜଣ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଅବଶ୍ୟ ଏହା ଏକ ଆଶ୍ୱସ୍ତିକର ବିଷୟ ଯେ, ୨,୧୩,୮୩୧ ଜଣ ସଂକ୍ରମିତ କୋରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ଦେଶରେ ସୁସ୍ଥ ହେବା ହାର ୫୪.୧୨ ପ୍ରତିଶତରେ ପହଞ୍ଚିଛି ।

Add Zee News as a Preferred Source
About the Author