ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୫ ମୃତ
Advertisement

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୫ ମୃତ

ଗୁଜୁରାଟର ସୁରତ (Gujurat Surat) ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) କାରଣରୁ ୧୫ ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ସୁରତର (Surat) ପିପଲୋଦ ଗାଁରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ପଶିଯାଇଥିଲା । ଫଳରେ ଫୁଟପାଥରେ ଶୋଇଥିବା କିଛି ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୫ ମୃତ

ସୁରତ: ଗୁଜୁରାଟର ସୁରତ (Gujurat Surat) ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) କାରଣରୁ ୧୫ ଜଣଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି । ସୁରତର (Surat) ପିପଲୋଦ ଗାଁରେ ଏକ ଡମ୍ପର ନିୟନ୍ତ୍ରଣ ହରାଇ ପଶିଯାଇଥିଲା । ଫଳରେ ଫୁଟପାଥରେ ଶୋଇଥିବା କିଛି ଶ୍ରମିକଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ମୃତକଙ୍କମାନେ ଦିନ ମଜୁରିଆ ଶ୍ରେଣୀର ବୋଲି ଜଣାପଡ଼ିଛି । 

ଅଧିକ ପଢନ୍ତୁ: ବଢିଲା ଶୁଭେନ୍ଦୁଙ୍କ ସମସ୍ୟା, ନିର୍ବାଚନମଣ୍ଡଳୀ ବଦଳାଇଲେ ମମତା

ଏହି ଘଟଣାରେ ଡାକ୍ତରଖାନାରେ ୬ ଉର୍ଦ୍ଧ୍ୱ ଲୋକଙ୍କର ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି । ତେବେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମଧ୍ୟରେ ୮ ଜଣ ପୁରୁଷ, ୨ ଜଣ ଛୁଆଙ୍କ ସହିତ ୫ ଜଣ ମହିଳା ରହିଥିବା ଜଣାପଡ଼ିଛି । ତେବେ ଏହି ଘଟଣା ସୋମବାର ବିଳମ୍ବିତ ରାତିରେ ୧୨ଟାରେ ହେବ । କୁହାଯାଉଛି କି ଆଖୁ ବୋଝେଇ ଟ୍ରକଟି ଦ୍ରୁତ ଗତିରେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇଥିଲା । ଫଳରେ ରାସ୍ତା କଡ଼ରେ ଶୋଇଥିବା ଏହି ଶ୍ରମିକଙ୍କ ଉପରେ ଚଢି ଯାଇଥିଲା । 

ଅଧିକ ପଢନ୍ତୁ: ବରଗଡ଼ ପାଲଟିବ ଦିଲ୍ଲୀ ବର୍ଡର୍!

ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇ ମୃତଦେହକୁ ଜବତ କରିବା ସହିତ ଛାନଭିନ ଆରମ୍ଭ କରିଦେଇଛି । ତେବେ ପୋଲିସ କହିଛି କି, ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକମାନେ ଦିନ ମଜୁରିଆ ଥିଲେ । ଏମାନେ ସମସ୍ତେ ରାଜସ୍ଥାନର ବାଁଶଓ୍ୱାଡ଼ା ଜିଲ୍ଲାର ବାସିନ୍ଦା ବୋଲି ସୂଚନା ଦେଇଛି । ତେବେ ଏହି ଦୁର୍ଘଟଣାରେ ଜଣେ ଛ ମାସର ଝିଅଟି ବର୍ତ୍ତି ଯାଇଛି । ତେବେ ଉକ୍ତ ଝିଅର ମା, ବାପା ଓ ଭାଇର ମୃତ୍ୟୁ ହୋଇ ଯାଇଛି । ତେବେ ଉକ୍ତ ଶିଶୁକନ୍ୟାର ଜଣେ ମାତ୍ର ଭଉଣୀ ବଞ୍ଚି ରହିଛି । ଯିଏ ଏବେ ନିଜ ଗାଁରେ ରହିଛି ।