ଅମିତାଭ ଓ ଅଭିଷେକଙ୍କୁ କୋରୋନା, ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା
Advertisement
Article Detail0/zeeodisha/odisha709807

ଅମିତାଭ ଓ ଅଭିଷେକଙ୍କୁ କୋରୋନା, ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟକୁ ଅପେକ୍ଷା

 ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ Zee Newsକୁ କହିଛନ୍ତି, ଏବେ କେବଳ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ରିପୋର୍ଟ ଆସିଛି । ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ଆସିନାହିଁ । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ କୋରୋନା ପଜିଟିଭ । ପ୍ରଥମେ ଅମିତାଭ ଓ ପରେ ଅଭିଷେକଙ୍କ ନିକଟରେ କୋରୋନା ଭାଇରସ୍ ଚିହ୍ନଟ ହୋଇଛି । ଉଭୟଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଉଭୟ ବାପ ଓ ପୁଅ କୋରୋନା ପଜିଟିଭ ବୋଲି କହିଛନ୍ତି ଅଭିଷେକ । 

ଉଭୟ ଅମିତାଭ ଓ ଅଭିଷେକଙ୍କ ନିକଟରେ କୋରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ପରେ ସେମାନଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଉଭୟଙ୍କ କୋରୋନା ପଜିଟିଭ ଟିହ୍ନଟ ହେବା ପରେ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟ କୋରୋନା ଟେଷ୍ଟ କରାଯାଇଛି । ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ଅଭିଷେକ । 

ପ୍ରଥମେ ଅମିତାଭ ବଚ୍ଚନ କୋରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା । ନିଜେ ଟ୍ୱିଟ କରି ଏନେଇ ସୂଚନା ଦେଇଥିଲେ ବିଗ୍ ବି । ଶନିବାର ସନ୍ଧ୍ୟାରେ ତାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗତ ୧୦ ଦିନ ଭିତରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି, ଦୟାକରି କୋରୋନା ଟେଷ୍ଟ କରନ୍ତୁ ବୋଲି ଟ୍ୱିଟ କରି ନିବେଦନ କରିଥିଲେ ଅମିତାଭ । 

ତେବେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ Zee Newsକୁ କହିଛନ୍ତି, ଏବେ କେବଳ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ରିପୋର୍ଟ ଆସିଛି । ପରିବାରର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ଆସିନାହିଁ । ସେହିପରି ଘରର ଚାକର ଏବଂ ଡ୍ରାଇଭରଙ୍କ ମଧ୍ୟ ସ୍ୱାବ ଟେଷ୍ଟ କରାଯାଇଛି । ଏମାନଙ୍କ ରିପୋର୍ଟ ରବିବାର(ଆଜି) ଆସିବ । 

ତେବେ ବଚ୍ଚନ ପରିବାରରେ କୋରୋନା ଜାଣି ବଲିଉଡରୁ ଆରମ୍ଭ କରି ଦେଶ-ବିଦେଶର ଅନେକ ପ୍ରଶଂସକ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି । ZEE ପରିବାର ମଧ୍ୟ ଖୁବଶୀଘ୍ର ଉଭୟ ସୁପରଷ୍ଟର ଆରୋଗ୍ୟ ଲାଭ କରିବା ନେଇ କାମନା କରୁଛି । 

;