ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ନିଧନ

ଅରୁଣ ଗୋବିଲ ଲେଖିଛନ୍ତି, ଶ୍ୟାମ ସୁନ୍ଦର ଜୀଙ୍କ ମୃତ୍ୟୁ ବିଷୟରେ ଶୁଣି ଦୁଃଖିତ । ସେ ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ ଭଦ୍ରଲୋକ । ତାଙ୍କର ଆତ୍ମା ​​ଶାନ୍ତି ପାଇଁ କାମନା କରୁଛି ।

ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ନିଧନ

ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିବା ଶ୍ୟାମ ସୁନ୍ଦରଙ୍କର ଦେହାନ୍ତ ଘଟିଛି ।  ଆଜି (ଏପ୍ରିଲ ୬)ରେ ପଞ୍ଚକୁଲା ନିକଟ କାଲକାରେ ତାଙ୍କର ନିଧନ ହୋଇଛି । ତାଙ୍କ ପରିବାର ସଦସ୍ୟଙ୍କ ଅନୁଯାୟୀ ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ । ରାମାୟଣରେ ରାମ ଭୂମିକାରେ ଥିବା ଅରୁଣ ଗୋବିଲ ଏବଂ ଲକ୍ଷ୍ମଣ ସୁନୀଲ ଲହରୀ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଅରୁଣ ଗୋବଲି ଟ୍ୱିଟ କରି ତାଙ୍କ ଆତ୍ମାର ​​ଶାନ୍ତି ପାଇଁ କାମନା କରିଛନ୍ତି ।

ଅରୁଣ ଗୋବିଲ ଲେଖିଛନ୍ତି, ଶ୍ୟାମ ସୁନ୍ଦର ଜୀଙ୍କ ମୃତ୍ୟୁ ବିଷୟରେ ଶୁଣି ଦୁଃଖିତ । ସେ ରାମାନନ୍ଦ ସାଗରଙ୍କ ରାମାୟଣରେ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ଜଣେ ଅଦ୍ଭୁତ ବ୍ୟକ୍ତି ଏବଂ ଭଦ୍ରଲୋକ । ତାଙ୍କର ଆତ୍ମା ​​ଶାନ୍ତି ପାଇଁ କାମନା କରୁଛି ।

ଅନ୍ୟପଟେ ସୁନୀଲ ଲହରୀ ଟ୍ୱିଟ୍ କରି କହିଛନ୍ତି ଯେ, ଆମର ସହକର୍ମୀ ଶ୍ୟାମ କଲାଣୀଙ୍କ ହଠାତ୍ ଦେହାନ୍ତ ହୋଇଥିବାର ଶୁଣି ବହୁତ ଦୁଃଖିତ । ସେ ରାମାୟଣରେ ବାଲି ଓ ସୁଗ୍ରୀବ ଭୂମିକାରେ ଅଭିନୟ କରିଥିଲେ । ଭଗବାନ ତାଙ୍କ ଆତ୍ମାର ​​ଶାନ୍ତି ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ ।

ଏଠାରେ କହି ରଖୁଛୁ ଯେ, ଲକ୍ ଡାଉନ୍ ଯୋଗୁଁ ଅତୀତରେ ରାମାୟଣର ଟେଲିକଷ୍ଟ ପୁନଃ ଆରମ୍ଭ ହୋଇଛି । ଯାହା ପରେ ରାମାୟଣର ଟିଆରପି ମାମଲାରେ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ୨୦୧୫ ଠାରୁ ପ୍ରସାରିତ ହୋଇଥିବା କୌଣସି ଶୋ' ଅପେକ୍ଷା ରାମାୟଣର ଅଧିକ ଟିଆରପିରେ ଲୋକପ୍ରିୟତାର ରେକର୍ଡ ଭାଙ୍ଗିଛି ।