Adani takeover NDTV: ନିର୍ଦ୍ଦେଶକ ପଦରୁ ରାଧିକା ରୟ ଓ ପ୍ରଣୟ ରୟଙ୍କ ଇସ୍ତଫା, ଜାଣନ୍ତୁ କ'ଣ ହେବ କମ୍ପାନୀର ଭବିଷ୍ୟତ?
Advertisement

Adani takeover NDTV: ନିର୍ଦ୍ଦେଶକ ପଦରୁ ରାଧିକା ରୟ ଓ ପ୍ରଣୟ ରୟଙ୍କ ଇସ୍ତଫା, ଜାଣନ୍ତୁ କ'ଣ ହେବ କମ୍ପାନୀର ଭବିଷ୍ୟତ?

Adani takeover NDTV: ଦୀର୍ଘ ସମୟରୁ NDTVର ଭବିଷ୍ୟତ ସନ୍ଧିଆନ ଘେରରେ ଥିଲା। କିନ୍ତୁ ବର୍ତ୍ତମାନ ଏହାର ଛବି ସ୍ପଷ୍ଟ ହୋଇଯାଇଛି। ବିଶ୍ୱର ଅନ୍ୟତମ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ମିଡିଆ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି। ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ 'NDTV'ର ନିର୍ଦ୍ଦେଶକ ପଦରୁ ରାଧିକା ରୟ ଓ ପ୍ରଣୟ ରୟ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ RRPR Private Ltdର ବୋର୍ଡ ସଦସ୍ୟତାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। 

ଫାଇଲ ଫଟୋ

Adani takeover NDTV, ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟ ରାତ୍ରିରେ ମିଡିଆ ଇଣ୍ଡଷ୍ଟ୍ରୀରେ ଏକ ନାଟକୀୟ ମୋଡ଼ ଆସିଛି! ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ 'NDTV'ର ନିର୍ଦ୍ଦେଶକ ପଦରୁ ରାଧିକା ରୟ ଓ ପ୍ରଣୟ ରୟ ଇସ୍ତଫା ଦେଇଛନ୍ତି। ଏହା ବ୍ୟତୀତ RRPR Private Ltdର ବୋର୍ଡ ସଦସ୍ୟତାରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହାକୁ ତୁରନ୍ତ ଲାଗୁ କରିବା ନେଇ RRPR ଏକ ପ୍ରେସ୍ ନୋଟ ଜାରି କରିଛି। ଏହି ପ୍ରେସ ନୋଟ ମାଧ୍ୟମରେ NDTVର ବର୍ତ୍ତମାନ ସ୍ଥିତି ନେଇ ସେୟାର ବଜାରକୁ ମଧ୍ୟ ଅବଗତ କରାଯାଇଛି।

ଦୀର୍ଘ ସମୟରୁ NDTVର ଭବିଷ୍ୟତ ସନ୍ଧିଆନ ଘେରରେ ଥିଲା। କିନ୍ତୁ ବର୍ତ୍ତମାନ ଏହାର ଛବି ସ୍ପଷ୍ଟ ହୋଇଯାଇଛି। ବିଶ୍ୱର ଅନ୍ୟତମ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀ ମିଡିଆ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି। ଖୁବଶୀଘ୍ର ପ୍ରତିଷ୍ଠିତ ଜାତୀୟ ଗଣମାଧ୍ୟମ ସଂସ୍ଥା NDTVର ସମ୍ପୂର୍ଣ୍ଣ ମାଲିକାନା ତାଙ୍କ ଅଧିନକୁ ଆସିବା ନେଇ ପଥ ପରିସ୍କାର ହୋଇଛି।ମଙ୍ଗଳବାର ବୋର୍ଡ ବୈଠକ ପରେ NDTVର ମାଲିକ ରାଧିକା ରୟ ଓ ପ୍ରଣୟ ରୟ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛିନ୍ତି। ଏହା ବ୍ୟତୀତ ସଞ୍ଜୟ ପୁଗାଲିଆ ଓ ସେନଥିଲ୍ ଚେଙ୍ଗାଲଭାରାୟାନଙ୍କୁ ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଏହାକୁ ତତ୍କାଳ ପ୍ରଭାବରେ ଲାଗୁ କରିବା ପାଇଁ ମଧ୍ୟ କୁହାଯାଇଛି।

Also Read: Vistara-Air India Merge: ଏୟାର ଇଣ୍ଡିଆ ସହିତ ମିଶିଯିବ ଭିସ୍ତାରା

ଗତ ସୋମବାରରେ NDTVକୁ ନେଇ ଏକ ବଡ ଖବର ଆସିଥିଲା। କମ୍ପାନୀ ତାର ୯୯.୫% ମାଲିକାନାକୁ ଆଦାନୀ ଗ୍ରୁପ ଅଧିକୃତ Vishvapradhan Commercial (VCPL)କୁ ସ୍ଥାନାନ୍ତର କରିଥିଲା। ଯାହା ପରେ ଆଧିକାରୀକ ଭାବେ NDTVର ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିଲା। ଏହି ସେୟାର ସ୍ଥାନାନ୍ତର ଦ୍ୱାରା ଆଦାନୀ ଗ୍ରୁପ ସିଧାସଳଖ ଭାବେ NDTVର ବଳକା ୨୯.୧୮% ସେୟାର ଯାହା RRPR ଅଧିନରେ ଅଛି ତାହାକୁ ନିୟନ୍ତ୍ରଣରେ ରଖିପାରିବ। ଏହା ବ୍ୟତୀତ ଖୋଲା ବଜାରରେ ଥିବା ୨୬% ସେୟାରକୁ ମଧ୍ୟ ଆଦାନୀ ଗ୍ରୁପ ଅକ୍ତିଆର କରିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ନଭେମ୍ବର ୨୨ ତାରିଖରୁ NDTVର ୫.୩ ମିନିୟନ ସେୟାରର ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହା ଡିସେମ୍ବର ୫ରେ ଶେଷ ହେବାକୁ ଯାଉଛି।

ବନ୍ଦର, ବିମାନ ବନ୍ଦର, କୃଷି, ଇନଫ୍ରା, ବିଦ୍ୟୁତ ପରେ ଏବେ ଆଦାନୀ ଗ୍ରୁପ ଚହଳ ଖେଳାଇବାକୁ ଯାଉଛି। କିଛି ମାସ ପୂର୍ବେ NDTVକୁ ଆଦାନୀ ଅଧିଗ୍ରହଣ କରିବା ନେଇ ଚର୍ଚ୍ଚା ହୋଇଥିଲା। ଯହାକୁ କିଛି ଲୋକ ବିରୋଧ କରିଥିଲେ। ଏହା NDTVର ଇଚ୍ଛା ବିରୋଧରେ କରାଯାଇଥିବା ଅଭିଯୋଗ ହୋଇଥିଲା। କେବଳ NDTV ନୁହଁ, ଚଳିତ ବର୍ଷ ଆଦାନୀ ଗ୍ରୁପ ବିଜନେସ ନ୍ୟୁଜ ପ୍ଲାଟଫର୍ମ ବ୍ଲୁମବର୍ଗ କ୍ୱିଣ୍ଟକୁ କିଣିଛି। ଆଦାନୀ ଗ୍ରୁପର ମାଲିକ ଗୌତମ ଆଦାନୀଙ୍କ କହିବା ହେଲା, ଗ୍ଲୋବାଲ ମିଡିଆ ଗ୍ରୁପ ପ୍ରସ୍ତୁତ କରିବା ପାଇଁ ତାଙ୍କ ସଂସ୍ଥା ନିକଟରେ ପୁଞ୍ଜି କମ ଅଛି। ସେଥିପାଇଁ ସେ ପ୍ରଣୟ ରୟଙ୍କୁ NDTVର ନିର୍ଦ୍ଦେଶକ ପଦରେ ରହିବାକୁ ନିବେଦନ ମଧ୍ୟ କରିଥିଲେ। 

Also Read: ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଲେ ୩ ବିଧାୟକ, ସରଗରମ ରାଜ୍ୟ ରାଜନୀତି

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟରେ ଆଦାନୀ ଗ୍ରୁପ ପରୋକ୍ଷ ଭାବେ NDTVର ୨୯.୧୮% ସେୟାର କିଣିଥିଲେ। ପ୍ରକୃତରେ VCPLକୁ  ଆଦାନୀ ଗ୍ରୁପ ୧୧୪ କୋଟି ଟଙ୍କାରେ କିଣିଥିଲା। VCPLର ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଏହି କମ୍ପାନୀ ନିକଟରେ NDTVର ସେୟାର ବନ୍ଧକ ଥିଲା। ଯାହାଫଳରେ ସେହି ସେୟାର ସିଧାସଳଖ ଆଦାନୀ ଗ୍ରୁପ ଅଧିନକୁ ଆସିଥିଲା। ୨୦୦୮-୦୯ରେ VCPL ଠାରୁ NDTVର ମାଲିକ RRPR ଋଣ ଆଣିଥିଲେ। ଏହାକୁ ସୁଝିବା ପାଇଁ ସେମାନଙ୍କୁ ୧୦ ବର୍ଷ ସମୟ ଦିଆଯାଇଥିଲା। କିନ୍ତୁ ୨୦୧୯ ସୁଦ୍ଧା RRPR ସେହି ଋଣ ପରିଶୋଧ କରିନଥିଲେ। ଯଦ୍ୱାରା କମ୍ପାନୀର ସେୟାର ପ୍ରଥମେ VCPL ଓ ପରେ ତାହା ଆଦାନୀ ଗ୍ରୁପ ଅଧୀନକୁ ଯାଇଥିଲା।