'ବିବାହ ପରେ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ ଅପରାଧ ନୁହେଁ'
Advertisement

'ବିବାହ ପରେ ସ୍ୱଇଚ୍ଛାରେ ଧର୍ମ ପରିବର୍ତ୍ତନ ଅପରାଧ ନୁହେଁ'

କୌଣସି ସାବାଳିକା ଅନ୍ୟ ଧର୍ମରେ ବିବାହ କରନ୍ତି ଏବଂ ନିଜ ବାପାଙ୍କ ଘରେ ଫେରିବାରୁ ଚାହାନ୍ତି ନାହିଁ। ତେବେ ଏହା କୌଣସି ଅପରାଧ ନୁହିଁ। ସେ ନିଜ ଇଚ୍ଛାରେ ସ୍ୱାମୀର ଧର୍ମକୁ ଗ୍ରହଣ କରିପାରିବେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଲଭ ଜିହାଜକୁ ଏବେ ଦେଶ ବ୍ୟପୀ ଚର୍ଚ୍ଚା ଚାଲିଛି। ଆଉ ଏହାରି ଭିତରେ ବିବାହ ପରେ ମହିଳାଙ୍କ ଧର୍ମ ପରିବର୍ତ୍ତନକୁ ନେଇ ସୋମବାର କୋଲକାତା ହାଇକୋର୍ଟ ଏକ ଗରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଯଦି କୌଣସି ସାବାଳିକା ଅନ୍ୟକୌଣସି ଧର୍ମ ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ କୌଣସି ବାଧା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସୋମବାର ସଞ୍ଜିବ ବାନେର୍ଜୀ ଓ ଅରିଜିତ ବାନେର୍ଜୀ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ନିଖୋଜ ମାମଲାର ଶୁଣାଣି କରିଥିଲେ। ଯୁବତୀଙ୍କୁ ଅପହରଣ ପରେ ଅନ୍ୟଧର୍ମ (religious convert) ରେ ବିବାହ କରାଯାଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ। ତେବେ ଏହି ପିଟିସନର ଶୁଣାଣିବେଳେ ଜଷ୍ଟିସ ସଞ୍ଜିବଙ୍କ ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। 

ଖଣ୍ଡପୀଠ କହିଛନ୍ତି ଯେ, ଯଦି କୌଣସି ସାବାଳିକା ଅନ୍ୟ ଧର୍ମରେ ବିବାହ (Inter religious marriage) କରନ୍ତି ଏବଂ ନିଜ ବାପାଙ୍କ ଘରେ ଫେରିବାରୁ ଚାହାନ୍ତି ନାହିଁ। ତେବେ ଏହା କୌଣସି ଅପରାଧ ନୁହିଁ। ସେ ନିଜ ଇଚ୍ଛାରେ ସ୍ୱାମୀର ଧର୍ମକୁ ଗ୍ରହଣ କରିପାରିବେ। ଏଥିରେ ଆଇନ କିମ୍ବା କୌଣସି ବ୍ୟକ୍ତିଙ୍କ ହସ୍ତକ୍ଷେପର ଅଧିକାର ନାହିଁ। ସେ ସାବାଳିକା ହୋଇଥିବାରୁ ନିଜ ଇଚ୍ଛା ଅନୁସାରେ ବିବାହ ଓ ଧର୍ମ ଗ୍ରହଣ କରିବାର ଅଧିକାର ଅଛି ବୋଲି କୋର୍ଟ କହିଛନ୍ତି। 

Also Read: ପ୍ରଶାନ୍ତ କିଶୋରଙ୍କୁ ଅଲ୍ଟିମେଟମ୍ ଦେଲେ ମମତା! ବିଜେପିକୁ ନେଇ ଏହି ଭବିଷ୍ୟବାଣୀ କଲେ ପିକେ

ସେପଟେ ନିଖୋଜ ଯୁବତୀ ମାମଲାରେ କୋର୍ଟ (Calcutta High Court) ଦେଇଥିବା ଏହି ରାୟରେ ପିଟିସନ ଦାଖଲକାରୀ ସନ୍ତୁଷ୍ଟ ନୁହନ୍ତି। ଯୁବତୀଙ୍କୁ ପ୍ରଲୋଭନ ଦେଖାଇ କିମ୍ବା ଚାପ ପକାଇ ବୟାନ ବଦଳାଇବାକୁ କୁହାଯାଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଯୁବତୀଙ୍କୁ ଆଡିସ୍ନାଲ ପବ୍ଲିକ ପ୍ରସିକ୍ୟୁଟରଙ୍କ ଚାମ୍ବରରେ ଆସନ୍ତା ୨୪ ତାରିଖ ଦିନ ଉପସ୍ଥାନ କରାଯିବ। ଆଉ ସେଠାରେ ତାଙ୍କର ଚୂଡାନ୍ତ ବୟାନ ନିଆଯିବ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ବିବାହ ପରେ ଧର୍ମ ପରିବର୍ତ୍ତନକୁ କେତେକ ଲକୋ ଲଭ୍ ଜିହାଜ (Love jihad) ର ଆକ୍ଷା ଦେଇଛନ୍ତି। ଏହାକୁ ରୋକିବା ପାଇଁ ଏକାଧିକ ରାଜ୍ୟ ଆଇନ ମଧ୍ୟ ତିଆରି କଲେଣି। କିନ୍ତୁ କaଲକାତା ହାଇକୋର୍ଟ ଦେଇଥିବା ଏହି ରାୟ ଲଭ ଜିହାଜର ସଂଜ୍ଞା ବଦଳାଇଦେବ ବୋଲି କୁହାଯାଉଛି।