ଆଫଗାନ ପୋଲିସକୁ ମିଳିଲା ବଡ ସଫଳତା, ବିଗତ ୨୪ ଘଣ୍ଟାରେ ଗଡିଲା ୨୫ ଆତଙ୍କୀ ମୁଣ୍ଡ
Advertisement

ଆଫଗାନ ପୋଲିସକୁ ମିଳିଲା ବଡ ସଫଳତା, ବିଗତ ୨୪ ଘଣ୍ଟାରେ ଗଡିଲା ୨୫ ଆତଙ୍କୀ ମୁଣ୍ଡ

ଆପଗାନିସ୍ତାନରେ ଚାଲିଥିବା ଆତଙ୍କବାଦ ବିରୋଧି ଅଭିଯାନରେ ସୁରକ୍ଷାବଳକୁ ମିଳିଛି ବଡ ସଫଳତା ।

ଆଫଗାନ ପୋଲିସକୁ ମିଳିଲା ବଡ ସଫଳତା, ବିଗତ ୨୪ ଘଣ୍ଟାରେ ଗଡିଲା ୨୫ ଆତଙ୍କୀ ମୁଣ୍ଡ

କାବୁଲ: ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ କରିବା ଲାଗି ଆଫଗାନିସ୍ତାନ ପକ୍ଷରୁ ଚାଲିଥିବା ଆତଙ୍କବାଦୀ ବିରୋଧି ଅଭିଯାନରେ ମିଳିଛି ବଡ ସଫଳତା । ଏହିକ୍ରମରେ ଦେଶର ପୂର୍ବ ଭାଗରେ ଅବସ୍ଥିତ ଲୋଗାର ପ୍ରଦେଶ (Logar Province) ଠାରେ ସୁରକ୍ଷାବଳ (Afghan Security Force) ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨୫ ଆତଙ୍କବାଦୀ ଟଳି ପଡିଥିବା ବେଳେ, ୧୮ ଆହତ ହୋଇଛନ୍ତି ।

ଏହି କାର୍ଯ୍ୟାନୁଷ୍ଠାନ ବାବଦରେ ସ୍ପଷ୍ଟ କରିଛନ୍ତି ପ୍ରଦେଶର ପୋଲିସ ମୁଖପାତ୍ର । ଏନେଇ କୁହାଯାଇଛି ଆତଙ୍କବାଦୀଙ୍କ ପକ୍ଷରୁ ବାରାକି ବାରକ ଜିଲ୍ଲାର ପୁଲ ଏ ଆଲମର ସୁକାର କାଲା, ତାକିକାଲା ଠାରେ ଥିବା ପୋଲିସ ଚେକ ପଏଣ୍ଟ ଉପରେ ପ୍ରଥମେ ଆକ୍ରମଣ କରିଥିଲେ  ଆତଙ୍କବାଦୀ । ଏହା ପରେ ସୁରକ୍ଷା ବଳ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ୨୫ ଆତଙ୍କୀ ମୁଣ୍ଡ ଗଡିବା ସହ ୧୮ ଆହତ ହୋଇଥିବା ଜଣାଇଛନ୍ତି ଶାଫୁର ଅହମ୍ମଦଜାଇ । ପୋଲିସ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି । ଦେଶରେ ସମାନ୍ତରାଳ ଶାସନ ଚଳାଇଥିବା ତାଲିବାନ ଆତଙ୍କୀ ସଙ୍ଗଠନ (Taliban Terror Group) ଏ ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହିଁ ।