ଆଫଗାନରେ ଜୁଲୁମ କରୁଥିବା ତାଲିବାନ ନେଲା ଏମିତି ପଦକ୍ଷେପ, ଆପଣ ବି କରିବେ ପ୍ରଶଂସା
X

ଆଫଗାନରେ ଜୁଲୁମ କରୁଥିବା ତାଲିବାନ ନେଲା ଏମିତି ପଦକ୍ଷେପ, ଆପଣ ବି କରିବେ ପ୍ରଶଂସା

ଜାବିହୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି କହିଛନ୍ତି ଯେ, ଜଙ୍ଗଲ କାଟିବା, କାଠ ବିକ୍ରୟ ଏବଂ ପରିବହନ ଉପରେ କଡା ପ୍ରତିବନ୍ଧକ ଲାଗିବ। ଏହାକୁ ବନ୍ଦ କରିବାକୁ ସୁରକ୍ଷା ଏଜେନ୍ସି ଏବଂ ପ୍ରାଦେଶିକ ଅଧିକାରୀଙ୍କୁ କୁହାଯାଇଛି। 

ଆଫଗାନରେ ଜୁଲୁମ କରୁଥିବା ତାଲିବାନ ନେଲା ଏମିତି ପଦକ୍ଷେପ, ଆପଣ ବି କରିବେ ପ୍ରଶଂସା

କାବୁଲ: ଆଫଗାନିସ୍ତାନରେ କ୍ଷମତାରେ ଥିବା ଆତଙ୍କବାଦୀ ସଂଗଠନ ତାଲିବାନ ଲୋକଙ୍କ ବଞ୍ଚିବା ମୁସ୍କିଲ କରିଦେଇଛି। ବିଶେଷକରି ମହିଳାମାନେ ତାଙ୍କର ଅଜବ ଏବଂ ନିଷ୍ଠୁର ନିୟମ ଯୋଗୁଁ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି। ଏହି ସମୟରେ ତାଲିବାନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ଯାହାକୁ କିଛି ମାତ୍ରାରେ ପ୍ରଶଂସା କରାଯାଇପାରେ। ଏହି ପ୍ରସଙ୍ଗରେ ତାଲିବାନକୁ ପରିବେଶପ୍ରେମୀମାନେ ସମର୍ଥନ କରିବେ। 

ପାକିସ୍ତାନୀ ନ୍ୟୁଜ୍ ପୋର୍ଟାଲ୍ 'ଉର୍ଦ୍ଦୁପଏଣ୍ଟ'ର ରିପୋର୍ଟ ଅନୁଯାୟୀ, ତାଲିବାନ (Taliban) ର ଇସଲାମିକ୍ ଏମିରେଟ୍ ସରକାର ଜଙ୍ଗଲ କାଟିବା ଏବଂ କାଠ ବିକ୍ରି (Timber Trade) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତାଲିବାନର ବରିଷ୍ଠ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ (Zabihullah Mujahid) କହିଛନ୍ତି ଯେ, ଇସଲାମିକ୍ ଏମିରେଟ୍ସର କାର୍ଯ୍ୟନିର୍ବାହୀ ସରକାର କାଠ କାରବାରକୁ ନିଷିଦ୍ଧ କରିଛନ୍ତି। ଏପରି ପରିସ୍ଥିତିରେ ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରି ଧରାପଡନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ।

Also Read: Taliban ଦଖଲର ପ୍ରଭାବ; Kabul କୁ ବିମାନ ସେବା ବାତିଲ କଲା Pakistan International Airlines

ଜାବିହୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି କହିଛନ୍ତି ଯେ, ଜଙ୍ଗଲ କାଟିବା, କାଠ ବିକ୍ରୟ ଏବଂ ପରିବହନ ଉପରେ କଡା ପ୍ରତିବନ୍ଧକ ଲାଗିବ। ଏହାକୁ ବନ୍ଦ କରିବାକୁ ସୁରକ୍ଷା ଏଜେନ୍ସି ଏବଂ ପ୍ରାଦେଶିକ ଅଧିକାରୀଙ୍କୁ କୁହାଯାଇଛି। ଆଫଗାନିସ୍ତାନ (Afghanistan) ର ସମୁଦାୟ କ୍ଷେତ୍ରର ମାତ୍ର ୫ ପ୍ରତିଶତ ଜଙ୍ଗଲ ରହିଛି। ଅଧିକାଂଶ ଜଙ୍ଗଲ ଦେଶର ପୂର୍ବରେ ଥିବା ପାହାଡ଼ିଆ ଅଞ୍ଚଳ ହିନ୍ଦୁ କୁଶ ଅଞ୍ଚଳରେ ଅବସ୍ଥିତ। ଏହି ଅଞ୍ଚଳର ପାଶ୍ତୁନମାନେ ଏହି ଜଙ୍ଗଲର ମାଲିକ ଅଟନ୍ତି।

ଏହି ନିଷ୍ପତ୍ତି ସହିତ ତାଲିବାନ ଆଦିବାସୀ ଅଞ୍ଚଳରେ ରହୁଥିବା ପାଶ୍ତୁନ (Pashtun) ଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଛି ବୋଲି ବିଶ୍ୱାସ ରହିଛି। ପାଶ୍ତୁନ୍ ପ୍ରାଧାନ୍ୟ ଅଞ୍ଚଳରେ ଦୀର୍ଘ ଦିନ ଧରି ଜଙ୍ଗଲ ସଂରକ୍ଷଣ ପାଇଁ ଦାବି କରାଯାଉଥିଲା। ଏଭଳି ପରିସ୍ଥିତିରେ ଜଙ୍ଗଲ କାଟିବା ଏବଂ କାଠ (Wood) କାରବାର ଉପରେ ପ୍ରତିବନ୍ଧକ ଲଗାଇବା ଦ୍ୱାରା ତାଲିବାନ ଆଦିବାସୀ ଅଞ୍ଚଳରେ ଥିବା ଲୋକଙ୍କ ମଧ୍ୟରେ ସେମାନଙ୍କର ଉପସ୍ଥିତି ଅନୁଭବ କରିଛନ୍ତି।

 

 

 

 

 

Trending news