ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଆଜି(ରବିବାର) ସକାଳୁ ହିଁ ଥାଳି ପିଟି ଭର୍ଚୁଆଲ୍ ବିରୋଧ ଆରମ୍ଭ କରିଥିଲା । ତେଜ ପ୍ରତାପ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବ ପାଟନାରେ ନିଜ ବାସଭବନ ବାହାରେ ଥାଳି ବଜାଇ ବିରୋଧ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା ।
Trending Photos
)
ପାଟନା: ବିହାରବାସୀଙ୍କୁ ଏକ ଭର୍ଚୁଆଲ ରାଲି ମାଧ୍ୟମରେ ସମ୍ବୋଧିତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ରବିବାର ଏହି ରାଲିରେ ନୀତୀଶ କୁମାରଙ୍କ ନେତୃତ୍ୱରେ ବିହାରରେ ବିଧାନସଭା ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି ସେ । ଶାହଙ୍କ ରାଲି ପରେ ଟ୍ୱିଟ୍ କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ଏହି ଟ୍ୱିଟ୍ରେ ସେ ଲେଖିଛନ୍ତି ଯେ, 'ଭର୍ଚୁଆଲ୍ ରାଲିରେ ଥିଲା କେବଳ ନୋଟର ବଣ୍ଡଲ, କିନ୍ତୁ ଖାଲି ଅଛି ଗରିବଙ୍କ ଥାଳି । ଜନସାଧାରଣ ଆପଣଙ୍କୁ ଘରେ ବସାଇବେ, ତା’ପରେ ହଜାର ହଜାର ଡିଜିଟାଲ ନିର୍ବାଚନ ରାଲି କରିବେ ।'
वर्चुअल रैली में खोली नोटों की थैली
लेकिन ख़ाली है ग़रीबों की थाली
जनता आपको घर बैठायेगी हाथ ख़ाली
तब करना हज़ारों डिजिटल चुनावी रैली
किसान, नौजवान व ग़रीब विरोधी सरकार के विरुद्ध आज बिहार ने थाली बजाकर विरोध प्रकट किया क्योंकि ग़रीबों का पेट और थाली, है ख़ाली। pic.twitter.com/AQVaD85BUA— Tejashwi Yadav (@yadavtejashwi) June 7, 2020
ସେ ଆହୁରି ଲେଖିଛନ୍ତି ଯେ, ଚାଷୀ, ଯୁବକ ଏବଂ ଗରିବ ବିରୋଧୀ ସରକାରଙ୍କ ବିରୁଦ୍ଧରେ ଆଜି ବିହାର ଥାଳି ବଜାଇ ବିରୋଧ ପ୍ରଦର୍ଶନ କରିଥିଲା । କାରଣ ଗରିବଙ୍କ ପେଟ ଓ ପ୍ଲେଟ ଖାଲି ଅଛି ।
ଏହା ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଆଜି(ରବିବାର) ସକାଳୁ ହିଁ ଥାଳି ପିଟି ଭର୍ଚୁଆଲ୍ ବିରୋଧ ଆରମ୍ଭ କରିଥିଲା । ତେଜ ପ୍ରତାପ ଯାଦବ, ରାବ୍ରି ଦେବୀ ଏବଂ ତେଜସ୍ୱୀ ଯାଦବ ପାଟନାରେ ନିଜ ବାସଭବନ ବାହାରେ ଥାଳି ବଜାଇ ବିରୋଧ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ଆରଜେଡି ମୁଖ୍ୟତଃ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଉଠାଇଥିଲେ । ଯାହା ବିରୋଧୀ ଦଳର ଏକ ପ୍ରମୁଖ ପ୍ରସଙ୍ଗ ଅଟେ । ଶନିବାର ତେଜସ୍ୱୀ ଯାଦବ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନୀତୀଶ କୁମାରଙ୍କୁ ପଚାରା ଯାଇଥିବା ପ୍ରଶ୍ନର କିଛି ପୋଷ୍ଟର ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଲଗାଇଥିଲେ ।