ଚୀନକୁ ଆଉ ଏକ ବଡ଼ ଝଟକା ଦେଇପାରନ୍ତି ମୋଦି ସରକାର
Advertisement

ଚୀନକୁ ଆଉ ଏକ ବଡ଼ ଝଟକା ଦେଇପାରନ୍ତି ମୋଦି ସରକାର

 ନେପାଳରୁ ଆମକୁ ବିଜୁଳି କିଣିବାକୁ ପଡ଼ିଥାଏ । ତେବେ ଏହି ନେପାଳର ପାୱାର ସେକ୍ଟରରେ ଚୀନର ଅନେକ କମ୍ପାନୀ ନିବେଶ କରିଛନ୍ତି । ତେଣୁ ଭାରତ ଯେଉଁ ନେପାଳରୁ ବିଜୁଳି କିଣୁଛି, ତାର ଫାଇଦା ଚୀନ କମ୍ପାନୀଗୁଡ଼ିକ ପାଖକୁ ଯାଉଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଚୀନର ୫୯ଟି ଆପକୁ ଭାରତରେ ବ୍ୟାନ କରିଦିଆଯାଇଛି । ଯାହାକି ଚୀନକୁ ଝଟକା ଦେଇଛି । ସମଗ୍ର ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ଦେଶର ବିଶିଷ୍ଟ ବ୍ୟକ୍ତି ବିଶେଷ ଭାରତର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ତେବେ ଏସବୁ ଭିତରେ ନେପାଳର ଚାଇନିଜ୍ ପାୱାର ପ୍ରଜେକ୍ଟରୁ ବିଜୁଳି ନକିଣିବାକୁ ଦାବି ଉଠିଲାଣି । ନେପାଳରୁ ଆମକୁ ବିଜୁଳି କିଣିବାକୁ ପଡ଼ିଥାଏ । ତେବେ ଏହି ନେପାଳର ପାୱାର ସେକ୍ଟରରେ ଚୀନର ଅନେକ କମ୍ପାନୀ ନିବେଶ କରିଛନ୍ତି । ତେଣୁ ଭାରତ ଯେଉଁ ନେପାଳରୁ ବିଜୁଳି କିଣୁଛି, ତାର ଫାଇଦା ଚୀନ କମ୍ପାନୀଗୁଡ଼ିକ ପାଖକୁ ଯାଉଛି । ତେଣୁ ନେପାଳରୁ ବିଜୁଳି କାଣିବା ବନ୍ଦ କରିବାକୁ ଦେଶରେ ଦାବି ହେଲାଣି । 

ନିକଟ ଅତୀତରେ ଆମେ ଦେଖିଛେ, ଚୀନର ଇସାରାରେ ନାଚୁଛି ନେପାଳ । ସୀମା ବିବାଦକୁ ନେଇ ନେପାଳ ଯେଉଁ ଢଙ୍ଗରେ ସ୍ୱର ଉତ୍ତୋଳନ କରି ନୂଆ ମ୍ୟାପ ସଂସଦରେ ପାସ କରାଇଲା, ସେଥିରୁ ଆପଣ ବୁଝିପାରୁଥିବେ । ଲିପୁଲେଖ ଓ କାଲାପାନି ସମେତ ଅନ୍ୟ କିଛି ଭାରତୀୟ ଭୂଖଣ୍ଡକୁ ବି ନେପାଳ ନିଜର କହୁଛି । ଚୀନର ବିନା ଦମରେ ଯେ ନେପାଳ ଏସବୁ କରୁଥିବ, ତାହା ହୋଇନପାରେ । 

ଚୀନ ଆପକୁ ଭାରତ ସରକାର ବ୍ୟାନ କରିବା ପରେ ଚୀନ କମ୍ପାନୀଗୁଡ଼ିକର ମୁଣ୍ଡବ୍ୟଥା ବଢ଼ିଛି । ଚୀନର ସୋସିଆଲ ମିଡିଆ Weiboରେ #Indiabans59Chineseapps ଟ୍ରେଣ୍ଡ କରୁଛି । କେବଳ ଏତିକି ନୁହେଁ, ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ୟୁରୋପର ଦେଶଗୁଡ଼ିକରେ ମଧ୍ୟ ସମାନ ଦାବି ଉଠିଲାଣି । ଭାରତ ପରି ସେହି ଦେଶଗୁଡ଼ିକରେ ମଧ୍ୟ ଚାଇନିଜ ଆପ୍ ବ୍ୟାନ କରାଯାଉ ବୋଲି ଲୋକେ ଦାବି କଲେଣି ।