• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

Corona ପରେ ଆତଙ୍କ ମଚାଇଛି Zika Virus; ଏହି ରାଜ୍ୟରୁ ମିଳିଲା ନମୁନା

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଗୋଟିଏ ରାଜ୍ୟରୁ ଜିକା ଭାଇରସ ସମ୍ପର୍କିତ ୬୩ ମାମଲା ଚିହ୍ନଟ କରାଯାଇଛି। 

Corona ପରେ ଆତଙ୍କ ମଚାଇଛି Zika Virus; ଏହି ରାଜ୍ୟରୁ ମିଳିଲା ନମୁନା

ନୂଆଦିଲ୍ଲୀ: ପ୍ରାୟ ଦେଢ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଦେଶ ତଥା ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କୋଭିଡ୧୯ ସଂକ୍ରମଣ। ଏହାର ମୂଳୋତ୍ପାଟନ ପାଇଁ ଏବେ ବିଶ୍ୱରେ ବିଭିନ୍ନ ଦେଶରେ ଜାରି ରହିଛି ଟିକାକରଣ କାର୍ଯ୍ୟକ୍ରମ। କୋରୋନା ପ୍ରକୋପ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହ୍ରାସ ପାଇନଥିବା ବେଳେ ବର୍ତ୍ତମାନ ସମୟରେ ଅନ୍ୟ ଏକ ଭୂତାଣୁ ଆତଙ୍କ ମଚାଇଛି।

ପ୍ରାୟ ବର୍ଷେ କାଳରୁ ଉର୍ଦ୍ଧ୍ୱ ସମୟ ଧରି ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛନ୍ତି ଉଭୟ ମହାରାଷ୍ଟ୍ର ଏବଂ କେରଳ। ହେଲେ ଏବେ କୋଭିଡ୧୯ ସଂକ୍ରମଣ ପରେ ଏହି ରାଜ୍ୟଦ୍ୱୟରେ ଆତଙ୍କ ଖେଳାଇଛି ଜିକା ଭୂତାଣୁ (Zika Virus)। କୋରୋନା ପରେ ଏହି ରାଜ୍ୟ ଦ୍ୱୟରୁ ଏହି ଭୂତାଣୁର ନମୁନା ମିଳିଛି।

Also Read: Wuhan ସହରରୁ ବ୍ୟାପିଥିଲା Covid19, ହେଲେ କିପରି ସୁରକ୍ଷିତ ରହିଲେ Chinese Soldiers?

ଗତ ଶୁକ୍ରବାର ମିଳିଥିବା ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପୁରନ୍ଦର ତହସିଲ ଅଧିନସ୍ଥ ବେଲସର ଗ୍ରାମର ଜଣେ ୫୦ ବର୍ଷୀୟ ମହିଳା ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡି଼ଛି। ସେ ଚିକନଗୁନିଆ ରୋଗ ଦ୍ୱାରା  ଆକ୍ରାନ୍ତ ହୋଇଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଏ ଘଟଣାର ତଦନ୍ତ କରୁଛି। ଏହାର ନିରାକରଣ କରିବା ଲାଗି ପଦକ୍ଷେପ ନେବା ପାଇଁ ସ୍ଥାନୀୟ ପ୍ରଶାସନକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ନିର୍ଦ୍ଦେଶ ଦିଆଯାଇଛି। 

ଏ ଘଟଣାରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି ଏହାକୁ ନେଇ ଲୋକେ ଭୟଭୀତ ହେବାର ଆବଶ୍ୟକତା ନାହିଁ। ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ମହିଳା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଯାଇଛନ୍ତି। ସେ କିମ୍ବା ଚାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କ ଠାରେ ଏପରି କୌଣସି ଲକ୍ଷଣ ଚିହ୍ନଟ ହୋଇନାହିଁ।

Also Read: Wuhan Laboratory: ପରୀକ୍ଷାଗାରର ସନ୍ଦେହଜନକ ଭୂମିକାକୁ ନେଇ ଏପରି କହିଲେ ବିଦେଶୀ ବୈଜ୍ଞାନିକ

ଅନ୍ୟପଟେ କେରଳରୁ ଜିକା ଭାଇରସ ସମ୍ପର୍କିତ ୬୩ ମାମଲା ଚିହ୍ନଟ କରାଯାଇଛି। ଗତ ଶନିବାର ଦୁଇଟି ନୂଆ ସାମ୍ନାକୁ ଆସିଥିଲା। ରାଜ୍ୟରେ ଜିକା ଭାଇରାସ ଭୂତାଣୁ ଚିହ୍ନଟ ହେବା ଘଟଣାକୁ ସ୍ପଷ୍ଟ କରିଛି  ତିରୁଅନ୍ତନ୍ତପୁରମ ମେଡିକାଲ କଲେଜ ଭାଇରୋଲୋଜି ଲ୍ୟାବ ଏବଂ ପବ୍ଲିକ ହେଲଥ୍ ଲ୍ୟାବ। ରାଜ୍ୟରେ ଯେତିକି ସଂଖ୍ୟ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେମାନେ କୌଣସି ଚିକିତ୍ସାଳୟରେ ଚିକିତ୍ସିତ ହେଉନଥିବା ଜଣାପଡି଼ଛି।