Advertisement
Article Detail0/zeeodisha/odisha666399
Zee OdishaOdisha National-Internationalଓଡ଼ିଶା-ପଞ୍ଜାବ ପରେ ଏହି ରାଜ୍ୟରେ ୩୦ ଏପ୍ରିଲ ଯାଏ ବଢ଼ିଲା ଲକ୍ ଡାଉନ୍

ଓଡ଼ିଶା-ପଞ୍ଜାବ ପରେ ଏହି ରାଜ୍ୟରେ ୩୦ ଏପ୍ରିଲ ଯାଏ ବଢ଼ିଲା ଲକ୍ ଡାଉନ୍

ମହାରାଷ୍ଟ୍ରରେ କୋରୋନା ଭାଇରସ ଯୋଗୁଁ ସର୍ବାଧିକ କ୍ଷତି ହୋଇଛି । ଏପର୍ଯ୍ୟନ୍ତ ଏଠାରେ ୧୫୭୪ ପଜିଟିଭ ମାମଲା ରିପୋର୍ଟ ହୋଇଛି, ଯେଉଁଥିରୁ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି ।

ଓଡ଼ିଶା-ପଞ୍ଜାବ ପରେ ଏହି ରାଜ୍ୟରେ ୩୦ ଏପ୍ରିଲ ଯାଏ ବଢ଼ିଲା ଲକ୍ ଡାଉନ୍

ମୁମ୍ୱାଇ: କୋରୋନା ଭାଇରସର ତାଣ୍ଡବଲୀଳା ସମଗ୍ର ବିଶ୍ୱରେ ଜାରି ରହିଛି । ଏହି ମହାମାରୀ ବର୍ତ୍ତମାନ ଭାରତରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ସାରା ଦେଶରେ ୨୧ ଦିନ ଯାଏ ଲକ୍ ଡାଉନ୍ ଜାରି ରହିଛି । ଏହି ଲକ୍ ଡାଉନ୍ ଏପ୍ରିଲ ୧୪ରେ ଶେଷ ହେବାର ଅଛି । ଏହାପୂର୍ବରୁ ଓଡ଼ିଶା ଓ ପଞ୍ଜାବ ପରି ରାଜ୍ୟରେ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରିଛି । ଏହି କ୍ରମରେ ଆଜି ମହାରାଷ୍ଟ୍ର ସରକାର ମଧ୍ୟ ରାଜ୍ୟରେ ୩୦ ଏପ୍ରିଲ ଯାଏ ଲକ୍ ଡାଉନ୍ ବଢ଼ାଇ ଦେଇଛି । ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଏପ୍ରିଲ ୩୦ ଯାଏ ଲକ୍ ଡାଉନ ବୃଦ୍ଧି କରିବାର ଘୋଷଣା କରିଛନ୍ତି । ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରାଜ୍ୟରେ ୩୦ ଏପ୍ରିଲ ଯାଏ ଲକ୍ ଡାଉନ୍ ବୃଦ୍ଧି କରିବାର ଘୋଷଣା କରିଛନ୍ତି । ଫଳରେ ବର୍ତ୍ତମାନ ଯାଏ ଦେଶରେ ୪ଟି ରାଜ୍ୟରେ ଲକ୍ ଡାଉନ୍ ଅବଧିକୁ ବୃଦ୍ଧି କରାଯାଇଛି ।

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ କୋରୋନା ଭାଇରସ ଯୋଗୁଁ ସର୍ବାଧିକ କ୍ଷତି ହୋଇଛି । ଏପର୍ଯ୍ୟନ୍ତ ଏଠାରେ ୧୫୭୪ ପଜିଟିଭ ମାମଲା ରିପୋର୍ଟ ହୋଇଛି, ଯେଉଁଥିରୁ ୧୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସଂଖ୍ୟା ସମଗ୍ର ଦେଶରେ ବ୍ୟାପିଥିବା କୋରୋନା ଆକ୍ରାନ୍ତଙ୍କ ୨୦ ପ୍ରତିଶତ ଏବଂ ଏହି ଭୂତାଣୁ ଯୋଗୁଁ ହୋଇଥିବା ମୃତ୍ୟୁର ୪୩ ପ୍ରତିଶତ ହେବ । ଶୁକ୍ରବାର ଦିନ କେବଳ ମୁମ୍ବାଇରେ ୨୦୮ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା । ଏଠାରେ ୬୪ ଜଣଙ୍କର ମୃତ୍ୟୁ ଘଟିଛି ।

Add Zee News as a Preferred Source
About the Author