• ଦେଶରେ ପରାସ୍ତ କୋରୋନା ବିରୋଧରେ ଅନ୍ତିମ ଲଢ଼େଇର ସେକେଣ୍ଡ ଫେଜ୍ ଜାରି
  • ଫ୍ରଣ୍ଟ ଲାଇନରଙ୍କ ପରେ ଦେଶବ୍ୟାପୀ ବୟସ୍କଙ୍କୁ ଦିଆଗଲା ଟିକା
  • ପିଏମ୍ ମୋଦିଙ୍କ ସମେତ ସିଏମ୍ ନବୀନ ପଟ୍ଟନାୟକ ବି ନେଲେ କୋରୋନା ଟିକା
  • ରାଜ୍ୟର ୧୫୩ ସ୍ବାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଟିକାକରଣ
  • କୋରୋନା କଟକଣାରେ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା
  • ୬୦ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦର୍ଶନ ମନା
  • ଗର୍ଭଗୃହକୁ ପ୍ରବେଶ ବାରଣ, ଆଡ଼କାଠ ଦର୍ଶନ କରିବାକୁ ଅନୁମତି ପ୍ରଦାନ
  • ଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି, ପ୍ରବେଶ ସ୍ଥାନରେ ହେବ ସ୍କ୍ରିନିଂ ବ୍ୟବସ୍ଥା
  • ମାର୍ଚ୍ଚରୁ ମେ' ପର୍ଯ୍ୟନ୍ତ ହେବ ପ୍ରଚଣ୍ଡ ତାତି
  • ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

ଭୌଗୋଳିକ କ୍ଷେତ୍ର ପରେ ଏବେ ଭାରତୀୟ ଭିଭିଆଇପିଙ୍କ ଉପରେ ଡ୍ରାଗନ ନଜର

କମ୍ପାନୀ ଲିଷ୍ଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧି ଦଳ ନେତା ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୬ ରାଜ୍ୟର ମୁଖ୍ୟମନ୍ତ୍ରୀ, ନ୍ୟାୟପାଳିକା ସହ ଜଡିତ ବ୍ୟକ୍ତି, ସେଲିବ୍ରେଟି ଓ ସାମ୍ବାଦିକ ଅଛନ୍ତି।

ଭୌଗୋଳିକ କ୍ଷେତ୍ର ପରେ ଏବେ ଭାରତୀୟ ଭିଭିଆଇପିଙ୍କ ଉପରେ ଡ୍ରାଗନ ନଜର

ଜିନୁ ଜେନା,ନୂଆଦିଲ୍ଲୀ: ଭାରତର ଭିଆଇପିଙ୍କ ଉପରେ ଡ୍ରାଗନର ନଜର। ଚୀନର ଝେନହୁଆ ଡାଟା ଇନଫରମେସନ ଟେକ୍ନୋଲୋଜି କମ୍ପାନୀ ଭାରତର ୧୦ ହଜାରରୁ ଅଧିକ ବ୍ୟକ୍ତି ଓ ସଙ୍ଗଠନ ଉପରେ ରଖୁଛି ନଜର । ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ସାରା ଦେଶରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ନେତାଙ୍କ ବାବଦରେ ବର୍ତ୍ତମାନ ସମୟର ତଥ୍ୟ ସଂଗ୍ରହ କରୁଛି ଚୀନ ଗୁଇନ୍ଦା କମ୍ପାନୀ ଝେନହୁଆ।

କମ୍ପାନୀ ଲିଷ୍ଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧି ଦଳ ନେତା ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୬ ରାଜ୍ୟର ମୁଖ୍ୟମନ୍ତ୍ରୀ, ନ୍ୟାୟପାଳିକା ସହ ଜଡିତ ବ୍ୟକ୍ତି, ସେଲିବ୍ରେଟି ଓ ସାମ୍ବାଦିକ ଅଛନ୍ତି।

ଚୀନ ସରକାର ଓ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହିତ ଜଡିତ ଝେନହୁଆ କମ୍ପାନୀର ବିଶ୍ୱର ୨୦ଟି ଦେଶରେ ଡାଟା ସେଣ୍ଟର ରହିଛି । ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀ ଚୀନର ବିସ୍ତାର ପାଇଁ ହାଇବ୍ରିଡ୍ ୱାରଫେୟାର ଏବଂ ବିଗ୍ ଡାଟା ବ୍ୟବହାରରେ ନିଜକୁ ସର୍ବୋତ୍ତମ ବୋଲି ଦାବି କରୁଛି । ଲୋକଙ୍କ ପ୍ରକୃତ ସମୟ ମନିଟରିଂ ଭିଆଇପିଙ୍କ ପ୍ରତ୍ୟେକ ଛୋଟ ତଥ୍ୟ ଉପରେ ନଜର ରଖୁଛି କମ୍ପାନୀ । ଝେନଝୁଆ କମ୍ପାନୀ ଭାରତର ପ୍ରତିରକ୍ଷା ବିଭାଗ ଉପରେ ମଧ୍ୟ ନଜର ରଖିଛି । ଚିଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ଠାରୁ ଆରମ୍ଭ କରି ତିନି ସେନା ବାହିନୀର ଅତି କମରେ ୧୫ ଜଣ ମୁଖ୍ୟଙ୍କ ରିଅଲ ଟାଇମ ଡାଟା ସଂଗ୍ରହ କରୁଛି ଏହି ଚୀନୀ ଭତ୍ତିକ କମ୍ପାନୀ ।
 
ଏହାସହିତ ଭାରତୀୟ ବ୍ୟବସାୟୀ ଓ ଶିଳ୍ପପତିଙ୍କ ଉପରେ ମଧ୍ୟ ନଜର ରଖିଛି ଚୀନ୍ କମ୍ପାନୀ । ଟାର୍ଗେଟ୍ ତାଲିକାରେ ଭାରତର ବୈଜ୍ଞାନିକ, ଶିକ୍ଷାବିତ, ଅଭିନେତା, ଅଭିନେତ୍ରୀ, ଖେଳାଳିଙ୍କ ସମେତ କିଛି ଅପରାଧି, ଆତଙ୍କବାଦ ସହ ଜଡିତ ଅଭିଯୁକ୍ତ ମଧ୍ୟ ଅଛନ୍ତି। ରିପୋର୍ଟ ପ୍ରକାଶ ପାଇବା ପରେ ଛଳନାକାରୀ ଚୀନର ଆଉ ଏକ ଚକ୍ରାନ୍ତର ପର୍ଦ୍ଦାଫାଶ ହୋଇଛି ।