ଧ୍ୱଂସ ହେଉଛି ଆତଙ୍କୀଗଡ, ତ୍ରାଲ ପରେ ଏବେ ଡୋଡୋ ହୋଇଛି ଆତଙ୍କବାଦୀ ମୁକ୍ତ

ତ୍ରାଲ ପରେ  ଏବେ ଜମ୍ମୁ କାଶ୍ମୀରର ଡୋଡୋ ଅଞ୍ଚଳ ହୋଇଛି ଆତଙ୍କବାଦ ମୁକ୍ତ |

ଧ୍ୱଂସ ହେଉଛି ଆତଙ୍କୀଗଡ, ତ୍ରାଲ ପରେ ଏବେ ଡୋଡୋ ହୋଇଛି ଆତଙ୍କବାଦୀ ମୁକ୍ତ

ଶ୍ରୀନଗର: ଦିନକୁ ଦିନ କାଶ୍ମୀର ଘାଟିରେ ଧ୍ୱଂସ ହେବାରେ ଲାଗିଛି ଆତଙ୍କୀଗଡ | ଜୁନ ୨୯ ତାରିଖ ସୋମବାର ଅନନ୍ତନାଗ ଜିଲ୍ଲାରେ ହୋଇଥିବା ଏକ ଏନକାଉଣ୍ଟରରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ ମୁଜାହିଦ୍ଦିନ(Hizb-ul-Mujahideen) ସଙ୍ଗଠନର ଜଣେ ଟପ୍ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଟଳି ପଡିଛନ୍ତି |

ଜିଲ୍ଲାର ଖୁଲ ଚୋହାର ଅଞ୍ଚଳରେ ଏହି ଆତଙ୍କବାଦ ବିରୋଧି ଅଭିଯାନରେ ସାମିଲ ହୋଇଥିଲେ ପୋଲିସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସିଆରପିଏଫ ବାହିନୀ | ଏହି  କାର୍ଯ୍ୟାନୁଷ୍ଠାନରେ ଲସ୍କର ଏ ତୋଇବା ସଙ୍ଗଠନର ଜିଲ୍ଲା କମାଣ୍ଡର ସମେତ  ଦୁଇ ଆତଙ୍କବାଦୀ ଏବଂ ଜଣେ ହିଜିବୁଲ କମାଣ୍ଡର ଟଳି ପଡିଥିଲ |

ପ୍ରାଣ ହରାଇଥିବା ଆତଙ୍କବାଦୀ ଜମ୍ମୁ ଜୋନର ଡୋଡୋ ଜିଲ୍ଲାର ଥିଲେ | ଏ ଘଟଣା ପରେ ଡୋଡୋ ଜିଲ୍ଲା ଏବେ ଆତଙ୍କବାଦ ମୁକ୍ତ ହୋଇଥିବା ନେଇ ଜଣାଇଛନ୍ତି ଜମ୍ମୁ କଶ୍ମୀର ପୋଲିସ ଡିଜି ଦିଲବାଗ ସିଂହ | ସୁରକ୍ଷାବାହିନୀ ଅପରେସନରେ ନିପାତ ହୋଇଥିବା ମସୁଦ ଏଠାକାର ଶେଷ ଆତଙ୍କବାଦୀ ଥିଲା | 

ମୃତକ ମସୁଦ ଏକ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ  ରହିଥିଲା | ଏନେଇ ଡୋଡୋ ପୋଲିସ ପକ୍ଷରୁ ମାମଲା ରୁଜ୍ଜୁ ହେବା ପରେ ସେ ପଳାୟନ କରିବା ସହ ହିଜିବୁଲ ମୁଜ୍ଜାହିଦ୍ଦୀନ ସଙ୍ଗଠନରେ ଯୋଗ ଦେଇଥିଲା |  ସେ କାଶ୍ମୀରକୁ ନିଜର କର୍ମକ୍ଷେତ୍ର ସ୍ଥାନାନ୍ତର କରିଥିଲା | ଅନ୍ୟ ଦୁଇ ଆତଙ୍କବାଦୀ ଅନନ୍ତନାଗସ୍ଥିତ ଲାଲଚୌକର ତାରିକ ଖାନ ଏବଂ କୁଲଗାମର ନଦିମ ଭାବେ ଚିହ୍ନଟ ହୋଇଥିବା ନେଇ ଜଣାଇଛନ୍ତି ଜମ୍ମୁ କଶ୍ମୀର ପୋଲିସ ଡିଜିପି | 

ଏହି ତିନି ଆତଙ୍କବାଦୀଙ୍କୁ ମିଶାଇ ଜମ୍ମୁ କାଶ୍ମୀରରେ ଚଳିତ ବର୍ଷ ୧୧୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି | ସେମାନଙ୍କ ମଧ୍ୟରେ ଦୁଇଟି ଆତଙ୍କୀ ଗୋଷ୍ଠୀର ୭ ଅପରେସନାଲ କମାଣ୍ଡର ସାମିଲ ଅଛନ୍ତି | ଚଳିତ ମାସରେ କାଶ୍ମୀର ଉପତ୍ୟାକାରେ ହୋଇଥିବା ୧୩ଟି ଆତଙ୍କବାଦ ନିରୋଧ ଅଭିଯାନରେ ପ୍ରାୟ ୪୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି | 

ପାକିସ୍ତାନ ସମର୍ଥିତ ହିଜିବୁଲ ମୁଜ୍ଜାହିଦ୍ଦୀନ ଏବେ ସୁରକ୍ଷାକର୍ମୀଙ୍କ ଟାର୍ଗେଟ ରହିଛି | ଏ ବର୍ଷ ହୋଇଥିବା ଅପରେସନରେ ଏହି ଆତଙ୍କୀ ସଙ୍ଗଠନର ଟପ କମାଣ୍ଡର ରିୟାଜୁ ନାଇକୁ ମଧ୍ୟ ଟଳିପଡିଥିଲା |