ଚାଇନା ସାମଗ୍ରୀ ବୟକଟ: ସ୍ମାର୍ଟଫୋନ୍ ବଜାରରେ SAMSUNG କରିବ ରାଜ୍ !
Advertisement

ଚାଇନା ସାମଗ୍ରୀ ବୟକଟ: ସ୍ମାର୍ଟଫୋନ୍ ବଜାରରେ SAMSUNG କରିବ ରାଜ୍ !


ଦେଶରେ ଚାଇନା ସାମଗ୍ରୀକୁ ନେଇ ପ୍ରବଳ ବିରୋଧ । କିନ୍ତୁ ଏହାର ଫାଇଦା ମିଳିବାକୁ ଯାଉଛି Non-Chinese କଂପାନୀଙ୍କୁ । ସ୍ମାର୍ଟଫୋନ ମାର୍କେଟରେ ପୁଣି ଥରେ ସେଲ୍ ବଢାଇବାକୁ ଆଶା ରଖିଛି SAMSUNG ।

ଚାଇନା ସାମଗ୍ରୀ ବୟକଟ: ସ୍ମାର୍ଟଫୋନ୍ ବଜାରରେ SAMSUNG କରିବ ରାଜ୍ !

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ୫୯ ଆପ୍ ଓ ଚାଇନା ସାମଗ୍ରୀକୁ ଦେଶରେ ବୟକଟ କରାଯାଇଛି । ଦେଶରେ ଆଣ୍ଟି ଚାଇନା ସେଣ୍ଟିମେଣ୍ଟ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ରହିଛି । ଚୀନର ଅର୍ଥନୀତିକୁ ଦୁର୍ବଳ କରିବା, ସ୍ୱଦେଶ ଦ୍ରବ୍ୟ ବ୍ୟବହାର କରିବାର ଚିନ୍ତାଧାରା ବଢିଛି । ସେପଟେ ଅର୍ଥନୀତି ବିଷାରଦଙ୍କ ମଧ୍ୟରେ ଭାରତୀୟ ମାର୍କେଟକୁ ନେଇ ନୂଆ ନୂଆ ଆଶା ପ୍ରକାଶ ପାଇଛି । ଚୀନର ସାମଗ୍ରୀକୁ ବ୍ୟାନ୍ କରାଯିବା ପରେ , ଏହାର ଫାଇଦା କିଛି Non-Chinese କମ୍ପାନୀଙ୍କୁ ମିଳିବ । ବେଶ୍ କିଛି ଦିନ ଧରି ଭାରତୀୟ ବଜାରକୁ କବଜା କରିଥିବା ଚାଇନିଜ କମ୍ପାନୀର ଦବଦବା ସମ୍ପୂର୍ଣ୍ଣ ହ୍ରାସ ପାଇବ । ପୁଣି ଥରେ SAMSUNGର ଉପସ୍ଥିତି ବଢିବ ।
 
ବର୍ତ୍ତମାନ ମାର୍କେଟର ସ୍ଥିତିକୁ ଦେଖିଲେ, ଅନେକ ସ୍ମାର୍ଟଫୋନ୍ ନିର୍ମାତାଙ୍କ ପାଇଁ ସୁଯୋଗ ରହିଛି । ବିଶେଷ କରି Non-Chinese କମ୍ପାନୀଙ୍କ ପାଇଁ । କମ୍ପାନୀ ନିଜର ନୂଆ ପ୍ରଡକ୍ଟ ଲଞ୍ଚ କରିବା ସହିତ ମାର୍କେଟରେ ରହିଥିବା କ୍ଷତିକୁ ଭରପୂର କରିପାରିବେ । ମାର୍କେଟ ସେୟାରକୁ ଫେରାଇ ଆଣି ପାରିବେ ।

ଚଳିତ ବର୍ଷ ପ୍ରାରମ୍ଭରେ ଭାରତରେ TOP-5 ସ୍ମାର୍ଟଫୋନ୍ ବ୍ରାଣ୍ଡ ମଧ୍ୟରେ ଚୀନର ୪ଟି ଫୋନ୍ ରହିଥିଲା । SAMSUNG କେବଳ ଗୋଟିଏ ମାତ୍ର Non-Chinese ପ୍ରଡକ୍ଟ ଥିଲା ।  Xiaomi ୩୦ ପ୍ରତିଶତ ମାର୍କେଟ ସେୟାର ସହିତ ସବୁଠୁ ଟପରେ ରହିଥିଲା । ଏହା ପରେ ଚୀନି କମ୍ପାନୀ Vivo ୧୭ ପ୍ରତିଶତ ମାର୍କେଟ ସେୟାର ସହ ଦ୍ୱିତୀୟ ସ୍ଥାନରେ ଥିଲା । Realmi ଓ Oppo ଯଥାକ୍ରମେ ୧୪ ଓ ୧୨ ପ୍ରତିଶତ ମାର୍କେଟ ସେୟାର ସହ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିଲେ । ଭାରତୀୟ କମ୍ପାନୀ ସାମସଙ୍ଗ୍ ୧୬ ପ୍ରତିଶତ ମାର୍କେଟ ସେୟାର କରି ତୃତୀୟ ସ୍ଥାନରେ ରହିଥିଲା ।
 
ଭାରତ ମାର୍କେଟ ସାମସଙ୍ଗ୍ ପାଇଁ ପ୍ରକୃଷ୍ଟ ସ୍ଥାନ । କମ୍ପାନୀ ଏଭଳି ସୁଯୋଗ କେବେ ହାତଛଡ଼ା କରିପାରିବ ନାହିଁ । ଦେଶର ବିଭନ୍ନ ପ୍ରାନ୍ତରେ କମ୍ପାନୀ ଭିନ୍ନଭିନ୍ନ ପ୍ରାଇସରେ ଫୋନ୍ ଲଞ୍ଚ କରିଛି । ଖାସ୍ କରି S10 Lite ଓ Note10 Lite ପ୍ରବେଶ କରାଇ କମ୍ପାନୀ ୨୦୨୦ ପ୍ରାରମ୍ଭରେ ତୃତୀୟ ସ୍ଥାନ ଅକ୍ତିଆର କରିଥିଲା ।

ସୂତ୍ର ଅନୁସାରେ ଆସନ୍ତା ୬ ମାସ ମଧ୍ୟରେ କଂପାନୀ ହ୍ୟାଣ୍ଡସେଟ୍ସର ସେଲ ବଢାଇବା ପାଇଁ  Galaxy Note 20 ସିରିଜ୍ ଓ Galaxy Fold 2 ଫୋଲ୍ଡେବଲ୍ ଆସନ୍ତା ମାସ ମଧ୍ୟରେ ଲଞ୍ଚ କରିବାକୁ ଯାଉଛି ।