କୋରୋନା ସଂକ୍ରମିତ ଶିଶୁଙ୍କ ପାଇଁ ବଢୁଛି ବିପଦ: ଦୃଷ୍ଟିଶକ୍ତି ଉପରେ ପଡ଼ୁଛି ପ୍ରଭାବ; ଏମସରେ ପ୍ରଥମ ମାମଲା
Advertisement

କୋରୋନା ସଂକ୍ରମିତ ଶିଶୁଙ୍କ ପାଇଁ ବଢୁଛି ବିପଦ: ଦୃଷ୍ଟିଶକ୍ତି ଉପରେ ପଡ଼ୁଛି ପ୍ରଭାବ; ଏମସରେ ପ୍ରଥମ ମାମଲା

କୋରୋନା ସଂକ୍ରମିତ ଛୋଟ ଶିଶୁ ସୁସ୍ଥ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରେ ସ୍ନାୟୁ ଜନିତ ରୋଗ ଦେଖା ଦେଉଛି। 

କୋରୋନା ସଂକ୍ରମିତ ଶିଶୁଙ୍କ ପାଇଁ ବଢୁଛି ବିପଦ: ଦୃଷ୍ଟିଶକ୍ତି ଉପରେ ପଡ଼ୁଛି ପ୍ରଭାବ; ଏମସରେ ପ୍ରଥମ ମାମଲା

ନୂଆଦିଲ୍ଲୀ: କୋରୋନା ସଂକ୍ରମିତକୁ ନେଇ ଦୈନିକ ମିଶ୍ରିତ ମତାମତ ସାମ୍ନାକୁ ଆସୁଛି। ଅଧିକାଂଶ ରାଷ୍ଟ୍ର ଏହାର ନିରାକରଣ ପାଇଁ ଟିକା ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଏହାକୁ ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଭାରତରେ କୋରୋନାରେ ସଂକ୍ରମିତ ଶିଶୁଙ୍କ ପାଇଁ ବିପଦ ବଢୁଥିବା ନେଇ ଏମସ ପକ୍ଷରୁ କୁହାଯାଇଛି। ଏମସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋରୋନା ସଂକ୍ରମିତ ଛୋଟ ଶିଶୁ ସୁସ୍ଥ ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେମାନଙ୍କ ନିକଟରେ ସ୍ନାୟୁ ଜନିତ ରୋଗ ଦେଖା ଦେଉଛି। 

ଅଧିକ ପଢନ୍ତୁ: ଓପିନିୟନ ପୋଲରେ ଏନଡିଏକୁ ବହୁମତ

ସୋମବାର ଏମସରେ ଜଣେ ୧୩ ବର୍ଷୀୟ ନାବାଳିକା ଚିକିତ୍ସା ପାଇଁ ଭର୍ତ୍ତି ହେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏମସ ଡାକ୍ତରଙ୍କ କହିବା ମୁତାବକ ଏହା ହେଉଛି ଭାରତରେ ପ୍ରଥମ ମାମଲା। କୋରୋନା ପ୍ରଭାବରେ ଏହି ନାବାଳିକାର ସ୍ନାୟୁ ଗୁଡ଼ିକ ଉପରେ ପ୍ରଭାବ ପଡ଼ିଛି। ଏହାର ପ୍ରଭାବରେ ଦୃଷ୍ଟି ଶକ୍ତି ମଧ୍ୟ ପ୍ରଭାବିତ ହୋଇଛି। ଶିଶୁଟି ନିକଟରେ Acute Demyelinating Syndrome(ADS) ଦେଖାଦେଇଥିବା ନେଇ ଏମସର ଡାକ୍ତର କହିଛନ୍ତି। ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଉଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। 

ଏମସ ଡାକ୍ତରଙ୍କ ସୂଚନା ମୁତାବକ ସ୍ନାୟୁ ଗୁଡ଼ିକ ମାୟେଲିନ ନାମକ ଏକ ସୁରକ୍ଷା ଆସ୍ତରଣ ରହିଥାଏ। ଯାହା ଦ୍ୱାରା ମସ୍ତିଷ୍କରୁ ଶରୀରକୁ ବାର୍ତ୍ତା ବହନ କରିଥାଏ। ବାର୍ତ୍ତାକୁ ଶରୀରକୁ ଶୀଘ୍ର ଓ ସୁଗମ ଭାବେ ଗତି କରିବାରେ ଏହା ସାହାଯ୍ୟ କରିଥାଏ। ତେବେ ADS ମାୟେଲିନକୁ ନଷ୍ଟ କରି ଦେଇଥାଏ। ଫଳରେ କୋରୋନା ସଂକ୍ରମିତ ଶିଶୁଙ୍କ ନିକଟରେ ସ୍ନାୟୁ ଓ ଦୃଷ୍ଟି ଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। 

ଅଧିକ ପଢନ୍ତୁ: ଟ୍ୱିଟକୁ ନେଇ ଝଡ଼, ପଦାରେ ପଡ଼ିଲା ନେତାଙ୍କ ଯୋଗ୍ୟପଣ

ତେବେ ଏମସରେ ଭର୍ତ୍ତି ହୋଇଥିବା ନାବାଳିକାଙ୍କ ଦୃଷ୍ଟିଶକ୍ତି କମ ହେବାରୁ ତାଙ୍କର ପରିବାର ଲୋକେ ଏମସରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ଚିକିତ୍ସା ଆରମ୍ଭ ହେବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।