)
ନୂଆଦିଲ୍ଲୀ: Omicron in India: ଓମିକ୍ରନ ବିରୋଧରେ ପ୍ରସ୍ତୁତିକୁ ନେଇ କେନ୍ଦ୍ର ସରକାର ଦ୍ୱାରା ରାଜ୍ୟମାନଙ୍କୁ ଚିଠି ଲେଖିବାର ଗୋଟିଏ ଦିନ ପରେ ଏମ୍ସ ଦିଲ୍ଲୀର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (AIIMS director Dr Randeep Guleria) ଏକ ନୂତନ ଚେତାବନୀ ଜାରି କରିଛନ୍ତି । ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ, କୋରୋନାର ନୂତନ ଭାରିଆଣ୍ଟ (Omicron) ର ବିସ୍ତାରକୁ ରୋକିବା ପାଇଁ ଟିକା ଓ କୋଭିଡ-ଉପଯୁକ୍ତ ଆଚରଣ ହେଉଛି ଦୁଇଟି ଉପାୟ । ଚଳିତ ବର୍ଷ ଡିସେମ୍ବର ୨ରେ ଭାରତରେ ଓମିକ୍ରନ (Omicron) ର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । କିନ୍ତୁ ସେବେଠାରୁ ଭାରତରେ ୨୧୩ ଓମିକ୍ରନ୍ ମାମଲା ଚିହ୍ନଟ ହୋଇସାରିଛି ।
ଓମିକ୍ରନ୍ ଠାରୁ ରକ୍ଷା ପାଇବା ପାଇଁ କେବଳ ଦୁଇଟି ଉପାୟ
ଡକ୍ଟର ଗୁଲେରିଆ (Dr Randeep Guleria) କହିଛନ୍ତି, "ଓମିକ୍ରନ୍ ଏକ ସଂକ୍ରାମକ ଭାରିଆଣ୍ଟ । ନିଜକୁ ରକ୍ଷା କରିବା ପାଇଁ ଆମକୁ ଦୁଇଟି ଜିନିଷ କରିବା ଆବଶ୍ୟକ, ପ୍ରଥମଟି ହେଉଛି ଟିକାକରଣ ଓ ଦ୍ୱିତୀୟଟି ହେଉଛି COVID19-ଉପଯୁକ୍ତ ଆଚରଣ ଅନୁସରଣ କରିବା ।" ଏହାପୂର୍ବରୁ ଡକ୍ଟର ଗୁଲେରିଆ କହିଥିଲେ ଯେ ଓମିକ୍ରନରୁ ରକ୍ଷା କରିବା ପାଇଁ ବର୍ତ୍ତମାନର ଟିକାକୁ ପରିବର୍ତ୍ତନ କରାଯାଇପାରେ ।
ସେ କହିଛନ୍ତି, "ଆମ ପାଖରେ ଦ୍ୱିତୀୟ ପିଢ଼ିର ଟିକା ହେବ । ଏହା କିଛି ଏପରି ଯାହା ଆମକୁ ଧ୍ୟାନରେ ରଖିବା ଆବଶ୍ୟକ । ବର୍ତ୍ତମାନର ଟିକା ପ୍ରଭାବଶାଳୀ, କିନ୍ତୁ ନୂତନ ଭାରିଆଣ୍ଟ ଆସିବା ସହିତ ଟିକାର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇପାରେ । ତଥାପି ଟିକା ପରିବର୍ତ୍ତନ କରିହେବ ।...ଆମ ପାଖରେ ଏକ ଡବଲ କ୍ଷମତା ଥିବା COVID-19 ଟିକା ହୋଇପାରିବ କି ନାହିଁ ତାହା ଉପରେ ମଧ୍ୟ ଅଧ୍ୟୟନ ଚାଲିଛି । ଧରି ନିଅନ୍ତୁ ଡେଲଟା ଭାରିଆଣ୍ଟ ଓ ବିଟା ଭାରିଆଣ୍ଟକୁ ଗୋଟିଏ ଟିକାରେ ମିଶାଇ ଦିଆଯିବ ତ ଏହା ଏକ ଡବଲ କ୍ଷମତାଧାରୀ ଟିକା ହୋଇଯିବ ।"
ଏହା ବି ପଢ଼ନ୍ତୁ:-ରାଜ୍ୟରେ ଆଉ ୨ ଓମିକ୍ରନ ସଂକ୍ରମିତ ଚିହ୍ନଟ
ହୋମ୍ ଆଇସୋଲେଶନରେ ହିଁ ଠିକ୍ ହେଉଛନ୍ତି ଅଧିକାଂଶ ରୋଗୀ
ଭାରତରେ ରିପୋର୍ଟ ହୋଇଥିବା ଓମିକ୍ରନ୍ ମାମଲାଗୁଡ଼ିକ ଅଧିକାଂଶ ବିଦେଶୀ, ଯାହାର ଅର୍ଥ ହେଉଛି ରୋଗୀମାନେ ବିଦେଶ ଯାତ୍ରା କରିଛନ୍ତି କିମ୍ବା ଅନ୍ୟ ଦେଶକୁ ଯାଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ସମସ୍ତ ମାମଲା ମାଇଲ୍ଡ ଅର୍ଥାତ କମ୍ ପ୍ରଭାବଶାଳୀ ଓ ଏପର୍ଯ୍ୟନ୍ତ କୌଣସି ପ୍ରମୁଖ ଲକ୍ଷଣ ରିପୋର୍ଟ ହୋଇନାହିଁ । ଅବଶ୍ୟ, ଅଧିକାଂଶ ରୋଗୀ ହୋମ୍ ଆଇସୋଲେଶନରେ ସୁସ୍ଥ ହେଉଥିବାବେଳେ ରାଜ୍ୟ ସରକାର ଓମିକ୍ରନ୍ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରୁଛନ୍ତି କାରଣ ହୋମ୍ ଆଇସୋଲେଶନରୁ ଟ୍ରାସମିଶନର ସମ୍ଭାବନା ରହିଛି ।