ଏହି ସମୟରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr. Randeep Guleria) ଏହି ଟୀକା (Coronavirus Vaccine) ବିଷୟରେ ଏକ ଆଶ୍ୱସ୍ତିକର ଖବର ପ୍ରଦାନ କହିଛନ୍ତି ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭୂତାଣୁ (Coronavirus) ସଂକ୍ରମଣ ସମଗ୍ର ବିଶ୍ୱ ସମେତ ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ସାରା ଦୁନିଆର ଲୋକମାନେ ଉତ୍ସାହର ସହିତ କେବଳ ଗୋଟିଏ ଜିନିଷକୁ ଅପେକ୍ଷା କରିଛନ୍ତି ଏବଂ ତାହା ହେଉଛି କୋରୋନାର ପ୍ରଭାବଶାଳୀ ଏବଂ ସୁରକ୍ଷିତ ଭ୍ୟାକ୍ସିନ ବା ଟୀକା (Coronavirus Vaccine) । ଋଷ ଓ ଚୀନ୍ ଏହି ଟୀକା (COVID-19 Vaccine) ପ୍ରସ୍ତୁତ କରିବାର ଦାବି କରିଥିବାବେଳେ ଭାରତ, ଆମେରିକା ଏବଂ ବ୍ରିଟେନ ସମେତ ଅନେକ ଦେଶ ଏହି ଟୀକା ପ୍ରସ୍ତୁତର ଅତି ନିକଟରେ ପହଞ୍ଚିଛି । ଏହି ସମୟରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ (Dr. Randeep Guleria) ଏହି ଟୀକା ବିଷୟରେ ଏକ ଆଶ୍ୱସ୍ତିକର ଖବର ପ୍ରଦାନ କହିଛନ୍ତି ।
ସେ କହିଛନ୍ତି କେତେ ଦିନ ପର୍ଯ୍ୟନ୍ତ ଭାରତୀୟ ବଜାରରେ କୋରୋନା ଟୀକା ଉପଲବ୍ଧ ହେବ । ଏହା ସହିତ ସେ ଟୀକାକରଣ ବିଷୟରେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ AIIMS ର ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କହିଛନ୍ତି ଯେ, ଟୀକା ଉପରେ ଭଲ ଅଗ୍ରଗତି ହୋଇଛି । ଯଦି ସବୁ ଠିକ ଚାଲେ, ତେବେ ୨୦୨୧ ଆରମ୍ଭ ସୁଦ୍ଧା ଭାରତୀୟ ବଜାରରେ କୋରୋନା ଟୀକା ଉପଲବ୍ଧ ହୋଇପାରେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଟୀକା ବଜାରରେ ଆସିବ, କିନ୍ତୁ ଦେଶର ଜନସଂଖ୍ୟା ଅନୁଯାୟୀ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଉପଲବ୍ଧତା ଯଥେଷ୍ଟ ହେବ ନାହିଁ ।
ଅଧିକ ପଢ଼ନ୍ତୁ:-ପଶୁଙ୍କ ରକ୍ତରୁ ହେବ କୋରୋନା ଭୂତାଣୁର ଚିକିତ୍ସା, ICMR ବିକଶିତ କରିଛି କୌଶଳ
AIIMS ର ନିର୍ଦ୍ଦେଶକ କହିଛନ୍ତି ଯେ କୋରୋନା ଭାଇରସ୍ ଟୀକା କେବେ ଆସିବ ତାହା ନିଶ୍ଚିତ କରିବା ଟିକେ କଷ୍ଟକର । କୋରୋନା ଟୀକା ପ୍ରଗତିର କାରଣ ଅନେକ ଦିଗ ଉପରେ ନିର୍ଭର କରେ । ଯଦି ଆମେ ପର୍ଯ୍ୟାୟ କ୍ରମେ ସଫଳତା ଜାରି ରଖିବା । ସବୁ ଜିନିଷ ଠିକ୍ ଚାଲିଥାଏ ତେବେ କୋରୋନା ଟୀକା ଔଷଧ ଖୁବ୍ ଶୀଘ୍ର ଦେଶରେ ଉପଲବ୍ଧ ହେବ ।
ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ମହାମେଣ୍ଟରେ ହୋଇସାରିଛି ଆସନ ବୁଝାମଣା, ଜାଣନ୍ତୁ କାହାକୁ କେତେ ମିଳିଛି ଆସନ
ଡକ୍ଟର ଗୁଲେରିଆ ଏହା ମଧ୍ୟ କହିଛନ୍ତି ଯେ, ଥରେ ଟୀକା ବିକଶିତ ହେଲେ ଏହାକୁ କିପରି ବଜାରରେ ଛଡ଼ା ଯିବ । ତାହା ମଧ୍ୟ ଏକ ବଡ ସମସ୍ୟା ହେବ । ଏହାର କାରଣ ହେଉଛି ଅନେକ ଅନୁଷ୍ଠାନ କହିଛନ୍ତି ଯେ ଟୀକା ବିତରଣ ପ୍ରାଥମିକତା ଆଧାରରେ ହେବ । ସର୍ବପ୍ରଥମେ ଟୀକା ସେହିମାନଙ୍କୁ ଦିଆଯିବ, ଯେଉଁମାନଙ୍କୁ ସଂକ୍ରମଣର ବିପଦ ଅଧିକ ରହିଛି । ଅନ୍ୟପକ୍ଷେ ଖବର ଅନୁଯାୟୀ ଋଷ ରାଜଧାନୀ ମସ୍କୋରେ ସାଧାରଣ ଲୋକଙ୍କ ପାଇଁ ପ୍ରଥମ ଟୀକା ଉପଲବ୍ଧ କରାଇଛି ।