Omicronର ଏହି ୫ ଟି ଲକ୍ଷଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲା AIIMS
Advertisement
Article Detail0/zeeodisha/odisha1065207

Omicronର ଏହି ୫ ଟି ଲକ୍ଷଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲା AIIMS


ସେହିପରି ଏମସ୍ ଓମିକ୍ରନର ପାଞ୍ଚଟି ଲକ୍ଷଣକୁ ସୂଚିବଦ୍ଧ କରି ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ଚେତାବନୀ ଜାରି କରିଛି । ଏହି ଲକ୍ଷଣ ଦେଖାଦେବା ମାତ୍ରେ ଜାଣିବା ଯେ, ସଂକ୍ରମଣ ଗମ୍ଭୀର ସ୍ତରରେ ଅଛି।

Omicronର ଏହି ୫ ଟି ଲକ୍ଷଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲା AIIMS

ନୂଆଦିଲ୍ଲୀ: ଭାରତରେ ପୁଣିଥରେ କୋରୋନା ମହାମାରୀ ନିଜର ଗତି ଧରିଲାଣି। କାରଣ ଦେଶରେ ଆଜି ସୁଦ୍ଧା ୩ ହଜାର ପାର ହୋଇଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୭ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଚିକିତ୍ସା ପରେ ୧ ହଜାର ୧୯୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୭ ଦଶମିକ ୭୪ ପ୍ରତିଶତ ଛୁଇଁଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୪ ଦଶମିକ ୫୪ ପ୍ରତିଶତ ରହିଛି।

ସେହିପରି ଓମିକ୍ରନର ଲକ୍ଷଣ ବିଷୟରେ ହେଲଥ୍ ଏକ୍ସପର୍ଟସଙ୍କ ଦ୍ୱାରା ସମୟ ସମୟ ଧରି ସୂଚନା ମଧ୍ୟ ଦିଆଯାଉଛି । ସୂଚନାନୁସାରେ, ୟୁଏସ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଫର ପ୍ରିବିନସେନ ଆନାଲିସିସ୍ ଏହି ଭାରିଏଣ୍ଟ ଉପରେ ସବୁଠାରୁ ଅଧିକାଂଶ ଦେଖାଯାଉଥିବା ଲକ୍ଷଣ ମଧ୍ୟରେ ଅଛି । ତାହା ହେଉଛି କାଶ ହେବା, ଥକ୍କାପଣ, କଫ ଓ ନାକରୁ ବୋହିବା...ସେହିପରି ଏମସ୍ ଓମିକ୍ରନ (Omicron) ର ପାଞ୍ଚଟି ଲକ୍ଷଣକୁ ସୂଚିବଦ୍ଧ କରି ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ଚେତାବନୀ ଜାରି କରିଛି । ଏହି ଲକ୍ଷଣ ଦେଖାଦେବା ମାତ୍ରେ ଜାଣିବା ଯେ, ସଂକ୍ରମଣ ଗମ୍ଭୀର ସ୍ତରରେ ଅଛି।

Also Read: DGPଙ୍କ ବିରୋଧରେ ଆକ୍ସନ ନେଇପାରେ କେନ୍ଦ୍ର! ୫ଟି ପଏଣ୍ଟରେ ଜାଣନ୍ତୁ କାହିଁକି କାଠଗଡ଼ାରେ ପଞ୍ଜାବ ପୋଲିସ

Omicron ଭାରିଏଣ୍ଟର ୫ ଲକ୍ଷଣ 

1-ନିଃଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା
2-ଅକ୍ସିଜେନ ସ୍ତରରେ ଅସ୍ଥିରତା ଦେଖାଦେବା
3-ଛାତିରେ ଲଗାତାର ଯନ୍ତ୍ରଣା/ଭାରି ଭାରି ଲାଗିବା
4-ମାନସିକ ସ୍ତରରେ ଅସ୍ଥିରତା
5-ଲକ୍ଷଣ ୩ ରୁ ୪ ଦିନ ବା ଅଧିକ ଦିନ ପର୍ଯ୍ୟନ୍ତ ରହିବା

ଏକ୍ସପର୍ଟସଙ୍କ କହିବାକଥା, ଅଚାନକ ତ୍ୱଚା, ଓଠ ଓ ନଖରେ ରଙ୍ଗ ପରିବର୍ତ୍ତନ ହେବା ମଧ୍ୟ ଓମିକ୍ରନର ଲକ୍ଷଣ। 

Also Read: RJD ର ଅଫରରୁ JDU ବହୁତ ଖୁସ୍, BJP ର ଟେନସନ୍ ବଢ଼ାଉଛି ନୀତିଶ କୁମାରଙ୍କ ଦଳ!

କେବେ କରିବେ ଟେଷ୍ଟ: ବିଶେଷଜ୍ଞଙ୍କ ମତ, ଯଦି କେହିବି ଭାଇରସ ସମ୍ପର୍କରେ ଆସନ୍ତି ତେବେ ସମ୍ପର୍କର ୫ ଦିନ ପରେ ତାଙ୍କ ଠାରେ ଲକ୍ଷଣ ଦେଖା ଆରମ୍ଭ ହୋଇଥାଏ। ତେବେ ଲକ୍ଷଣ ଦେବା ପରେ ତୁରନ୍ତ ନିଜକୁ ଆଇସୋଲେଟ କରିବା ଜରୁରୀ । ଆଉ ଯେବେ ଯାଏ ରିପୋର୍ଟ ନେଗେଟିଭ୍ ନଆସିଛି ସେବେ ଯାଏ ନିଜକୁ ସଂଗରୋଧରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।