ସରକାର ଦେଲେ ବଡ଼ ସୂଚନା, ଏହି ଦୁଇଟି ସରକାରୀ କମ୍ପାନୀ ହୋଇଯିବ ପ୍ରାଇଭେଟ୍
Advertisement

ସରକାର ଦେଲେ ବଡ଼ ସୂଚନା, ଏହି ଦୁଇଟି ସରକାରୀ କମ୍ପାନୀ ହୋଇଯିବ ପ୍ରାଇଭେଟ୍

ସମ୍ପତ୍ତି ପରିଚାଳନା ବିଭାଗ ସଚିବ କହିଛନ୍ତି ଯେ ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ଆମେ ଶେଷରେ PSUs ର ପ୍ରାଇଭେଟାଇଜେସନ ଦେଖିବା ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ପ୍ରାଇଭେଟାଇଜେସନ (Privatization) ପ୍ରକ୍ରିୟା ତ୍ୱରାନ୍ୱିତ ହେଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ମୋଦି ସରକାର (Modi Government) ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ (Air India) ଓ ତୈଳ ମାର୍କେଟିଂ କମ୍ପାନୀ ଭାରତ ପେଟ୍ରୋଲିୟମକୁ (Bharat Petroleum) ଘରୋଇକରଣ କରିପାରନ୍ତି । ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନ୍ କାନ୍ତ ପାଣ୍ଡେ (Tuhin Kanta Pandey) ଏହି ସୂଚନା ଦେଇଛନ୍ତି । ୧୧ ଅଗଷ୍ଟରେ ଅନୁଷ୍ଠିତ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜର (Confederation of Indian Industries) ବାର୍ଷିକ ଅଧିବେଶନରେ ଭାଷଣ ଦେଇ ପାଣ୍ଡେ କହିଛନ୍ତି ଯେ ୧୭ ବର୍ଷ ବ୍ୟବଧାନ ପରେ ଏହି ବର୍ଷ ଆମେ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ (PSUs) ର ପ୍ରାଇଭେଟାଇଜେସନ ଦେଖିବା ।

ଚଳିତ ବର୍ଷ ଆସିବ LIC ର IPO 
ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ LIC ର IPO, ଯାହା ଭାରତର ସବୁଠାରୁ ବଡ IPO ହୋଇପାରେ । ଏହା ମଧ୍ୟ ଏହି ବର୍ଷ ଆସିବେ । ଆମେ ଆପଣଙ୍କୁ କହିବୁ ଯେ ୨୦୨୧-୨୨ ପାଇଁ କେନ୍ଦ୍ର ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯାହା ମଧ୍ୟରୁ ଅଧିକାଂଶ ଘରୋଇକରଣ ଓ LIC IPO ରୁ ଆସିବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: WFH ପଡି଼ବ ମହଙ୍ଗା! ଏହି ବଡ଼ କମ୍ପାନୀ ଗୁଡ଼ିକ କାଟିବାକୁ ଯାଉଛନ୍ତି ସାଲାରି

୧୫ ସେପ୍ଟେମ୍ବର ମଧ୍ୟରେ ଲାଗିପାରେ ବିଡ୍
୧୫ ସେପ୍ଟେମ୍ବର ମଧ୍ୟରେ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର କରାଯାଇପାରିବ ବୋଲି ସୂଚନା ମିଳିଛି । ନିକଟରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭି.କେ ସିଂ (Minister of State for Civil Aviation VK Singh) କହିଛନ୍ତି ଯେ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ପାଇଁ ଆଗ୍ରହୀ ସଂସ୍ଥା (QIB) ରୁ ସେପ୍ଟେମ୍ବର ୧୫ ସୁଦ୍ଧା ଆର୍ଥିକ ବିଡ୍ ଡକାଯାଇପାରେ । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସେ ଏହି ସୂଚନା ଦେଇଛନ୍ତି । ଏଥି ସହିତ, ନ୍ୟୁଜ୍ ଏଜେନ୍ସି PTI ଅନୁଯାୟୀ କେନ୍ଦ୍ର ସରକାର ୨୭ ଜାନୁୟାରୀ ୨୦୨୦ ରେ ଏୟାର ଇଣ୍ଡିଆ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟର୍ସ (EOI) କୁ ଆମନ୍ତ୍ରଣ କରିଥିଲେ । କୋରୋନା ଭୂତାଣୁ ମହାମାରୀ ଯୋଗୁଁ ଏହାର ସମୟ ସୀମା ଅନେକ ଥର ବୃଦ୍ଧି କରାଯାଇଥିଲା ।