Advertisement
Article Detail0/zeeodisha/odisha2746578
Zee OdishaOdisha National-InternationalOperation Sindoor Live Updates: ମେ ୧୦ ଯାଏ, ୯ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ

Operation Sindoor Live Updates: ମେ ୧୦ ଯାଏ, ୯ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ

ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ହେବା ପରେ ଏୟାର ଇଣ୍ଡିଆ ତାର ଉଡାଣକୁ ବାତିଲ କରିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରରୁ ଉଡାଣ ବାତିଲ କରିଛି ଏୟାର ଇଣ୍ଡିଆ। ଏହି ୯ଟି ବିମାନ ବନ୍ଦର ମଧ୍ୟରେ ଅମ୍ରିତସର ଓ ଶ୍ରୀନଗରକୁ ମଧ୍ୟ ଉଡ଼ାଣକୁ ବାତିଲ କରିଛି। ଅପରେସନ ସିନ୍ଦୂର ଆକ୍ରମଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ସୂଚନା ପ୍ରଦାନ କ

Operation Sindoor Live Updates: ମେ ୧୦ ଯାଏ, ୯ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ହେବା ପରେ ଏୟାର ଇଣ୍ଡିଆ ତାର ଉଡାଣକୁ ବାତିଲ କରିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରରୁ ଉଡାଣ ବାତିଲ କରିଛି ଏୟାର ଇଣ୍ଡିଆ। ଏହି ୯ଟି ବିମାନ ବନ୍ଦର ମଧ୍ୟରେ ଅମ୍ରିତସର ଓ ଶ୍ରୀନଗରକୁ ମଧ୍ୟ ଉଡ଼ାଣକୁ ବାତିଲ କରିଛି। ଅପରେସନ ସିନ୍ଦୂର ଆକ୍ରମଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା। 

ଏଠାରେ କହି ରଖୁ ବିମାନ ବନ୍ଦରଗୁଡ଼ିକୁ ବନ୍ଦ କରିବା ସମ୍ପର୍କରେ ବିମାନ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ପରେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼ ଏବଂ ରାଜକୋଟ ଷ୍ଟେସନଗୁଡ଼ିକୁ ଯିବା ଏବଂ ଯିବା ପାଇଁ ଏୟାର ଇଣ୍ଡିଆର ବିମାନଗୁଡ଼ିକ ୧୦ ମଇ ସକାଳ ୦୫:୨୯ ପର୍ଯ୍ୟନ୍ତ ବାତିଲ କରାଯାଉଛି,” ଏୟାରଲାଇନ୍ସ କହିଛି।

ସୂଚନାଯୋଗ୍ୟ ଗତ ଏପ୍ରିଲ ୨୨ ତାରିଖରେ ପହଲଗାମଠାରେ ୨୬ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଯାହା ଫଳରେ ପୂରା ଦେଶ ପ୍ରତିଶୋଧ ପରାୟଣ ହୋଇଉଠିଥିଲା। 

Add Zee News as a Preferred Source
About the Author