• ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲା
  • ରିମାଣ୍ଡ ଶେଷ ପରେ ଜେଲ୍ ଗଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ଆଜି ବଙ୍ଗୋମୁଣ୍ଡା SDJM କୋର୍ଟରେ ହାଜର ହୋଇଥିଲା
  • କୋର୍ଟରେ ହାଜର ପରେ ଗୋବିନ୍ଦକୁ ଜେଲ୍ ପଠାଗଲା
  • କଣ୍ଟାବାଞ୍ଜି ସବଜେଲ୍ ପଠାଯାଇଥିବା ସୂଚନା
  • ପୋଲିସର ତଦନ୍ତ ପ୍ରକ୍ରିୟା, କୋର୍ଟ ଚାଲାଣକୁ ନେଇ ପ୍ରଶ୍ନ
  • ରାଜ୍ୟରେ ଦିନକରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଦେଶରେ ୨୪ ଘଣ୍ଟାରେ ୧୪,୩୦୬ ଆକ୍ରାନ୍ତ ଚିହ୍ନଟ; ୪୪୩ ମୃତ
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଭୋର ୫ଟା ୩୦ରେ କୋର୍ଟରେ ହାଜର

Air India ର କର୍ମଚାରୀଙ୍କ ଉପରେ ସଙ୍କଟ; କ୍ୱାର୍ଟର ଖାଲି କରିବାକୁ ମିଳିଲା ଆଦେଶ

ଏୟାର ଇଣ୍ଡିଆର କର୍ମଚାରୀମାନଙ୍କୁ ଏକ ନୋଟିସ ଜାରି କରାଯାଇ କୁହାଯାଇଛି ଯେ ବୀନିବେଶ ଚୁକ୍ତିର ଶେଷ ତାରିଖରୁ ଛଅ ମାସ ମଧ୍ୟରେ କର୍ମଚାରୀମାନେ ମୁମ୍ବାଇର କାଲିନା ସ୍ଥିତ କ୍ୱାର୍ଟରକୁ ଛାଡିଦେବା ଉଚିତ୍ ।  

Air India ର କର୍ମଚାରୀଙ୍କ ଉପରେ ସଙ୍କଟ; କ୍ୱାର୍ଟର ଖାଲି କରିବାକୁ ମିଳିଲା ଆଦେଶ
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର (Air India) ନିଲାମ ପରେ ଏହାର କର୍ମଚାରୀଙ୍କ ଉପରେ ସଙ୍କଟ ଦେଖାଦେଇଛି । କ୍ୱାର୍ଟର୍ସ ଛାଡିବାକୁ କମ୍ପାନୀ ଏହାର କର୍ମଚାରୀଙ୍କୁ ନୋଟିସ ଜାରି କରିଛି । ଏହି କାରଣରୁ ଶ୍ରମିକ ସଂଗଠନ କ୍ରୋଧିତ ହୋଇ ଧର୍ମଘଟ କରିବାକୁ ମଧ୍ୟ ଧମକ ଦେଇଛନ୍ତି ।

କର୍ମଚାରୀମାନଙ୍କୁ ଦିଆଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏୟାର ଇଣ୍ଡିଆ ଓ ଟାଟା ଗ୍ରୁପ ମଧ୍ୟରେ ବୀନିବେଶ ଚୁକ୍ତିର ଶେଷ ତାରିଖଠାରୁ ଛଅ ମାସ ମଧ୍ୟରେ କର୍ମଚାରୀମାନେ ମୁମ୍ବାଇର କାଲିନାରେ ସ୍ଥିତ ନିଜର କ୍ୱାର୍ଟରକୁ ଖାଲି କରିଦେବା ଉଚିତ୍ । ଏହି ବିଜ୍ଞପ୍ତି ପାଇବା ପରଠାରୁ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଏହା ବି ପଢ଼ନ୍ତୁ: ରାହୁଲ ଦ୍ରାବିଡ ହୋଇପାରନ୍ତି ଟିମ୍ ଇଣ୍ଡିଆର କୋଚ୍, ନ୍ୟୁଜିଲାଣ୍ଡ ସିରିଜରେ ମିଳିବ ଦାୟିତ୍ୱ

ଏହା ପରେ ଏଆଇ ୟୁନିଅନର ମିଳିତ କ୍ରିୟାନୁଷ୍ଠାନ କମିଟି  (Joint Action Committee of AI Unions) ବୁଧବାର ମୁମ୍ବାଇ ଆଞ୍ଚଳିକ ଶ୍ରମ କମିଶନରଙ୍କ ପ୍ରତିକ୍ରିୟାରେ ବିଜ୍ଞପ୍ତି ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ବିରୋଧରେ କର୍ମଚାରୀମାନେ ନଭେମ୍ବର ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ । କହି ରଖୁଛୁ ଯେ ନୂଆ ନିୟମ ଅନୁଯାୟୀ, ଧର୍ମଘଟକୁ ଯିବା ପୂର୍ବରୁ ୟୁନିୟନକୁ ୨ ସପ୍ତାହ ପୂର୍ବରୁ ନୋଟିସ ଦେବାକୁ ପଡିବ ।

ଏହା ପଢ଼ନ୍ତୁ: ଅନ୍ଧାରରେ ବୁଡ଼ି ରହିଛି ଆଫଗାନିସ୍ତାନ, କୋଟି କୋଟି ଡଲାରର ବିଦ୍ୟୁତ୍ ବିଲ୍ ଦେଉନାହିଁ ତାଲିବାନ

କାହାକୁ ମିଳିଛି ନୋଟିସ୍?
ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ମୁମ୍ବାଇର କାଲିନାରେ ସ୍ଥିତ କଲୋନୀରେ ରହୁଥିବା ଏୟାର ଇଣ୍ଡିଆର କର୍ମଚାରୀମାନେ ଅକ୍ଟୋବର ୫ ରେ ଏକ ନୋଟିସ ପାଇଥିଲେ । ଏଥିରେ ଦର୍ଶାଯାଇଛି ଯେ ସେମାନେ ୨୦ ଅକ୍ଟୋବର ୨୦୨୧ ସୁଦ୍ଧା ଲିଖିତ ଆକାରରେ ଦେବେ ଯେ ବିମାନ ଘରୋଇକରଣ ହେବାର ଛଅ ମାସ ମଧ୍ୟରେ ସେମାନେ ଆବାସ ଖାଲି କରିବେ । ମୁମ୍ବାଇର କାଲିନା ଓ ଦିଲ୍ଲୀର ଉବର ପୋସ୍ ଅଞ୍ଚଳରେ ଏୟାର ଇଣ୍ଡିଆର ନିଜସ୍ୱ କଲୋନୀ ଅଛି । ରିପୋର୍ଟ ଅନୁଯାୟୀ, ଏହି ନୋଟିସ ଉଭୟ ସ୍ଥାନ ପାଇଁ ଅଟେ । କର୍ମଚାରୀ ସଂଘର ଅଧିକାରୀମାନେ ଏହି ପ୍ରସଙ୍ଗରେ ଦୈନିକ ବୈଠକ କରୁଛନ୍ତି । ସେମାନେ କହିଛନ୍ତି ଯେ ମିଳିତ ଭାବେ ଧର୍ମଘଟ କରିବାକୁ ନିଷ୍ପତ୍ତି ନେବେ।