DGMO briefing: ସାମ୍ବାଦିକମାନଙ୍କୁ ଅପରେସନ୍ ସିନ୍ଦୂରର ବିଭିନ୍ନ ସଫଳତାକୁ ପ୍ରମାଣ ସହ ବ୍ୟାଖ୍ୟା କରୁଛି ଭାରତର ତିନି ସେନା ବାହିନୀ। ଗତକାଲି ଶିବ ତାଣ୍ଡବ ସ୍ତୋତ୍ର ଏବଂ ଆଜି ରାଷ୍ଟ୍ରକତି ରାମଧାରୀ ସିଂ ଦିନକରଙ୍କ କବିତାର ଧୂନରେ ଏହି ସମ୍ମିଳନୀ ଆରମ୍ଭ କରାଯାଇଥିଲା। ଏହାଯେ କେବଳ ରାଷ୍ଟ୍ରପ୍ରେମ ଜାଗ୍ରତ ପାଇଁ ଉଦ୍ଦିଷ୍ଟ ତାହା ନୁହେଁ ଏ ଭିତରେ ଶତ୍ରୁ ପକ୍ଷଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ରକ୍ଷା କରାଯାଇଥିବା ଏୟାର ମାର୍ଶାଲ ଏକେ ଭାରତୀ କହିଛନ୍ତି।
Trending Photos
ଭୁବନେଶ୍ୱର: ଗଣମାଧ୍ୟମକୁ ଭାରତର ସାମରିକ କ୍ଷମତା ଓ ସଫଳତା ବାବଦରେ ସୂଚନା ଦେବାବେଳେ ଏୟାର ମାର୍ଶାଲ ଏକେ ଭାରତୀ କାହିଁକି ଶ୍ରୀରାମଚରିତ୍ର ମାମନସକୁ ଉଦ୍ଧାର କଲେ। କାହିଁକି ଶ୍ରୀ ରାମ ଓ ବରୁଣ ଦେବଙ୍କ ଭିତରେ ବାର୍ତ୍ତାଳାପକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହି ପରିସ୍ଥିତି ବୁଝିବାକୁ କହିଲେ ଭାରତୀ? ଏହା ଏବେ ଚର୍ଚ୍ଚାରେ ରହିଛି।
ଗତ ଦୁଇ ଦିନ ଧରି ଭାରତର ସେନାବାହିନୀ ପକ୍ଷରୁ ସାମ୍ବାଦିକମାନଙ୍କୁ ଅପରେସନ୍ ସିନ୍ଦୂରର ବିଭିନ୍ନ ସଫଳତାକୁ ପ୍ରମାଣ ସହ ବ୍ୟାଖ୍ୟା କରୁଛି ଭାରତର ତିନି ସେନା ବାହିନୀ। ଗତକାଲି ଶିବ ତାଣ୍ଡବ ସ୍ତୋତ୍ର ଏବଂ ଆଜି ରାଷ୍ଟ୍ରକତି ରାମଧାରୀ ସିଂ ଦିନକରଙ୍କ କବିତାର ଧୂନରେ ଏହି ସମ୍ମିଳନୀ ଆରମ୍ଭ କରାଯାଇଥିଲା। ଏହାଯେ କେବଳ ରାଷ୍ଟ୍ରପ୍ରେମ ଜାଗ୍ରତ ପାଇଁ ଉଦ୍ଦିଷ୍ଟ ତାହା ନୁହେଁ ଏ ଭିତରେ ଶତ୍ରୁ ପକ୍ଷଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ମଧ୍ୟ ରକ୍ଷା କରାଯାଇଥିବା ଏୟାର ମାର୍ଶାଲ ଏକେ ଭାରତୀ କହିଛନ୍ତି।
ତେବେ କ’ଣ ସେ ବାର୍ତ୍ତା? ଏହା ସ୍ପଷ୍ଟ କରିବାକୁ ଯାଇ ଏୟାର ମାର୍ଶାଲ୍ ଭାରତୀ ପୁଣିଥରେ ରାମଚରିତ୍ର ମାନସର ଏକ ପଂଙ୍କ୍ତିକୁ ଉଦ୍ଧାର କରିଛନ୍ତି। ସୁନ୍ଦରାକାଣ୍ଡର ଏହି ପଙ୍କ୍ତିରେ କୁହାଯାଇଛି ‘ ବିନୟ ନ ମାନତ ଜଳଧି ଜଡ଼ ଗଏ ତିନିଦିନ ବିତି, ବୋଲେ ରାମ ସକୋପ ତବ ଭୟ ବିନୁ ହୋୟ ନପ୍ରୀତି’। ଏହି ପଙ୍କ୍ତିଟି ପ୍ରଭୁ ଶ୍ରୀ ରାମ ଏବଂ ଜଳ ଦେବତା ବରୁଣଙ୍କ ଭିତରେ କଥୋପକଥନକୁ ନେଉ ଲ୍ଲେଖ କରାଯାଇଛି।
ତୁଳସୀ ଦାସ କହୁଛନ୍ତି, ଶ୍ରୀ ରାମଙ୍କ ସେନାକୁ ଶ୍ରୀଲଙ୍କା ଯିବାର ଥିଲା। ଏଥିନେଇ ସମୁଦ୍ର ପାର କରିବାକୁ ପଡ଼ିବ ଏବଂ ସମୁଦ୍ର ଦେବତାଙ୍କୁ ରାସ୍ତା ଦେବା ଲାଗି ଶ୍ରୀ ରାମ ତିନି ଦିନ ଧରି ପୂଜାର୍ଚ୍ଚନା, ତପ କରିଥିଲେ। କିନ୍ତୁ ବରୁଣ ଦେବ ଏହାକୁ ମାନି ନଥିଲେ। ପରେ ବରୁଣ ଦେବଙ୍କ ସହ ମିତ୍ରତା କରିବାକୁ ହେଲେ ଶକ୍ତି ପ୍ରଦର୍ଶନର ଆବଶ୍ୟକତା ଅନୁଭବ କରି ଶର ନିକ୍ଷୋପ କରିଥିଲେ। ଯେଉଁ ଶର ଦ୍ୱାରା ସମୁଦ୍ର ଶୁଖିବାକୁ ଲାଗିଥିଲା। ଆଉ ବରୁଣ ଦେବ ମିତ୍ରତା ସ୍ଥାପନ କରିଥିଲେ।
ଏହି କାହାଣୀର ମୌଳିକତା ଏହା ଯେ ଯଦି ସଦ୍ଭାବ ସ୍ଥାପନ କରିବାର ଅଛି ତେବେ ଶକ୍ତି ପ୍ରଦର୍ଶନର ଆବଶ୍ୟକତା ରହିଛି। ଏହି ବାର୍ତ୍ତାକୁ ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ଦେବାକୁ ଚେଷ୍ଟା କରିଥିଲା।
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧନ କରିବା ସମୟରେ ଏ ବାବଦରେ ବିସ୍ତୃତ ବିବରଣୀ ରଖିବେ। କିନ୍ତୁ ପାକିସ୍ତାନଯେ , ଭାରତୀୟ ସେନାର ଏହି ଶକ୍ତି ପ୍ରଦର୍ଶନରେ ସମ୍ପୂର୍ଣ୍ଣ ବିଚଳିତ ହୋଇଛି ସେଥିରେ ସନ୍ଦେହ ନାହିଁ।
ଏପ୍ରିଲ୍ ୨୨ ଘଟଣା ପରେ ଭାରତ ପ୍ରଥମେ କୂଟନୀତି,ଳ ଅର୍ଥନୀତି ଓ ପରେ ରଣନୀତି ସ୍ତରରେ ପାକିସ୍ତାନ ଉପରେ ଚାପ ପକାଇବାକୁ ଚାହିଁଥିଲା। କିନ୍ତୁ ପାକିସ୍ତାନ ଏହା ନରି ଭାରତକୁ ସାମରିକ କାର୍ତଯ୍ୟ ପାଇଁ ଉସ୍କାଇଥିଲା ଫଳରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୯ ଆତଙ୍କବାଦୀ ଆସ୍ଥାନ ଓ ୧୧ ବିମାନ ବନ୍ଦର ଧ୍ୱଂସ ପାଇଛି। ୧୦୦ରୁ ଅଧକି ଆତଙ୍କବାଦୀଙ୍କ ସହ ୫୦ ସୈନ୍ୟଘଙ୍କ ମୃତ୍ୟୁ ଘଟିଛି। ଖାଲି ସେତିକି ନୁହେଁ ପାକିସ୍ତାନ ବିଭିନ୍ନ ଦେଶରୁ ଆଣିଥିବା କ୍ଷେପଣାସ୍ତ୍ର ଓ ଡ୍ରୋନ ଭାରତର କୌଣସି ସ୍ଥାନରେ କ୍ଷତି ପହଞ୍ଚାଇପାରି ନାହିଁ। ଏପରିକି ପାକିସ୍ତାନର ମିଛ ମଧ୍ୟ ଧରା ପଡ଼ିଛି। ଏହି ହେତୁ ପାକିସ୍ତାନ ତୁରନ୍ତ ଯୁଦ୍ଧ ବିରତି ପାଇଁ ଅନୁରୋଧ କରିଥିଲା। ଯାହାକୁ ଭାରତ ଗ୍ରହଣ କରିଛି।