ପଶ୍ଚିମବଙ୍ଗରେ ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର
Advertisement

ପଶ୍ଚିମବଙ୍ଗରେ ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ପଶ୍ଚିମବଙ୍ଗ (West Bengal) ଉପରେ ଆତଙ୍କୀ ସଂଗଠନ ଆଲକାଏଦା (Al Qaeda) ର ନଜର ।

ପଶ୍ଚିମବଙ୍ଗରେ ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ (West Bengal) ଉପରେ ଆତଙ୍କୀ ସଂଗଠନ ଆଲକାଏଦା (Al Qaeda) ର ନଜର । ପଶ୍ଚିମବଙ୍ଗ (West Bengal) ରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣ ପାଇଁ ସଂଗଠନ ଯୋଜନା କରୁଥିବା ନେଇ ଗୁଇନ୍ଦା (IB) ବିଭାଗ ସୂଚନା ଦେଇଛି। ଗୁଇନ୍ଦା ବିଭାଗ (Inteligence Beuro) ମିଳିଥିବା ସୂଚନା ମୁତାବକ ଏହି ଆତଙ୍କି ସଂଗଠନ ସୁପ୍ତ ଅବସ୍ଥାରେ ରହିଥିବା ସ୍ଲିପର ସେଲମାନଙ୍କୁ ସକ୍ରିୟ କରୁଥିବା ଦେଖିବାକୁ ମିଳିଛି । ଏପରିକି କିଛି ବିଦେଶୀ ଯୁବକମାନଙ୍କୁ ମଧ୍ୟ ସେଠାରେ ନିୟୋଜିତ କରାଯାଇ ରାଜ୍ୟ ସମ୍ପର୍କରେ ଆତଙ୍କୀ ସଗଠନ ତଥ୍ୟ ସଂଗ୍ରହ କରୁଥିବା ନେଇ ମଧ୍ୟ ସୁଚନା ମିଳିଛି । 

ସୂଚନା ଯୋଗ୍ୟ ଆଲ କାଏଦା ୧୯୮୦ ମସିହାରେ ପ୍ରତିଷ୍ଠା ହୋଇଥିଲା । ଓସାମା ବିନ ଲାଦେନ ଏହା ପ୍ରତିଷ୍ଠାତା ଥିବା ବେଳେ ସମଗ୍ର ବିଶ୍ୱରେ ଆତଙ୍କୀ କାର୍ଯ୍ୟକଳାପକୁ ବଢାଇବା ଏହାର ଲକ୍ଷ୍ୟ ରହିଛି । ତେବେ ନିକଟରେ ଏନଆଇଏ ୧୧ ଜଣ ଆତଙ୍କୀଙ୍କୁ ଗିରଫ କରିବା ପରେ ଏହି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହା ବ୍ୟତୀତ ୯ ଜଣ ଆତଙ୍କୀଙ୍କୁ କେରଳରୁ ମଧ୍ୟ ଗିରଫ କରାଯାଇଥିଲା । 

ସୂଚନାଯୋଗ୍ୟ ଏନଆଇଏ ଗତ ଅକ୍ଟୋବର ମାସରେ ୩୨ ବର୍ଷୀୟ ଅବ୍ଦୁଲ ମମିନ ମଣ୍ଡଳକୁ ପଶ୍ଚିମବଙ୍ଗର ମୁ୍ର୍ଶିଦାବାଦରୁ ଗିରଫ କରିଥିଲା । ପରେ ପଶ୍ଚିମବଙ୍ଗ ଓ କେରଳରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରୁଥିବା ସମ୍ପର୍କରେ ଏନଆଇଏ ଜାଣିବାକୁ ପାଇଥିଲା । ଅବ୍ଦୁଲକୁ ଜେରା କରିବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଏନଆଇଏର ହସ୍ତଗତ ହୋଇଥିଲା । ଅବ୍ଦୁଲ ପଶ୍ଚିମବଙ୍ଗରେ ଅର୍ଥ ସଂଗ୍ରହ କରୁଥିବା ନେଇ ଜେରା ସମୟରେ ଏନଆଇଏକୁ କୁହାଯାଇଥିଲେ । 

ଅବ୍ଦୁଲ ଜଣେ ପ୍ରବାସୀ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲା । ୨୦୧୯ ମସିହାରେ ଅବ୍ଦଲୁ କେରଳ ଓ କର୍ଣ୍ଣାଟକରେ ଯାଇଥିବା ବେଳେ ଆତଙ୍କୀ ସଂଗଠନ ସହିତ ସଂସ୍ପର୍ଷରେ ଆସିଥିଲେ । ପରେ ସେ ଆତଙ୍କୀ ସଗଠନରେ ସାମିଲ ହୋଇଥିଲା ବୋଲି ଏନଆଇଏ ପକ୍ଷରୁ ସୂଚନା ମିଳିଛି । ସେହିପରି ୩ ଆତଙ୍କବାଦୀ ପ୍ରବାସୀ ଶ୍ରମିକ ରୂପରେ ଦିଲ୍ଲୀ ଯାଇଥିବା ଜଣାପଡ଼ିଛି । ଏନଆଇଏ ଆହୁରି ମଧ୍ୟ କହିଛି ଯେ, ଗତବର୍ଷ ୬ ଜଣ ଆଲକାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା ।