ନୂଆଦିଲ୍ଲୀ: ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦ ଦମନ ନେଇ ପ୍ରାୟ ମାସାଧିକ କାଳ ଧରି ଚାଲିଥିବା ଅଭିଯାନକୁ ମିଳିଛି ବଡ଼ ସଫଳତା। ପୂର୍ବୋତ୍ତର ରାଜ୍ୟ ଆସାମ ପୋଲିସ ସ୍ୱତନ୍ତ୍ର ଶାଖା ଦ୍ୱାରା ଅନେକ ମାସ ଧରି ଚାଲିଥିବା ଏକ ଗୁଇନ୍ଦା ଅଭିଯାନ ଆଧାରରେ ବରପେଟା ଡିଇଏଫ୍ ଏବଂ ସ୍ୱତନ୍ତ୍ର ଶାଖା ଦ୍ୱାରା ଏହି ମିଳିତ ଆତଙ୍କୀ ଦମନ ଅଭିଯାନ କାର୍ଯ୍ୟକାରୀ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଭାରତୀୟ ଉପମହାଦେଶରେ ସକ୍ରିୟ ରହିଥିବା ଅଲକାଏଦା ଆତଙ୍କୀ ସଙ୍ଗଠନର ମଡ୍ୟୁଲ ବିରୋଧରେ ଏହି ଅଭିଯାନ କାର୍ଯ୍ୟକାରୀ ହୋଇଥିଲା। ଏହାକୁ ଅନସର ଅଲ ଇସଲାମ ଓରଫ୍ ଅନସୁରାହ୍ଲା ବାଙ୍ଗଲା ଦଳ ପରିଚାଳିତ କରୁଥିବା ଜଣାପଡ଼ିଛ। ଏହି ଘଟଣାରେ ଜଣେ ବାଂଲାଦେଶୀ ନାଗରିକ ଏମଡି ସୁମନ ଓରଫ୍ ସୁମନ ମିୟା ଏବଂ ସାଇଫୁଲ ଇସଲାମ ଓରଫ୍ ହାରୁନ ରସିଦ ପୋଲିସ ଜାଲରେ ଧରାପଡିଛି। ଉଭୟେ ନିଷିଦ୍ଧ ଆତଙ୍କୀ ସଙ୍ଗଠନର ସଦସ୍ୟ ରହିଥିବା ଜଣାପଡ଼ିଛି। 


Also Read: ବଡ ଧରଣର ଆକ୍ରମଣ ପଣ୍ଡ, କେରଳ-ପଶ୍ଚିମବଙ୍ଗରୁ ୯ ସଦିଗ୍ଧ ଅଲକାଏଦା ଆତଙ୍କବାଦୀଙ୍କୁ ଉଠାଇନେଲା NIA


ଏନେଇ ପୋଲିସ  ପକ୍ଷରୁ ହୋଇଥିବା ଜେରା ସମୟରେ ଜଣାପଡ଼ିଛି ଭାରତୀୟ ଯୁବକଙ୍କୁ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରିବା ପାଇଁ ସେମାନଙ୍କୁ ଅଲକାଏଦା ଶୀର୍ଷ ନେତୃତ୍ୱ ନିର୍ଦ୍ଦେଶ ଦେଇଥିଲା। ଗିରଫ ୨ ବାଂଲଦେଶୀ ନାଗରିକ ଭାରତ-ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ। ଏହା ପରେ ସେମାନେ ଉତ୍ତର ପ୍ରଦେଶ ସହାରନପୁର ଜିଲ୍ଲାରେ ଅବସ୍ଥିତ ଦେୱବନ୍ଦରେ ନାମ ଲେଖାଇଲେ। ସେଠାରେ ସେମାନେ ତାଙ୍କର ଅନେକ ସାଥୀଙ୍କୁ ମଧ୍ୟ ଭେଟିଥିଲେ ଯାହାକୁ ସେମାନଙ୍କ ସଙ୍ଗଠନ ନେତୃତ୍ୱ ଦ୍ୱାରା ପଠାଯାଇଥିଲା। ଗତ ୨୦୧୭ ବର୍ଷରେ ସେମାନେ ଆସାମ ବରପେଟା ପଳାଇଥିଲେ। ସେମାନେ ଦୀର୍ଘ ଦିନ ଧରି ନିଜର ମୌଳବାଦୀ ଚିନ୍ତାଧାରାର ପ୍ରଚାର ପ୍ରସାର କରିଆସିବା ସହ ଅନେକ ଆସାମ ଯୁବକଙ୍କ ସେମାନଙ୍କ ସଙ୍ଗଠନରେ ସାମିଲ କରାଇଥିଲେ। 


Also Read: ପୁଣି ହୋଇପାରେ ୨୬/୧୧ ଆକ୍ରମଣ ଘଟଣାର ପୁନରାବୃତ୍ତି! ସନ୍ଦେହ ବଢାଉଛି ଅନୁପ୍ରବେଶ


ସେମାନେ ବାର୍ତ୍ତାଳାପ କରିବା ପାଇଁ Peer-to-peer Encrypted Messaging App ବ୍ୟବହାର କରୁଥିଲେ। ଯାହା ଅଲକାଏଦା ଗୋଷ୍ଠୀର ଏକ ଜଣାଶୁଣା ଯୋଗାଯୋଗ ମାଧ୍ୟମ। ଗୁଇନ୍ଦା ଅଭିଯାନ ବେଳେ ଗିରଫ ହୋଇଥିବା ଆତଙ୍କୀ ସଙ୍ଗଠନ ସଦସ୍ୟଙ୍କ ପାଖରୁ ଜିଦାହୀ ସାହିତ୍ୟ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସେମାନେ ନିରୀହ ଯୁବକଙ୍କ ମଧ୍ୟରେ ଅତି ଉତ୍ସାହର ସହିତ ମୌଳବାଦୀ ଚିନ୍ତାଧାରାକୁ ବିସ୍ତାର କରୁଥିଲେ। ଜେରା ବେଳେ ସେମାନଙ୍କ ପାଖରୁ ଅଲକାଏଦା ଆତଙ୍କୀ ସଙ୍ଗଠନର ମଡ୍ୟୁଲ ସହ ଜଡ଼ିତ ଆହୁରି ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି।  


Also Read: Delhi: IGI ବିମାନବନ୍ଦରକୁ ଉଡାଇଦେବାକୁ ଦେଲା ଧମକ Al-Qaeda


ଆତଙ୍କୀ ସଙ୍ଗଠନର ମଡ୍ୟୁଲ ସହ ଜଡିତ ରହିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ମିଳିସାରିଛି। ସେମାନେ ହେଉଛନ୍ତି ଏମଡି ସୁମନ ଓରଫ୍ ସୁମନ ମିୟା ଏବଂ ସାଇଫୁଲ ଇସଲାମ ଓରଫ୍ ହାରୁନ ରସିଦ ଉଭୟେ ବାଂଲାଦେଶୀ ନାଗରିକ। ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ଭାରତୀୟ ନାଗରିକ ହେଉଛନ୍ତି ବାଦଶା ସୋଲେମନ ଖାନ୍, ନୌସାଦ ଅଲ୍ଲୀ, ଖୈରୁଲ ଇସଲାମ, ତୈମୁର ରହମାନ ଖାନ। ଏମାନେ ଆସାମ ବାସିନ୍ଦା ବୋଲି ଜଣାପଡ଼ିଛି।