Advertisement
Article Detail0/zeeodisha/odisha701610
Zee OdishaOdisha National-Internationalଅଗଷ୍ଟ ୧୨ ଯାଏ ସମସ୍ତ ରେଗୁଲାର ଟ୍ରେନ ରଦ୍ଦ, କେବଳ ଚାଲିବ ସ୍ପେଶାଲ ଟ୍ରେନ

ଅଗଷ୍ଟ ୧୨ ଯାଏ ସମସ୍ତ ରେଗୁଲାର ଟ୍ରେନ ରଦ୍ଦ, କେବଳ ଚାଲିବ ସ୍ପେଶାଲ ଟ୍ରେନ

ଏହା ସହିତ ରେଳବାଇ କହିଛି ଯେ, ଜୁନ୍ ୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍ ସେବା ପାଇଁ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କ ପାଇଁ ସମସ୍ତ ଟିକେଟ୍ ବାତିଲ କରାଯାଇଛି । ଏହି ତାରିଖଗୁଡିକରେ ଟିକେଟ୍ ନେଇଥିବା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯିବ ।

ଅଗଷ୍ଟ ୧୨ ଯାଏ ସମସ୍ତ ରେଗୁଲାର ଟ୍ରେନ ରଦ୍ଦ, କେବଳ ଚାଲିବ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ଆଶାତୀତ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଲୱେ ନିଷ୍ପତ୍ତି ନେଇଛି ଯେ ନିୟମିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଉପରେ ରୋକ ଲଗାଇଛି । ଏହା ଆସନ୍ତା ଅଗଷ୍ଟ ୧୨ ଯାଏଁ ଲାଗୁ ରହିବ । ରେଳବାଇ ଏ ବାବଦରେ ଏକ ସର୍କୁଲାର ଜାରି କରିଛି । ରେଳବାଇ କହିଛି ଯେ କୌଣସି ନିୟମିତ ଯାତ୍ରୀବାହୀ ଟ୍ରେନ୍ କିମ୍ବା ମେଲ୍ ଏକ୍ସପ୍ରେସ ଟ୍ରେନ୍ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ ନାହିଁ ।

ଏହା ସହିତ ରେଳବାଇ କହିଛି ଯେ, ଜୁନ୍ ୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍ ସେବା ପାଇଁ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କ ପାଇଁ ସମସ୍ତ ଟିକେଟ୍ ବାତିଲ କରାଯାଇଛି । ଏହି ତାରିଖଗୁଡିକରେ ଟିକେଟ୍ ନେଇଥିବା ଯାତ୍ରୀଙ୍କୁ ଟଙ୍କା ଫେରସ୍ତ କରାଯିବ ।

କେବଳ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ

ଏହାପୂର୍ବରୁ ମେ ୧୩ ତାରିଖର ନିର୍ଦ୍ଦେଶରେ ରେଳବାଇ ବୋର୍ଡ କହିଥିଲା ଯେ, ନିୟମିତ ଟ୍ରେନର ବୁକିଂ ଜୁନ୍ ୩୦ ପର୍ଯ୍ୟନ୍ତ ବାତିଲ କରାଯାଉଛି । ଯାତ୍ରୀମାନେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇବେ । ବର୍ତ୍ତମାନ ଟ୍ରେନ୍ ବାତିଲ୍ ତାରିଖ ବଢ଼ାଇ ଦିଆଯିବା ପରେ ରିଫଣ୍ଡ ସୁବିଧା ମଧ୍ୟ ଅଗଷ୍ଟ ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ଅବଧି ମଧ୍ୟରେ ମେ ୧୨ରୁ ଚାଲୁଥିବା ସ୍ୱତନ୍ତ୍ର ରାଜଧାନୀ ଟ୍ରେନ୍ ଓ ଜୁନ୍ ୧ରୁ ଚାଲୁଥିବା ସ୍ପେଶାଲ୍ ମେଲ୍ / ଏକ୍ସପ୍ରେସ ଟ୍ରେନ୍ ପୂର୍ବ ପରି ଚାଲୁଥିବ ।

ଏହା ସହିତ ରେଳବାଇ କହିଛି ଯେ, ଜୁନ୍ ୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଯେଉଁ ନିୟମିତ ଟ୍ରେନ୍ ସେବା ପାଇଁ ଟିକେଟ୍ ବୁକ୍ କରିଥିଲା । ସେହି ଯାତ୍ରୀମାନଙ୍କ ସମସ୍ତ ଟିକେଟ୍ ବାତିଲ କରାଯାଇଛି । ଏହି ତାରିଖଗୁଡିକରେ ଟିକେଟ୍ ନେଇଥିବା ଯାତ୍ରୀଙ୍କୁ ରେଲୱେ ଟିକେଟ ଟଙ୍କା ଫେରସ୍ତ କରିବ ।

About the Author