• ବ୍ରହ୍ମପୁର: ସଦର ଥାନା ଝାଡ଼ଙ୍କୁଲି ଗାଁରେ ଖଣ୍ଡାରେ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ
  • ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ପହ୍ମ ଧରିଲେ ମିଥୁନ
  • ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
  • ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମେ ୩୦ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍
  • ଗଜପତି ଗୁରାଣ୍ଡି ଥାନା ଆରିବା ଗାଁରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କୋରୋନା ଆକ୍ରାନ୍ତ
  • କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦କୁ ବୃଦ୍ଧି
  • ସୋମବାରଠୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
  • ତେଲଙ୍ଗାନା: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସବୁ ମହିଳା କର୍ମଚାରୀଙ୍କୁ ଛୁଟି
  • କେନ୍ଦ୍ରାପଡ଼ାର ଗଗୁଆ-ଚଉଦକୁଲାଟ ରାସ୍ତାରେ ଟ୍ରକ୍‌-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଆସନ୍ତା ୨୧ ତାରିଖରୁ ହେବାକୁ ଯାଉଛି ଅମରନାଥ ଯାତ୍ରା ।  

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଶ୍ରୀନଗର: ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚଳିତ ବର୍ଷର ଅମରନାଥ ଯାତ୍ରା। ଜୁଲାଇ ୫ ତାରିଖ ରବିବାର ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ବାବା ବର୍ଫାନୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି।  ଚଳିତ ମାସ ୨୧ ତାରିଖରୁ ଦେଶର ପ୍ରସିଦ୍ଧ ଏହି ଶୈବ କ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଖୋଲାଯିବ।     

ବାବା ଅମରନାଥଙ୍କ ପ୍ରସିଦ୍ଧ ଦିବ୍ୟ ଆରତୀ ଆଜି ଠାରୁ ଆରମ୍ଭ ହୋଇଛି। ଆଗକୁ ଏହାର ସିଧା ପ୍ରସାରଣ ପ୍ରତ୍ୟେକ ଦିନ ଦୂରଦର୍ଶନରେ କରାଯିବ। ଜମ୍ମୁ କାଶ୍ମୀର ପ୍ରଶାସନ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ହେଲେ ଏନେଇ କୌଣସି ସରକାରୀ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ। ପ୍ରଶାସନ ପକ୍ଷରୁ କୁହାଯାଇଛି, ଗୋଟିଏ ଦିନରେ କେବଳ ୫୦୦ ଶ୍ରଦ୍ଧାଳୁଙ୍କୁ ଗୁମ୍ଫାକୁ ଯିବାକୁ ଅନୁମତି ଦିଆଯିବ କେବଳ ୫୫ ବର୍ଷରୁ କମ ବୟସର ଲୋକଙ୍କୁ ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଅନୁମତି ଦିଆଯିବ। ବର୍ତ୍ତମାନ ବରିଷ୍ଠ ସରକାରୀ ଅଧିକାରୀ ଯାତ୍ରାକୁ ନେଇ ବିଚାର କରୁଛନ୍ତି ।

ଦେଶରେ କୋରୋନା ସଂକ୍ରମଣର ସ୍ଥିତି ଏବଂ ଗମ୍ଭୀରତାକୁ ଦୃଷ୍ଟିରେ ରଖି ଜମ୍ମୁ କାଶ୍ମୀର ପ୍ରଶାସନ ସମସ୍ତ ଭକ୍ତଙ୍କ କୋରୋନା ପରୀକ୍ଷା କରିବ। ଏପରିକି ବାହାରୁ ଆସୁଥିବା ତୀର୍ଥଯାତ୍ରୀଙ୍କ କୋଭିଡ୧୯ ଟେଷ୍ଟ କରାଯିବ। ଯେ ପର୍ଯ୍ୟନ୍ତ କୌଣସି ଶ୍ରଦ୍ଧାଳୁଙ୍କ ରିପୋର୍ଟ ନେଗେଟିଭ ଆସିନାହିଁ ସେ ପର୍ଯ୍ୟନ୍ତ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡିବ। 

ଜାମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ବି.ଭି.ଆର ସୁବ୍ରମଣ୍ୟମ ଏହି ଯାତ୍ରାର ଆୟୋଜନକୁ ତଦାରଖ କରୁଛନ୍ତି। ସେ ବିକଳ୍ପ ସଡ଼କ ମାର୍ଗ ନିଲଗ୍ରଥରୁ ବାଲଟାଲ ପର୍ଯ୍ୟନ୍ତ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଶାସନ ଶ୍ରଦ୍ଧାଳୁ ଆସିବାକୁ ରାସ୍ତାରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କୁ ପ୍ରଶାସନ ପକ୍ଷରୁ ପିପିଏ କିଟ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଇଛି।