ଚଳିତ ବର୍ଷ ହେବନି ଅମରନାଥ ଯାତ୍ରା !
Advertisement

ଚଳିତ ବର୍ଷ ହେବନି ଅମରନାଥ ଯାତ୍ରା !

ଅମରନାଥ ଯାତ୍ରା ଜୁନ୍ ୨୩ ଓ ପରେ ଜୁଲାଇ ୨୧ରୁ ଆରମ୍ଭ ହେବ ବୋଲି କୁହାଯାଇଥିଲା, କିନ୍ତୁ କୋରୋନା ଭୂତାଣୁ ହେତୁ ଏହି ଯାତ୍ରା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । 

ଚଳିତ ବର୍ଷ ହେବନି ଅମରନାଥ ଯାତ୍ରା !

ନୂଆଦିଲ୍ଲୀ: ଚଳିତ ବର୍ଷର ଅମରନାଥ ଯାତ୍ରା ବାତିଲ ହୋଇପାରେ । ଅମରନାଥ ଶାଇନ ବୋର୍ଡ ଖୁବ ଶୀଘ୍ର ଏହାର ନିଷ୍ପତ୍ତି ଘୋଷଣା କରିପାରେ । ଅନ୍ୟପଟେ ସୂତ୍ର ଅନୁଯାୟୀ, ଏଥର ଯାତ୍ରା ହେବ ନାହିଁ । ତେବେ ଶାଇନ ବୋର୍ଡ ପକ୍ଷରୁ ଏହାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ।

ଏଠାରେ କହି ରଖୁଛୁ ଯେ, ଅମରନାଥ ଯାତ୍ରା ଜୁନ୍ ୨୩ ଓ ପରେ ଜୁଲାଇ ୨୧ରୁ ଆରମ୍ଭ ହେବ ବୋଲି କୁହାଯାଇଥିଲା, କିନ୍ତୁ କୋରୋନା ଭୂତାଣୁ ହେତୁ ଏହି ଯାତ୍ରା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏହାପୂର୍ବରୁ ଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଥିଲା ।

ଯାଚିକାରେ ଅମରନାଥ ବର୍ଫାନି ଲଙ୍ଗର ସଂଗଠନ ଦ୍ୱାରା ଏହି ପିଟିସନ ଦାଖଲ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ ବାର୍ଷିକ ୧୦ ଲକ୍ଷରୁ ଅଧିକ ଭକ୍ତ ଅମରନାଥ ଯାତ୍ରାରେ ପହଞ୍ଚନ୍ତି । ଏତେ ସଂଖ୍ୟକ ଲୋକଙ୍କ ଆଗମନ ସହିତ କୋରୋନା ବିସ୍ତାର ହେବାର ବିପଦ ଦେଖାଦେବ ।

ଅନ୍ୟପକ୍ଷେ ଅମରନାଥ ଯାତ୍ରା ଆରମ୍ଭ କରିବା ପାଇଁ ଜୋରରେ ପ୍ରସ୍ତୁତି ଚାଲିଛି । କଠୋର ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଆହୁରି ମଧ୍ୟ ଖବର ଆସିଥିଲା ​​ଯେ, ଏଥର କେବଳ ବାଲଟାଲ ମାର୍ଗ ଦେଇ ଅମରନାଥ ଯାତ୍ରା କରିବାକୁ ଯୋଜନା କରାଯାଉଛି । ହେଲିକପ୍ଟର ଯୋଗେ ଯାତ୍ରାକୁ ମଧ୍ୟ ବିଚାର କରାଯାଉଛି ।