• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ସର୍ଟ ଡ୍ରେସରେ ମନ୍ଦିର ଯାଇ ଟ୍ରୋଲ ହେଲେ ଅମିଷା

ଶ୍ରାବଣ ମାସରେ ଶିବଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ ଅମିଷା । ତେବେ ଅମିଷା ମନ୍ଦିର ଯିବାବେଳେ ଯେଉଁ ପୋଷାକ ପିନ୍ଧିଥିଲେ, ତାହା ଅନେକ ଫ୍ୟାନ୍ସଙ୍କ ପସନ୍ଦ ଆସିନି ।

ସର୍ଟ ଡ୍ରେସରେ ମନ୍ଦିର ଯାଇ ଟ୍ରୋଲ ହେଲେ ଅମିଷା

ନୂଆଦିଲ୍ଲୀ: ନିଜର ବୋଲ୍ଡ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ି ଚର୍ଚ୍ଚାରେ ଥାଆନ୍ତି ଅଭିନେତ୍ରୀ ଅମିଷା ପଟେଲ(Ameesha Patel) । ଇଷ୍ଟାଗ୍ରାମରେ ସେ ପ୍ରାୟତଃ ଆକ୍ଟିଭ ଥାଆନ୍ତି । ତାଙ୍କର ବହୁତ ଫୋଲୟର୍ସ ମଧ୍ୟ ଅଛନ୍ତି । ତେବେ ନିକଟରେ ଅମିଷା ଏପରି ଏକ କାମ କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ଟ୍ରୋଲ କରିଛନ୍ତି । 

ବେଶ କିଛି ଦିନ ପରେ ଅମିଷା ଏକ ଶିବ ମନ୍ଦିର ସମ୍ମୁଖରେ ନଜର ଆସିଛନ୍ତି । ଏହାର ଭିଡିଓ ସେ ନିଜେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତେବେ ଏହି ଫଟୋ ଓ ଭିଡିଓ ଦେଖି ଅମିଷାଙ୍କୁ ଟ୍ରୋଲ କରିଛନ୍ତି ଫ୍ୟାନ୍ସ । 

ଶ୍ରାବଣ ମାସରେ ଶିବଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ ଅମିଷା । ତେବେ ଅମିଷା ମନ୍ଦିର ଯିବାବେଳେ ଯେଉଁ ପୋଷାକ ପିନ୍ଧିଥିଲେ, ତାହା ଅନେକ ଫ୍ୟାନ୍ସଙ୍କ ପସନ୍ଦ ଆସିନି । ମନ୍ଦିରରେ ଅମିଷାଙ୍କ ସର୍ଟ ଡ୍ରେସ ଦେଖି ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ । ଭଗବାନଙ୍କୁ ଦର୍ଶନ କରିଯିବା ବେଳେ ଏମିତି ପୋଷାକ ପିନ୍ଧିବା ଠିକ୍ ନୁହେଁ ବୋଲି ଅନେକ କହିଛନ୍ତି । 

ଏବେ ଶ୍ରାବଣ ମାସ । ଏହି ମାସରେ ଭଗବାନ ଶିବଙ୍କର ପୂଜା ବେଶ ଗୁରୁତ୍ୱବହନ କରିଥାଏ । ଭଗବାନଙ୍କ ଆଶିର୍ବାଦ ଲାଭ କରିବା ପାଇଁ ଅମିଷା ମଧ୍ୟ ମନ୍ଦିର ବାହାରେ ନଜର ଆସିଥିଲେ । ତେବେ ଏହି ସମୟରେ ସେ ସର୍ଟ ଡ୍ରେସ ପିନ୍ଧିଥିଲେ । ଆଉ ଏହି ସମୟର ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଯଦିଓ ଅମିଷା ଭଗବାନଙ୍କ ଦର୍ଶନ ବେଳେ ମାସ୍କ ପିନ୍ଧିଥିଲେ, ତେବେ ତାଙ୍କ ସର୍ଟ ଡ୍ରେସକୁ ନେଇ ଅନେକ ଟ୍ରୋଲ କରିଛନ୍ତି । 

କହିରଖୁଛୁ, କିଛି ଦିନ ପୂର୍ବରୁ ଅମିଷା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଥିଲେ । ଆଉ ଏହାକୁ ଫ୍ୟାନ୍ସ ମଧ୍ୟ ବହୁତ ପସନ୍ଦ କରିଥିଲେ । ନିଜ ଘର ବାଲକୁନିରେ ଏହିସବୁ ଫଟୋ ଉଠାଇଥିଲେ ଅମିଷା । 

ଯଦି ଅମିଷାଙ୍କ କ୍ୟାରିୟରକୁ ଦେଖିବା, ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ 'କହୋ ନା ପ୍ୟାର ହୈ'ରୁ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ସହ ରିତିକ ରୋଶନ ଥିଲେ । ଆଉ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ମଧ୍ୟ ହୋଇଥିଲା । କିନ୍ତୁ ଏବେ କିଛି ବର୍ଷ ହେଲା ସେ ଫିଲ୍ମରୁ ଦୂରେଇ ରହିଛନ୍ତି ।