)
ବେଜିଂ: ପୃଥିବୀରୁ ମହାକାଶ ପର୍ଯ୍ୟନ୍ତ ନିଜର ଦବଦବା ସାବ୍ୟସ୍ତ କରିଥିବା ଚୀନ୍ ବର୍ତ୍ତମାନ ନିଜର ସ୍ପେସ୍ ଷ୍ଟେସନକୁ (China Space Station) ବଞ୍ଚାଇବା ପାଇଁ ଆମେରିକା (America) ସମ୍ମୁଖରେ ନିବେଦନ କରୁଛି । ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କ (Elon Musk) ମହାକାଶରେ ଚୀନ୍ ସାମ୍ନାରେ ଏହି ସମସ୍ୟା ସୃଷ୍ଟି କରିଛନ୍ତି । ଚୀନ୍ (China) ଆମେରିକା ପାଖରେ ଅଭିଯୋଗ କରିଛି ଯେ ଏଲୋନ୍ ମସ୍କର ଷ୍ଟାରଲିଙ୍କ୍ ସାଟେଲାଇଟ୍ (Elon Musk’s Starlink Satellites) ଦ୍ୱାରା ଉତକ୍ଷେପଣ ହୋଇଥିବା ଉପଗ୍ରହଗୁଡ଼ିକ ଏହାର ସ୍ପେସ୍ ଷ୍ଟେସନକୁ ଧକ୍କା ଦେଇଥାନ୍ତା ।
ଏଲୋନ୍ ମସ୍କଙ୍କ କମ୍ପାନୀ ଦ୍ୱାରା ଉତକ୍ଷେପଣ ହୋଇଥିବା ଏହି ଉପଗ୍ରହ ଚିନର ସ୍ପେସ୍ ଷ୍ଟେସନ୍ ସହିତ ଧକ୍କା ନ ହେଉ, ସେଥିପାଇଁ ଚିନକୁ ଏହାର ସ୍ଥିତି ବଦଳାଇବାକୁ ପଡିଛି । ଭବିଷ୍ୟତରେ ଏହିପରି ମିଶନଗୁଡିକ ସୁରକ୍ଷିତ ହେଉ ବୋଲି ଚୀନ୍ ଆମେରିକାକୁ ନିବେଦନ କରିଛି । ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ଟିଆଙ୍ଗଙ୍ଗ ସ୍ପେସ୍ ଷ୍ଟେସନ୍ ଏବଂ ଏହି ବିମାନରେ ଥିବା ତିନିଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷା ଦେବା ପାଇଁ ହୋଇଥିବା ଚୁକ୍ତିନାମାକୁ ନେଇ ଆମେରିକା ଅବହେଳା କରିଛି ।

ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ଏଭଳି ଘଟଣାକୁ ରୋକିବା ପାଇଁ ଆମେରିକା ତୁରନ୍ତ ପଦକ୍ଷେପ ନେବା ଉଚିତ୍ । ସେ କହିଛନ୍ତି ଯେ ୧୯୬୭ ମସିହାରେ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ଚୁକ୍ତିନାମା ଅନୁଯାୟୀ ମହାକାଶଚାରୀଙ୍କ ସୁରକ୍ଷା ପ୍ରତି ଯତ୍ନ ନେବା ସମସ୍ତଙ୍କ ଦାୟିତ୍ୱ ଅଟେ । କିନ୍ତୁ ଆମେରିକା ଏହି ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଛି ।
ଏହା ବି ପଢ଼ନ୍ତୁ: Omicron ଭାରିଆଣ୍ଟକୁ ନେଇ WHO ଦେଲା ଆଉ ଏକ ବଡ଼ ଚେତାବନୀ
ଏହା ବି ପଢ଼ନ୍ତୁ: ଭାଇଜାନଙ୍କୁ ଜନ୍ମଦିନରେ ଏହି ବିଶେଷ ଉପହାର ଦେଲେ କ୍ୟାଟ୍ରିନା