ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇଦେଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍
Advertisement

ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇଦେଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେନାରେ ଟ୍ରାନ୍ସ ଜେଣ୍ଡର ବା ତୃତୀୟ ଲିଙ୍ଗୀଙ୍କ ସ୍ଥାନ ନାହିଁ ବୋଲି ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ତାହାକୁ ଏବେ ହଟାଇଦେଇଛନ୍ତି ବର୍ତ୍ତମାନର ବାଇଡେନ ସରକାର ।  

ଟ୍ରମ୍ପଙ୍କ ନିର୍ଦ୍ଦେଶକୁ ବାଏଁ ବାଏଁ ଉଡ଼ାଇଦେଲେ ଆମେରିକା ରାଷ୍ଟ୍ରପତି ବାଇଡେନ୍

ୱାଶିଂଟନ: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନ ନିଜ ଶାସନ ଭାର ଗ୍ରହଣ କରିବା ପରେ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେବା ସହ ଟ୍ରମ୍ପ ଶାସନ କାଳର ଗୋଟିଏ ଗୋଟିଏ ନିର୍ଦ୍ଦେଶନାମାକୁ ବଦଳାଇବାରେ ଲାଗିଛନ୍ତି । ଏହି କ୍ରମରେ ସବୁଠାରୁ ବଡ଼ ଖବର ଏହା ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେନାରେ ଟ୍ରାନ୍ସ ଜେଣ୍ଡର ବା ତୃତୀୟ ଲିଙ୍ଗୀଙ୍କ ସ୍ଥାନ ନାହିଁ ବୋଲି ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ତାହାକୁ ଏବେ ହଟାଇଦେଇଛନ୍ତି ବର୍ତ୍ତମାନର ବାଇଡେନ ସରକାର । ଏହାର ଅର୍ଥ ଆମେରିକା ସେନାରେ ସାମିଲ ହୋଇପାରିବେ ତୃତୀୟ ଲିଙ୍ଗୀ ।

ରାଷ୍ଟ୍ରପତି ଜୋ ବାଇଡେନ (joe biden) ଓଭଲ କାର୍ଯ୍ୟାଳୟରେ ପ୍ରତିରକ୍ଷା ସଚିବ (Defense Secretary) ଲୋୟଡ ଅଷ୍ଟିନଙ୍କ ସହ ଏକ ବୈଠକ ସମୟରେ ଏକ ନୂଆ ଆଦେଶ ସ୍ୱାକ୍ଷର କରିଛନ୍ତି, ଯାହା ଲିଙ୍ଗଗତ ପରିଚୟ ଆଧାରରେ ସାମରିକ ବାହିନୀରେ ତୃତୀୟ ଲିଙ୍ଗୀ (TransGender) ସାମିଲ ନହେବା ଆଦେଶ ରୋକକୁ ହଟାଇଦେଇଛନ୍ତି ।ଆମେରିକାର ରାଷ୍ଟ୍ରପତି (America President) ବାଇଡେନ ଏହି ନିର୍ଦ୍ଦେଶରେ ଦସ୍ତଖତ କରି କହିଛନ୍ତି ଯେ ମୁଁ ଯାହା କରୁଛି, ସମସ୍ତ ଯୋଗ୍ୟ ବ୍ୟକ୍ତି ଆମେରିକାର ସେନା (America military) ରେ ସେବା କରିବାର ସୁଯୋଗ ପାଇପାରିବେ ।

Also Read: Farmers Protest: ହିଂସାକାଣ୍ଡ ପରେ ଟ୍ରେଣ୍ଡ କରିଲା #ArrestYogendraYadav

ବୈଠକ ପରେ ସେନା ଏବଂ ତଟରକ୍ଷୀ ବାହିନୀ ପାଇଁ ଏହି ଦିଗରେ ପଦକ୍ଷେପ ନେବାକୁ ପ୍ରତିରକ୍ଷା ଏବଂ ଗୃହ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିଭାଗ ଗୁଡ଼ିକୁ ୬୦ ଦିନ ମଧ୍ୟରେ ରାଷ୍ଟ୍ରପତିଙ୍କ ନିକଟରେ ଏକ ଷ୍ଟାଟସ୍ ରିପୋର୍ଟ (Status Report) ଦାଖଲ କରିବାକୁ ବି କୁହାଯାଇଛି ।

Also Read: Farmer Protest: ହିଂସାକାଣ୍ଡ ପରେ Delhi-NCR ଅଞ୍ଚଳରେ ଇଣ୍ଟରନେଟ ବନ୍ଦ, ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ

ଏହା ବ୍ୟତିତ ରାଷ୍ଟ୍ରପତି ବାଇଡେନ ତାଙ୍କ କାର୍ଯ୍ୟକାଳର ପ୍ରଥମ ୧୦୦ ଦିନରେ କୋଭିଡ -19 ଟୀକାକରଣ (Covid-19 Vaccination) କୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଇଡେନଙ୍କ ଯୋଜନା ଅନୁଯାୟୀ, ଆମେରିକାରେ ପ୍ରତିଦିନ ହାରାହାରି ୧.୫ ମିଲିୟନ ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରହିଛି । ଆମେରିକା (America) ରେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଗୁଡିକରୁ କୋଭିଡ-19 ଟିକା କ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ ବାଇଡେନ ଏକ ସରକାରୀ ନିର୍ଦ୍ଦେଶରେ ଦସ୍ତଖତ କରିଛନ୍ତି । ତାଙ୍କ କାର୍ଯ୍ୟକାଳର ପ୍ରଥମ ସପ୍ତାହରେ, ବାଇଡେନ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ୧.୯ ଟ୍ରିଲିୟନ ଡଲାରର ଆର୍ଥିକ ଉତ୍ସାହ ପ୍ୟାକେଜ୍ ସଂସଦ (Parliament) ର ଅନୁମୋଦନ ପାଇବାକୁ ନେଇ ସେ ଆଲୋଚନା କରୁଛନ୍ତି।