ଟ୍ରମ୍ପ ଦେଖାଇଲେ ବନ୍ଧୁ ପଣିଆ, ଭାରତକୁ ଭେଣ୍ଟିଲେଟର ଦେବାକୁ ଘୋଷଣା
Advertisement
Article Detail0/zeeodisha/odisha682035

ଟ୍ରମ୍ପ ଦେଖାଇଲେ ବନ୍ଧୁ ପଣିଆ, ଭାରତକୁ ଭେଣ୍ଟିଲେଟର ଦେବାକୁ ଘୋଷଣା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଏକ ଟ୍ୱିଟ ମାଧ୍ୟମରେ ଏନେଇ ସେ ସୂଚନା ଦେଇଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ୱାସିଂଟନ: ଆମେରିକା ଦେଖାଇଲା ବନ୍ଧୁପଣିଆ । ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସଂଖ୍ୟା ଏବେ ୧ଲକ୍ଷ ଆଡ଼କୁ ମୁହାଁଇଲାଣି । ତେଣୁ ଆଗକୁ ଅଧିକ ଭେଣ୍ଟିଲେଟରର ମଧ୍ୟ ଆବଶ୍ୟକତା ଅଛି । ଆଉ ଠିକ୍ ଏହି ସମୟରେ ଭାରତକୁ ଅନୁଦାନ ଭାବେ ଭେଣ୍ଟିଲେଟର ପଠାଇବାକୁ କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଏକ ଟ୍ୱିଟ ମାଧ୍ୟମରେ ଏନେଇ ସେ ସୂଚନା ଦେଇଛନ୍ତି । 

ଟ୍ରମ୍ପ କହିଛନ୍ତି, ଭାରତକୁ ଭେଣ୍ଟିଲେଟର ଦାନ କରିବ ଆମେରିକା । ଏହା ଘୋଷଣା କରି ମୁଁ ଗର୍ବ ଅନୁଭବ କରୁଛି । ଆମେ ଏହି ମହାମାରୀ ସମୟରେ ଭାରତ ସହ ଅଛୁ । ଟୀକା ପ୍ରସ୍ତୁତି କ୍ଷେତ୍ରରେ  ମଧ୍ୟ ଆମେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରୁଛୁ । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି, ଆମେ ଏକାଠି ହୋଇ କୋରୋନା ଭାଇରସକୁ ମାତ୍ ଦେବୁ । 

ଶୁକ୍ରବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ ଆମେରିକା ରାଷ୍ଟ୍ରପତି । ଭରତ ମହାନ ଦେଶ ଅଟେ । ମୋଦି ମୋର ବହୁତ ଭଲ ବନ୍ଧୁ ବୋଲି ପୁଣି ଥରେ ଦୋହରାଇଥିଲେ ଟ୍ରମ୍ପ । ଏପରିକି ନିକଟ ଅତୀତର ଭାରତ ଗସ୍ତକୁ ମଧ୍ୟ ମନେପକାଇଥିଲେ । ନିଜ ପ୍ରତିକ୍ରିୟାରେ ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ଆଗ୍ରା ଗସ୍ତ କଥା କହିଥିଲେ ଡୋନାଲ୍ଡ ଟ୍ରମ୍ପ ।  

ତେବେ ଏହା ପୂର୍ବରୁ ହ୍ୱାଇଟ ହାଉସ ପକ୍ଷରୁ ମଧ୍ୟ ଭରତ-ଆମେରିକା ସମ୍ପର୍କ ନେଇ ପ୍ରତିକ୍ରିୟା ଆସିଥିଲା । ଭାରତ ସହ ଆମେରିକାର ସମ୍ପର୍କ ନେଇ ଟ୍ରମ୍ପ ବହୁତ ଖୁସି ଥିବା କୁହାଯାଇଥିଲା । ତେବେ ସୂତ୍ର ଅନୁସାରେ ଯାହା ଜଣାପଡ଼ିଛି, ଭାରତକୁ ପାଖାପାଖି ୨ଶହ ଭେଣ୍ଟିଲେଟର ପଠାଇବ ଆମେରିକା । 

;