ଚୀନ ରାଷ୍ଟ୍ରପତି ସେନାକୁ କହିଲେ, ଯୁଦ୍ଧ ପାଇଁ ରୁହ ପ୍ରସ୍ତୁତ
Advertisement
Article Detail0/zeeodisha/odisha686937

ଚୀନ ରାଷ୍ଟ୍ରପତି ସେନାକୁ କହିଲେ, ଯୁଦ୍ଧ ପାଇଁ ରୁହ ପ୍ରସ୍ତୁତ

ଭାରତ ସହ ଚୀନ୍‌ର ଉତ୍ତେଜନା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ମେ ୫ରେ ଲଦାଖରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ହେବା ପରେ ଭଉଭ ଦେଶ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍(LAC) ସୀମାବର୍ତ୍ତୀ ସମ୍ବେଦନଶୀଳ ଅଞ୍ଚଳରେ ନିଜର ସୈନ୍ୟ ବୃଦ୍ଧି କରିଛନ୍ତି । ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ, ଏହି ବିବାଦ ଦୀର୍ଘସ୍ଥାୟୀ ହୋଇପାରେ । ତେବେ ଭାରତ ସହ ଚୀନର ୩୪୮୮ କିଲୋମିଟରର ବିବାଦୀୟ ସୀମା ରହିଛି । ଆଉ ବିଭିନ୍ନ ଅଂଶରେ ଉଭୟ ଦେଶର ସୈନ୍ୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।

ଚୀନ ରାଷ୍ଟ୍ରପତି ସେନାକୁ କହିଲେ, ଯୁଦ୍ଧ ପାଇଁ ରୁହ ପ୍ରସ୍ତୁତ

ବେଜିଂ: କୋରୋନା ଭୂତାଣୁ ବୈଶ୍ୱିକ ମହାମାରୀ ମଧ୍ୟରେ ସୈନିକଙ୍କ ପ୍ରଶିକ୍ଷଣ ମଜବୁତ କରିବାକୁ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ମଙ୍ଗଳବାର ଚୀନର ସରକାରୀ ଗଣମାଧ୍ୟମରେ ଚୀନ ରାଷ୍ଟ୍ରପତି କହିଛନ୍ତି ଯେ, ଜାତୀୟ ସାର୍ବଭୌମତ୍ୱ ତଥା ଦେଶର ସାମଗ୍ରିକ ରଣନୀତିକ ସ୍ଥିରତାକୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବା ପାଇଁ ସୈନ୍ୟଙ୍କ ପ୍ରଶିକ୍ଷଣକୁ ବ୍ୟାପକ କରିବା ଏବଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଜରୁରୀ ଥିଲା ।

ଜିନପିଙ୍ଗଙ୍କ ବୟାନ ଏପରି ଏକ ସମୟରେ ଆସିଛି । ଯେତେବେଳେ ଆମେରିକା ସହ ତିକ୍ତତା ଚରମ ସୀମାରେ ରହିଛି । ସେହିପରି ସ୍ଥାନୀୟ ରାଜନେତା ତଥା କୂଟନୀତିଜ୍ଞମାନେ ବଳପୂର୍ବକ ତାଇୱାନକୁ ଚୀନ ସହ ମିଶାଇବା ପାଇଁ ଉପଦେଶ ଦେଉଛନ୍ତି । ଏକାସାଙ୍ଗରେ ହଂକଂରେ ଗଣତନ୍ତ୍ର ସମର୍ଥକଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରିବା ପାଇଁ ହଂକଂର ସ୍ୱତନ୍ତ୍ର ପ୍ରଶାସିତ ଅଞ୍ଚଳରେ ନୂତନ ଏବଂ ବିବାଦୀୟ ଆଇନ ପ୍ରଣୟନ କରାଯାଇପାରେ ।

;