ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ନିକଟ ଅତୀତରେ ତାଙ୍କ ସମ୍ପର୍କରେ ଆସିଛନ୍ତି, ଦୟାକରି ନିଜକୁ ଆଇସୋଲେଟ କରନ୍ତୁ ଏବଂ ଯାଞ୍ଚ କରାନ୍ତୁ ।

ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କୋରୋନା ସଂକ୍ରମିତ ହୋଇଛନ୍ତି ବୋଲି ଜଣାପଡିଛି । ଏହା ପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହାର ପୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କୋରୋନା ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭ ଆସିଛି ।

ସେ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ନିକଟ ଅତୀତରେ ତାଙ୍କ ସମ୍ପର୍କରେ ଆସିଛନ୍ତି, ଦୟାକରି ନିଜକୁ ଆଇସୋଲେଟ କରନ୍ତୁ ଏବଂ ଯାଞ୍ଚ କରାନ୍ତୁ ।

କିଛି ସମୟ ପୂର୍ବରୁ ଅମିତ ଶାହା ନିଜ ଟ୍ୱିଟର ହ୍ୟାଣ୍ଡେଲରେ କୋରୋନା ପଜିଟିଭ ବିଷୟରେ ସୂଚନା ଦେଇ ଲେଖିଛନ୍ତି, "କୋରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ଟେଷ୍ଟ କରାଇଥିଲି । ଆଉ ରିପୋର୍ଟ ପଜିଟିଭ ଆସିଛି । ମୋର ସ୍ୱାସ୍ଥ୍ୟ ଅବସ୍ଥା ଭଲ, କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୁଁ ଅନୁରୋଧ କରୁଛି ଆପଣ ସମସ୍ତେ, ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି, ଦୟାକରି ନିଜକୁ ଅଲଗା କରିନ୍ତୁ ଓ ନିଜ ଯାଞ୍ଚ କରାନ୍ତୁ ।"