• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗୋଟିଏ ଦିନରେ ୩ ଲକ୍ଷ ୩୨ ହଜାର ୭୧୭ ଟିକାକରଣ
  • ବର୍ତ୍ତମାନ ସୁଦ୍ଧା ୧ କୋଟି ୨୫ ହଜାର ୬୨୯ ଡୋଜ ଟିକାକରଣ
  • ନୂଆ ଜାତୀୟ ରେକର୍ଡ କଲେ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ
  • ଦୂତୀ ଚାନ୍ଦ ନିଜର ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିଲେ
  • ୧୦୦ ମିଟର ଦୌଡରେ ନୂଆ ରେକର୍ଡ କଲେ ଦୂତୀ
  • ୧୧.୧୭ ସେକେଣ୍ଡରେ ୧୦୦ ମିଟର ଦୌଡ ଅତିକ୍ରମ କଲେ
  • ୦.୦୨ ସେକେଣ୍ଡ ପାଇଁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତାରୁ ପଡିଲେ ବାଦ
  • ଆମ ଦେଶରେ ବି ଆସିପାରେ ତୃତୀୟ ଲହର: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • 'ତୃତୀୟ ଲହର ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବା ଦରକାର'

ଥରିଲା ଉତ୍ତର ପୂର୍ବ ଭାରତ, ଆସାମ ଅଧିକ ପ୍ରଭାବିତ

ସୋନିତପୁରରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଲଦାଖ, ହରିୟାଣା ଓ ପଶ୍ଚିମବଙ୍ଗରେ ବି ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳିଛି।

ଥରିଲା ଉତ୍ତର ପୂର୍ବ ଭାରତ, ଆସାମ ଅଧିକ ପ୍ରଭାବିତ
ପ୍ରତିକାତ୍ମକ ଫଟୋ

ଗୌହାଟୀ: ବୁଧବାର କମ୍ପି ଉଠିଲା ଉତ୍ତର ପୂର୍ବ ଭାରତ। ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଆସାମ। ସୋନିତପୁରରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଲଦାଖ, ହରିୟାଣା ଓ ପଶ୍ଚିମବଙ୍ଗରେ ବି ମୃଦୁ ଭୂକମ୍ପ ହୋଇଥିବା ସୂଚନା ମିଳିଛି।

ଆଜି ସକାଳ ପ୍ରାୟ ୭ଟା ୫୧ରେ ଆସାମର ସୋନିତପୁର (Sonitpur) ରେ ଶକ୍ତିଶାଳୀ ଭୂମିକମ୍ପ (earthquake) ଅନୁଭୁତ ହୋଇଛି। ଏହାର ପ୍ରଭାବ ତେଜପୁର ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ଦେଖିବାକୁ ମିଳିଛ। ଭୂକମ୍ପରେ କୌଣସି ଜୀବନ ହାନୀ ହୋଇ ନାହିଁ। କିନ୍ତୁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ସେପେଟେ ଆସାମବାସୀଙ୍କ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ (Sarbananda Sonowal) ପରାମର୍ଶ ଦେଇଛନ୍ତି। 

Also Read: ରେଶମ ନଗରୀରେ କୋରୋନା ଟେନସନ୍, ଅଧିକାଂଶ ଲୋକଙ୍କ ଠାରେ ସଂକ୍ରମଣ ଲକ୍ଷଣ

ଆସାମ (Assam) ରେ ଭୂକମ୍ପର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରବିନ୍ଦୁ ୧୭ କିଲୋମିଟର ଭୁଗର୍ଭରେ ଥିଲା। ଆସାମ ବ୍ୟତୀତ ଏକାଧିକ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ଭୂମିକମ୍ପ ଅନୁଭୂତ ହୋଇଛି। ଲଦ୍ଦାଖରେ ୪.୫ ଓ ହରିୟାଣାରେ ୩.୦ ତୀବ୍ରତା ରେକର୍ଡ କରାଯାଇଛି। ସେହିପରି ଭାରତ ସୀମାନ୍ତବର୍ତୀ ଆଫଗାନିସ୍ତାନ (Afganistan) ରେ ବି ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।