ନକ୍ସଲ ଉତ୍ପତ୍ତିର ଇତିହାସ, ଜାଣନ୍ତୁ କେଉଁଠୁ ଆଣନ୍ତି ଟଙ୍କା ଓ ହତିଆର
Advertisement

ନକ୍ସଲ ଉତ୍ପତ୍ତିର ଇତିହାସ, ଜାଣନ୍ତୁ କେଉଁଠୁ ଆଣନ୍ତି ଟଙ୍କା ଓ ହତିଆର

ଛତିଶଗଡର ଏହି ଜିଲ୍ଲାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସୁରକ୍ଷାବଳ ଉପରେ ପ୍ରାୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ପ୍ରାୟ ୪୦୦ ନକ୍ସଲ ଏହି ଆକ୍ରମଣର ଷଡ଼ଯନ୍ତ୍ର ଭିଆଇଥିଲେ। ଯେଉଁସ୍ଥାନରେ ଏହି ଆକ୍ରମଣ ହୋଇଥିଲା ସେଠାରେ ପୂର୍ବରୁ ଛକି ରହିଥିଲେ ନକ୍ସଲ।

ନକ୍ସଲ ଉତ୍ପତ୍ତିର ଇତିହାସ, ଜାଣନ୍ତୁ କେଉଁଠୁ ଆଣନ୍ତି ଟଙ୍କା ଓ ହତିଆର

ନୂଆଦିଲ୍ଲୀ: ଶନିବାର ଛତିଶଗଡର ସୁକମା-ବିଜାପୁର ସୀମାରେ ନକ୍ସଲଙ୍କ ଆକ୍ରମଣରେ ୨୨ ଯବାନ ସହିଦ ହେବା ସହ ୩୧ ଯବାନ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ତେବେ ନକ୍ସଲଙ୍କ ଏପରି ନାରକୀୟ କାଣ୍ଡ ଯୋଗୁଁ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ହାଫିଜ୍ ସୟିଦ ଭଳି ଛତିଶଗଡ଼ ହମଲାର ମାଷ୍ଟରମାଇଣ୍ଡ ହିଡମାକୁ ଧରିବା ଜରୁରୀ ହୋଇପଡ଼ିଛି । ବିଜାପୁରରେ ହୋଇଥିବା ଆକ୍ରମଣ ପଛରେ ନକ୍ସଲ କମାଣ୍ଡର 'ହିଡମା' (Naxal Commander Hidma) ସମ୍ପୃକ୍ତ ରହିଥିବାର ସନ୍ଦେହ କରାଯାଉଛି । ଛତିଶଗଡର ଏହି ଜିଲ୍ଲାରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ସୁରକ୍ଷାବଳ ଉପରେ ପ୍ରାୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିବା ପ୍ରାୟ ୪୦୦ ନକ୍ସଲ  ଏହି ଆକ୍ରମଣର ଷଡ଼ଯନ୍ତ୍ର ଭିଆଇଥିଲେ। ଯେଉଁସ୍ଥାନରେ ଏହି ଆକ୍ରମଣ ହୋଇଥିଲା ସେଠାରେ ପୂର୍ବରୁ ଛକି ରହିଥିଲେ ନକ୍ସଲ। 

ଯଦି, ଦେଖିବା ନକ୍ସଲଙ୍କ ବିରୋଧରେ ଆମ ଲଢେଇରେ ଯବାନଙ୍କ ହାତରେ ମାନବାଧିକାରଙ୍କ ଶିକୁଳି ବନ୍ଧା ହୋଇରହିଥାଏ । ଆମେ ଆତଙ୍କବାଦୀଙ୍କ ସହ ତ ଲଢେଇ କରିପାରିବା, ଭାରତରେ ଆତଙ୍କବାଦୀ ପଠାଉଥିବା ପାକିସ୍ତାନ ଉପରେ ବି ଷ୍ଟ୍ରାଇକ୍ କରିପାରିବା ହେଲେ ନକ୍ସଲଙ୍କ ବିରୋଧରେ ଆମେ ଏମିତି କରିପାରିବା ନାହିଁ କାରଣ ଏହି ଲଢେଇ ନିଜ ଲୋକଙ୍କ ବିରୋଧରେ । ଯାହା ଫଳରେ ଆମ ହାତ ବନ୍ଧା ହୋଇଛି ।

Also Read: Bijapur Encounter: ଆକ୍ରମଣର ଷଡଯନ୍ତ୍ର ରଚିଥିଲା 'ହିଡମା'!

ଉଦାହରଣ: ଶ୍ରୀଲଙ୍କାରେ ଦୀର୍ଘ ୨୦ ବର୍ଷ ଧରି ଆତଙ୍କବାଦୀ ସଂଗଠନ Liberation Tigers of Tamil Eelam ବିରୋଧରେ ସଂଘର୍ଷ ଚାଲିଥିଲା । ଏହି ଲୋକ ତାମିଲ ଭାଷାଭାଷୀ ଲୋକଙ୍କ ଏକ ନିଜର ଅଲଗା ଦେଶ କରିବାକୁ ଚାହୁଁଥିଲେ । ମାତ୍ର କିଛି ବର୍ଷର ଲଢେଇ ପରେ ବର୍ଷ ୨୦୦୯ ରେ ଶ୍ରୀଲଙ୍କା ସେନା ଏହି ଆତଙ୍କବାଦୀ ସଂଗଠନର ପୁରା ମୂଳପୋଛ କରିଦେଲା । ଯାହାଫଳରେ ସେହି ସମୟରେ ମାନବାଧିକାର ନିୟମର ଉଲ୍ଲଂଘନ ନେଇ ଅନେକ ଗମ୍ଭୀର ଆରୋପ ସେମାନଙ୍କ ବିରୋଧରେ ଲାଗିଥିଲା । 

Also Read:  'ମନ୍ଦିର ମାଙ୍ଗେ.. ଆଜାଦୀ !'

ଆଜି ୧୨ ବର୍ଷ ପରେ ବି ଶ୍ରୀଲଙ୍କା ଉପରେ ଅନ୍ତଃରାଷ୍ଟ୍ରିୟ ସଂଗଠନର ଦବଦବା ରହିଛି। ସେମାନେ ଚାହୁଁଛନ୍ତି କି ଶ୍ରୀଲଙ୍କା ନିଜ ସେନା ଆରୋପୀ ଅଧିକାରୀଙ୍କ ବିରୁଦ୍ଧରେ ଯାଞ୍ଚ କରୁ । ଏହାକୁ ଆପଣ ୨୩ ମାର୍ଚ୍ଚର ନିଷ୍ପତ୍ତିକୁ ନେଇ ବୁଝିପାରିବେ । ଯେଉଁଥିରେ ସଂଯୁକ୍ତ ରାଷ୍ଟ୍ରର ମାନବାଧିକାରଙ୍କ ଅଧ୍ୟକ୍ଷଙ୍କୁ ଏହି ମାମଲାରେ ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କାରେ ଥିବା ସେନା ପ୍ରମୁଖ ଶବନ୍ଦ୍ର ସିଲ୍ୱାଙ୍କ ଉପରେ ଏହି କାରଣରୁ ଆମେରିକା ପ୍ରତିବନ୍ଧକ ଲଗାଇ ଦେଇଛି । ଥରେ ଭାବନ୍ତୁ, ଗୋଟିଏ ଦେଶର ସେନା ପ୍ରମୁଖଙ୍କୁ ଆମେରିକା ଏଥିପାଇଁ ପ୍ରତିବନ୍ଧକ ଲଗାଇଲା କାରଣ ସେ, ଆତଙ୍କବାଗୀ ସଂଗଠନ Liberation Tigers of Tamil Eelam ବିରୋଧରେ ସଂଘର୍ଷର ନେତୃତ୍ୱ ନେଇଥିଲେ । ଆମେରିକାର କହିବାନୁସାରେ, ଏମିତି ସଂଘର୍ଷ କରିବା ସମୟରେ ସେ ମାନବାଧିକାରଙ୍କ ନିୟମକୁ ଧ୍ୟାନ ରଖିନଥିଲେ ।

ନକ୍ସଲଙ୍କ ଇତିହାସ: 

ବର୍ଷ ୧୯୬୭ ରେ ପ୍ରଥମ ଥର ଏହି ନକ୍ସଲ ଶବ୍ଦର ବ୍ୟବହାର କରାଯାଇଥିଲା । ସେହି ସମୟରେ ପଶ୍ଚିମବଙ୍ଗରେ ନକ୍ସଲବାଡି ଗାଁରେ ଏକ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯେଉଥିପାଇଁ ସେହି ଆନ୍ଦୋଳନରେ ଜମିଦାର ମାନଙ୍କ ହତ୍ୟା କରାଯାଇଥିଲା । ତେବେ ନକ୍ସଲ ଶବ୍ଦଟି ପଶ୍ଚିମବଙ୍ଗର ସେହି ନକ୍ସଲବାଡି ଗାଁରୁ ଉତ୍ପତ୍ତି ବୋଲି ଚର୍ଚ୍ଚା ହୁଏ । ହେଲେ ଆଜି ଭାରତରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଛତିଶଗଡ଼, ଝାଡଖଣ୍ଡ, ବିହାର, ମଧ୍ୟ ପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଇଲାକା ନକ୍ସଲଙ୍କ ପ୍ରଭାବ ଦେଖିବାକୁ ମିଳୁଛି । ଯେଉଁଠାରେ ଆମ ବୀର ଯବାନଙ୍କ ଉପରେ ଲଗାତାର ଭାବେ ଆକ୍ରମଣ ହେଉଛି ।

ବର୍ଷ ୨୦୧୦ ରେ ଭାରତର ୨୦୦ ଜିଲ୍ଲା ନକ୍ସଲ ପ୍ରବଳ ଅଞ୍ଚଳ ଥିଲା ଏବେ ଧିରେ ଧିରେ ନକ୍ସଲ ଗଡ଼ ଭାଙ୍ଗିବା ସହ ଏହି ସଂଗଠନ ଏବେ ସଙ୍କୁଚିତ ହେବାରେ ଲାଗିଛି। ଯଦି ୨୦ ବର୍ଷ ପଛକୁ ଯିବା ତାହେଲେ ଦେଶରେ ହୋଇଥିବା ନକ୍ସଲ ଆକ୍ରମଣରେ ପ୍ରାୟ ୧୨ ହଜାର ଲୋକଙ୍କ ଜୀବନ ଯାଇଛି । ଏବେ ଆପଣଙ୍କ ମନରେ ଏ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ନକ୍ସଲ ମାନେ ଟଙ୍କା ଓ ଆଧୁନିକ ହତିଆର କେଉଁଠାରୁ ଆସୁଛି ?

ନକ୍ସଲଙ୍କ ସହିତ ଏହି ସଂଗଠନ ଆଦିବାସୀ ଇଲାକାରେ ହେଉଥିବା କେନ୍ଦୁ ପତ୍ର ସହ ଖୁବ ଜଡିତ । ଏହି ପତ୍ର ପାଇଁ ଗୋଟିଏ ବ୍ୟାଗ ପିଛା ୩୫୦ ଟଙ୍କା ଟ୍ୟାକ୍ସ ଲଗାଯାଇଥାଏ । କେନ୍ଦୁଗଛ ଏକ ପ୍ରସିଦ୍ଧ ବୃକ୍ଷ । ଯାହାର ପତ୍ର ଓ ଫୁଲର ଚାହିଦା ବେଶ ଅଧିକ। ଏହାବାଦ୍ ଅବୈଧ ଖନନରୁ ଟଙ୍କା ରୋଜଗାର କରନ୍ତି ନକ୍ସଲ । ଛତିଶଗଡ଼ ଓ ଝାଡଖଣ୍ଡରେ ଭାରତର ପ୍ରାୟ ୪୦ ପ୍ରତିଶତ କୋଇଲା ଖାଦାନ ରହିଛି । ଏଠାରେ ଲୁହା, ଚୁନ ପଥର ଓ ବକ୍ସାଇଟ୍ ଭଳି ଦାମୀ ପଥର ଖାଦାନ ରହିଛି । ଯାହାକୁ ଚୋରି ଉପାୟରେ ବିକ୍ରି କରି ଟଙ୍କା ପଇସା ରୋଜଗାର କରନ୍ତି । ଏମିତିକି ନକ୍ସଲ ସହ ଜଡ଼ିତ କିଛି ବଡ଼ ବଡ଼ ସଂଗଠନକୁ ବିଦେଶରୁ ମଧ୍ୟ ଫଣ୍ଡିଂ ଆସୁଥିବା ଜଣାପଡ଼ିଛି । ବର୍ଷ ୨୦୧୧  ର ଏକ ଗୁପ୍ତ ରିପୋର୍ଟ ଅନୁସାରେ , ନକ୍ସଲଙ୍କ ନିକଟରେ ଅଢେଇ ହଜାର କୋଟି ଟଙ୍କାର ଫଣ୍ଡିଂ ମହଜୁଦ ରହିଛି। ଏହି ହିସାବ ଗତ ଦଶବର୍ଷ ତଳର, ତେବେ ଏବେର ଫଣ୍ଡିଂ ନେଇ ଆପଣ ସହଜରେ ଅନୁମାନ କରିପାରୁଥିବେ ।

ନକ୍ସଲ ନେତା ମିସିର ବେସରାକୁ ଯେତେବେଳେ ଗିରଫ କରାଯାଇଥିଲା ସେବେ ବର୍ଷ ୨୦୦୭ ବେଳକୁ ପ୍ରାୟ ଏକ ହଜାର କୋଟି ଟଙ୍କା ଯୋଗାଡ଼ କରିସାରିଥିଲା । ଆଉ ଏହି ଟଙ୍କାକୁ ନେଇ ନକ୍ସଲ ସଂଗଠନକୁ ମଜଭୁତ କରିବା ପାଇଁ ଅତ୍ୟାଧୁନିକ ହତିଆର ପ୍ରଦାନ କରାଯାଉଥିଲା ।