Advertisement
Article Detail0/zeeodisha/odisha715547

ଗୁରୁ ଦିବସରୁ ଖୋଲିବ ସ୍କୁଲ !

ଏନେଇ ଜଗମୋହନ ସରକାର ନିଷ୍ପତ୍ତି ନେଇଛନ୍ତି ।  ତେବେ ଚୁଡ଼ାନ୍ତ ନିଷ୍ପତ୍ତି ସ୍ଥିତି ଦେଖି ନିଆଯିବ ବୋଲି କୁହାଯାଇଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଆସନ୍ତା ସେପ୍ଟେମ୍ବର ୫(ଗୁରୁ ଦିବସ)ରୁ ଖୋଲିପାରେ ସ୍କୁଲ । ଏନେଇ ଜଗମୋହନ ସରକାର ନିଷ୍ପତ୍ତି ନେଇଛନ୍ତି ।  ତେବେ ଚୁଡ଼ାନ୍ତ ନିଷ୍ପତ୍ତି ସ୍ଥିତି ଦେଖି ନିଆଯିବ ବୋଲି କୁହାଯାଇଛି । ଅର୍ଥାତ ସେପ୍ଟେମ୍ବର ବେଳକୁ ରାଜ୍ୟରେ କୋରୋନା ସ୍ଥିତି କିପରି ଥିବ, ସେସବୁକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତିକୁ ବଦଳାଯାଇପାରେ । 

ମୁଖ୍ୟମନ୍ତ୍ରୀଙ୍କ ୱାଇଏସ ଜଗମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବୈଠକ ପରେ ଆନ୍ଧ୍ରପ୍ରଦେଶ ଶିକ୍ଷାମନ୍ତ୍ରୀ ଅଦିମୁଲାପୁ ସୁରେଶ କହିଛନ୍ତି, ଆସନ୍ତା ସେପ୍ଟେମ୍ବର ୫ରୁ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଚୁଡ଼ାନ୍ତ ନିଷ୍ପତ୍ତି ସେ ସମୟର ସ୍ଥିତି ଦେଖି ନିଆଯିବ । 

ସେ ଆହୁରି ମଧ୍ୟ କହିଛନ୍ତି, ସ୍କୁଲ ଖୋଲିବା ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପାଇଁ ରାଶନ ଛାତ୍ରଛାତ୍ରୀଙ୍କ ଘରେ ଦିଆଯିବ । ସେହିପରି ପ୍ରି-ପାଇମେରୀ ଶିକ୍ଷା(LKG and UKG) ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ସ୍କୁଲରେ ଆରମ୍ଭ ହେବ । ଅନ୍ୟପଟେ AP EAMCET, JEE, IIIT ଇତ୍ୟାଦି ପରୀକ୍ଷା ପାଇଁ ମଧ୍ୟ ସରକାରୀ ମହାବିଦ୍ୟାଳୟରେ କୋଚିଙ୍ଗ ବ୍ୟବସ୍ଥା କରାଯିବ । 

Add Zee News as a Preferred Source

ସେହିପରି ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପାଇଁ ଜିଲ୍ଲାସ୍ତରୀୟ ଯୁଗ୍ମ ନିର୍ଦ୍ଦେଶକ ପଦବୀ ମଧ୍ୟ ସୃଷ୍ଟି କରିଯିବ । ରାଜ୍ୟସ୍ତରୀୟ ୨ଟି ନିର୍ଦ୍ଦେଶକ ରହିବେ । ଏମାନେ ସରକାରୀ ସ୍କୁଲରେ ଇଂରାଜୀ ମିଡିୟମର ପ୍ରୟୋଗ ଏବଂ ମଧ୍ୟାହ୍ନ ଭୋଜନର ସୁପରିଚାଳନା ପାଇଁ କାମ କରିବେ । 

About the Author